
ଆମେରିକାର ଚିକାଗୋରେ କିଛି କ୍ରୁର ଲୋକ ନିଜର ସମସ୍ତ ସୀମା ଅତିକ୍ରମ କରି ଜଣେ ଗର୍ଭବତୀ ମହିଳାଙ୍କୁ (Pregnant Lady) ହତ୍ୟା କରିଛନ୍ତି । ତାଙ୍କୁ ହତ୍ୟା କରିବା ପରେ ପେଟ ଚିରି ଶିଶୁଟିକୁ ଗର୍ଭରୁ ବାହାର କରିନେଇଥିଲେ । ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଯେଉଁମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ମା-ଝିଅ ସାମିଲ ଅଛନ୍ତି । ପୋଲିସ ତୃତୀୟ ହତ୍ୟାକାରୀଙ୍କୁ ମହିଳାଙ୍କ ପ୍ରେମୀ ବୋଲି ବର୍ଣ୍ଣନା କରିଛି । ଚିକାଗୋ ପୋଲିସର କହିବାନୁସାରେ ଏହି ଘଟଣା ୨୩ ଏପ୍ରିଲରେ ଘଟିଥିଲା । ଯେତେବେଳେ ୧୯ ବର୍ଷ ବୟସ୍କ ଗର୍ଭବତୀ ମାର୍ଲେନା ଓଚାଓ ଲୋପେଜଙ୍କୁ ତାଙ୍କ ପରିଚିତ ବ୍ୟକ୍ତି ତାଙ୍କ ଘରକୁ ଡକାଇଥିଲେ । ସେ ମାର୍ଲେନାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କୁ କିଛି ସାମଗ୍ରୀ ଦେବାକୁ ପଡିବ । ଯେଉଁ ମହିଳା ମାର୍ଲେନାଙ୍କୁ ତାଙ୍କ ଘରକୁ ଡାକିଥିଲେ ସେ ହେଉଛନ୍ତି କ୍ଲାରିସା ଫିଗୁରୁଆ । କ୍ଲାରିସା ତାଙ୍କୁ କହିଥିଲେ ଯେ ସେ ତାଙ୍କ ଶିଶୁ ପାଇଁ କିଛି ଉପଯୋଗୀ ସାମଗ୍ରୀ ମାଗଣାରେ ଦେବେ । ଏହା ପରେ ମାର୍ଲେନା ଓଚାଓ ଲୋପେଜ୍ କ୍ଲାରିସାଙ୍କ ଘରେ ପହଞ୍ଚିଥିଲେ । (ପ୍ରତୀକାତ୍ମକ ଛବି)

ଘରେ ପହଞ୍ଚିବା ପରେ କ୍ଲାରିସା ଫିଗୁରୁଆ ତାଙ୍କ 24 ବର୍ଷର ଝିଅ ଦେସିରିଙ୍କ ସହ ମାର୍ଲେନା ଓଚାଓ ଲୋପେଜଙ୍କୁ ଗଳା କାଟି ହତ୍ୟା କରିଥିଲେ । ଏହା ପରେ ଦୁହେଁ ମାର୍ଲେନାଙ୍କ ପେଟ ଚିରି ଶିଶୁଟିକୁ ତାଙ୍କ ଗର୍ଭରୁ କାଢିନେଇଥିଲେ । ଏହି ଘଟଣା ପରେ କ୍ଲାରିସା ଫିଗୁରୁଆ ଜରୁରୀକାଳୀନ ନମ୍ବରକୁ ଫୋନ୍ କରି କହିଥିଲେ ଯେ ସେ ଏକ ସନ୍ତାନ ଜନ୍ମ ଦେଇଛନ୍ତି ଓ ସେ ନିଶ୍ୱାସ ନେବାରେ ଅସମର୍ଥ । ଜରୁରୀକାଳୀନ ସେବା କର୍ମଚାରୀ ନବଜାତ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଶିଶୁଟିର ଅବସ୍ଥା ସମ୍ପର୍କରେ ପୋଲିସ କିଛି କହିବାକୁ ମନା କରିଦେଇଥିଲା । ପୋଲିସର ସୂଚନାନୁସାର, ଏହି ସମୟରେ ତାଙ୍କୁ ମାର୍ଲେନାଙ୍କ ନିଖୋଜ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଏହା ପରେ ପୋଲିସ ମାର୍ଲେନାଙ୍କୁ ଖୋଜିବା ଆରମ୍ଭ କରିଥିଲା । (ପ୍ରତୀକାତ୍ମକ ଛବି)<br />

ପୋଲିସର ତଦନ୍ତ ଏକ ମୋଡ଼ ନେଇଥିଲା ଯତେବେଳେ ମାର୍ଲେନା ଓ କ୍ଲାରିସା ଫିଗୁରୁଆଙ୍କ ମଧ୍ୟରେ ୭ ମେରେ ଫେସବୁକ୍ ବାର୍ତ୍ତାଳାପ ବିଷୟରେ ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ କ୍ଲାରିସା ମାର୍ଲେନା ଓଚାଓ ଲୋପେଜଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ଏହା ପ୍ରକାଶ ପାଇବା ମାତ୍ରେ ପୋଲିସ ଫିଗୁରୁଆଙ୍କ ଘରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ତଦନ୍ତ ବେଳେ ପୋଲିସ ଘର ପଛରେ ରଖାଯାଇଥିବା ଏକ ବଡ଼ ଆବର୍ଜନା କୁଢାରୁ ମାର୍ଲେନା ଲୋପେଜଙ୍କ ମୃତଦେହ ଜବତ କରିଥିଲା । ଏହା ପରେ ପୋଲିସ ମୃତ ଶରୀରର ପୋଷ୍ଟମର୍ଟମ କରିଥିଲା ଓ ତାଙ୍କ ଡିଏନଏ ପରୀକ୍ଷା ମଧ୍ୟ କରିଥିଲା । ଏଥିସହ ଶିଶୁର ଡିଏନ୍ଏ ମଧ୍ୟ ପରୀକ୍ଷା କରାଯାଇଥିଲା । ଯାଞ୍ଚ ସମୟରେ ଏହା ପ୍ରମାଣିତ ହୋଇଥିଲା ଯେ ପିଲାଟି ମାର୍ଲେନା ଓଚାଓ ଲୋପେଜଙ୍କର ଅଟେ । (ପ୍ରତୀକାତ୍ମକ ଛବି)

କ୍ଲାରିସା ଫିଗୁରୁଆ ଓ ତାଙ୍କ ଝିଅ ଡିସିରିଙ୍କ ବିରୋଧରେ ପୋଲିସ ସର୍ଚ୍ଚ ୱାରେଣ୍ଟ ବାହାର କରିଥିଲା । ଏଥିସହ କ୍ଲାରିସାଙ୍କ ୪୦ ବର୍ଷର ପ୍ରେମିକା ପିଓଟର ବୋବାକ୍ ମଧ୍ୟ ଏହି ହତ୍ୟାକାଣ୍ଡକୁ ଲୁଚାଇଥିବା ଅଭିଯୋଗ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଚିକାଗୋ ପୋଲିସ୍ ମୁଖ୍ୟ ଏଡି ଜନସନ ଏହାକୁ ଏକ ଘୃଣ୍ୟ ତଥା ଅତ୍ୟନ୍ତ ବିବ୍ରତ ଅପରାଧ କରିଛନ୍ତି । ଜନସନ କହିଛନ୍ତି ଯେ ଏହି ସମୟରେ ପରିବାର ସହିତ କ’ଣ ହେବ ମୁଁ କଳ୍ପନା ମଧ୍ୟ କରିପାରୁ ନାହିଁ । ସେହି ସମୟରେ ଯେତେବେଳେ ସେମାନଙ୍କ ଘରେ ଖୁସିର ଉତ୍ସବ ପାଳନ କରାଯାଇଥାନ୍ତା ବର୍ତ୍ତମାନ ସେଠାରେ ମା ଓ ଶିଶୁର ଶୋକ ପାଳନ କରାଯାଉଛି । (ପ୍ରତୀକାତ୍ମକ ଛବି)