PHOTOS: ନୋରା ଫତେହିଙ୍କ ଗ୍ଲାମରସ୍ ଷ୍ଟାଇଲ ହଇଚଇ ସୃଷ୍ଟି କଲା; ନଜର ହଟାଇବା କଷ୍ଟକର
ନିଜର ବ୍ୟକ୍ତିତ୍ୱ ସହିତ ସମସ୍ତଙ୍କୁ ଆକର୍ଷିତ କରିଥିବା ବଲିଉଡ ଅଭିନେତ୍ରୀ ନୋରା ଫତେହି ନିକଟରେ ନିଜର କିଛି ଗ୍ଲାମରସ ଫଟୋ (Nora Fatehi Photos) ସେୟାର କରିଛନ୍ତି । ନିଜର ଉତ୍କୃଷ୍ଟ ନୃତ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ସେ ସାରା ବିଶ୍ୱରେ ଜଣାଶୁଣା ।

ନୂଆ ଦିଲ୍ଲୀ: ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି (Nora Fatehi) ଶୁକ୍ରବାର ଦିନ ନିଜ ଇନଷ୍ଟାଗ୍ରାମରେ କିଛି ନୂଆ ଫଟୋ (Nora Fatehi Photos) ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟ ମାଧ୍ୟମରେ ନୋରା ନିଜ ପ୍ରଶଂସକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । (ଫଟୋ ସୌଜନ୍ୟ: Instagram/norafatehi)

ନୋରା କେବଳ ନିଜର ଗ୍ଲାମରସ୍ ଷ୍ଟାଇଲ୍ ସହିତ କେବଳ ଲୋକଙ୍କୁ ଲୋଭାନ୍ନିତ କରୁନାହାଁନ୍ତି ବରଂ ସେମାନଙ୍କୁ ଚ୍ୟାଲେଞ୍ଜ ମଧ୍ୟ କରୁଛନ୍ତି । ଅଭିନେତ୍ରୀ ନିଜ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଓ ଲେଖିଛନ୍ତି ଯେ ତାଙ୍କ ପ୍ରଶଂସକମାନେ ଏହା କରି ପାରିବେ ବୋଲି ସେ ଭାବନ୍ତି ନାହିଁ । ଏହି ଫଟୋଗୁଡ଼ିକରେ ନୋରାଙ୍କ ଏକ ନିଆରା ଷ୍ଟାଇଲ ଦେଖିବାକୁ ମିଳିଛି । (ଫଟୋ ସୌଜନ୍ୟ: Instagram/norafatehi)

ଫଟୋରେ ନୋରା ଉଜ୍ଜ୍ୱଳ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ସେ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି । ସେ ଫଟୋର କ୍ୟାପସନରେ ଲେଖିଛନ୍ତି, ଓଦା କେଶ, ବ୍ରୋଞ୍ଜେଜ୍ ସ୍କିନ ... ମୁଁ ଭାବୁନାହିଁ ଯେ ଆପଣ ଏହା ହାସଲ କରିପାରିବେ । (ଫଟୋ ସୌଜନ୍ୟ: Instagram/norafatehi)

ନୋରା ନିଜର ପରବର୍ତ୍ତୀ ଫିଲ୍ମ ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ ପାଇଁ ପ୍ରସ୍ତୁତ ହେଉଛନ୍ତି । ଯାହାର କାହାଣୀ ଭାରତୀୟ ବାୟୁସେନା ପାଇଲଟ୍ ବିଜୟ କର୍ନିକଙ୍କ ନେଇ ତିଆରି ହୋଇଛି । (ଫଟୋ ସୌଜନ୍ୟ: Instagram/norafatehi)

ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଓ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମଟି ଗୁଜୁରାଟର କୁଚ୍ ଜିଲ୍ଲାର ଏକ ଗାଁର ୩୦୦ ମହିଳାଙ୍କ କାହାଣୀ ବର୍ଣ୍ଣନା କରିବ । ଯେଉଁମାନେ ୧୯୭୧ ର ଭାରତ-ପାକ୍ ଯୁଦ୍ଧରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିରେ ନୋରା ଜଣେ ଗୁପ୍ତଚର ଭାବରେ ନଜର ଆସିବେ । (ଫଟୋ ସୌଜନ୍ୟ: Instagram/norafatehi)

ନୋରାଙ୍କ ପୂର୍ବ ଭିଡିଓ 'ଆଲବମ୍ ଛୋଡ ଦେଙ୍ଗେ' ଏକ ବଡ଼ ହିଟ୍ ହୋଇଥିଲା । (ଫଟୋ ସୌଜନ୍ୟ: Instagram/norafatehi)

ନିକଟରେ ନୋରା ଫତେହି ଧୂସର ଗାଉନ୍ ପିନ୍ଧି ଏକ ପୁଲ ଶୋ’ରେ ଯୋଗଦେବାକୁ ଆସିଥିଲେ । ସମସ୍ତଙ୍କ ଆଖି ନୋରା ଉପରେ ଥିଲା । ସେ ଏତେ ସୁନ୍ଦର ଦେଖାଯାଉଥିଲେ ଯେ ତାଙ୍କ ଠାରୁ ନଜର ହଟାଇବା କଷ୍ଟକର ଥିଲା । (ଫଟୋ ସୌଜନ୍ୟ: Instagram/norafatehi)

ସେ ପ୍ରାୟତଃ ସୋସିଆଲ ମିଡିଆରେ ଏକାଧିକ ଫଟୋ ଓ ଭିଡିଓ ସେୟାର କରିନ୍ତି । ନିକଟରେ ଅଭିନେତ୍ରୀ ଜଣକ ଏକ ଗାଉନ୍ ପିନ୍ଧିଥିବାର ନଜର ଆସିଥିଲେ । (ଫଟୋ ସୌଜନ୍ୟ: Instagram/norafatehi)