ବହୁତ ଖାସ୍ ନିରୀହ ପିଲାମାନଙ୍କର ଏହି ହସ; ବିଦେଶୀ ଫଟୋଗ୍ରାଫର ଦେଖାଇଲେ ସେମାନଙ୍କର LIFE
ମାସିମୋ ବିଟି (Massimo Bietti) ଇଟାଲୀର (Italy) ଜଣେ ଫଟୋଗ୍ରାଫର ଅଟନ୍ତି । ସେ ବିଶ୍ୱର ବିଭିନ୍ନ ଦେଶରୁ ପିଲାମାନଙ୍କର (Children) ଫଟୋ କ୍ୟାପଚର କରିଛନ୍ତି । ଏହି ଫଟୋଗୁଡ଼ିକ ମାଧ୍ୟମରେ ସେ ଏହି ଦେଶର ପିଲାମାନଙ୍କ ଜିଉଁଥିବା ଜୀବନଶୈଳୀକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

ପିଲା ଓ ପିଲାଦିନ ବହୁତ ଖାସ୍ ଅଟେ । ଆମେ ବଡ଼ ହୋଇଯିବ ପରେ ପ୍ରାୟତଃ ଆମର ପିଲାଦିନର ଦିନଗୁଡ଼ିକୁ ମନେ ପକାଇ ଥାଉ। ଆମେ ଆମର ପିଲାଳିଆମୀକୁ ମନେ ପକାଇଥାଉ ଓ ସେହି ସମୟକୁ ମନେ ରଖିଥାଉ ଯେତେବେଳେ ଆମ ଉପରେ କୌଣସି ବୋଝ ନଥିଲା । ଯଦି ଦେଖାଯାଏ ପିଲାଟି କୌଣସି ଜାତି, ଧର୍ମ, ସମ୍ପ୍ରଦାୟ, ଦେଶରେ ହେଉନା କାହିଁକି ସେ ବହୁତ ସୁନ୍ଦର ଅଟେ । ପିଲାମାନଙ୍କର ଏହି ପିଲାଳିଆମୀ ଓ ନିର୍ଦ୍ଦୋଷତାକୁ ଜଣେ ଇଟାଲୀୟ ଫଟୋଗ୍ରାଫର ନିଜ ଫଟୋରେ ଦର୍ଶାଇଛନ୍ତି । ଇଟାଲୀର ମାସିମୋ ବିଟି ଜଣେ ଫଟୋଗ୍ରାଫର ଅଟନ୍ତି । ସେ ବିଶ୍ୱର ବିଭିନ୍ନ ଦେଶରୁ ପିଲାମାନଙ୍କର (Children) ଫଟୋ କ୍ୟାପଚର କରିଛନ୍ତି । ଏହି ଫଟୋଗୁଡ଼ିକ ମାଧ୍ୟମରେ ସେ ଏହି ଦେଶର ପିଲାମାନଙ୍କ ଜିଉଁଥିବା ଜୀବନଶୈଳୀକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଏହି ଫଟୋଗ୍ରାଫରେ ଥିବା ପିଲାମାନେ ଋଷ, ସୁଦାନ, ଇଥିଓପିଆ, ଭାରତ, ବାଂଲାଦେଶ ଇତ୍ୟାଦି ଦେଶରୁ ଆସିଛନ୍ତି । ଫଟୋଗ୍ରାଫର ବିଶେଷତ୍ୱ ହେଉଛି ଯେ ସେମାନେ ପ୍ରାୟତଃ ଗରିବ ଓ ଆଦିବାସୀ ଅଞ୍ଚଳର ପିଲା ଅଟନ୍ତି । (ଫଟୋ: ଇନଷ୍ଟାଗ୍ରାମ / @maxxetto)