ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତର ଗୋଟିଏ ପକ୍ଷ ହିସାବରେ ଚାଲିଥିବା ଡ୍ରଗ୍ସ କାରବାରର ତଦନ୍ତ କ୍ରମରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ (Souvik Chakraborty) ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଗିରଫ କରିଛି । ଶୌଭିକଙ୍କ ବିଷୟରେ ଅନୁସନ୍ଧାନରୁ ଏହା ନିଶ୍ଚିତ ହୋଇଛି ଯେ ସେ ଡ୍ରଗ୍ସ ବେପାରୀମାନଙ୍କ ଠାରୁ ଡ୍ରଗ୍ସ କିଣୁଥିଲେ । ତେବେ ସେ ଏହି ଡ୍ରଗ୍ସକୁ କ’ଣ କରୁଥିଲେ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଯଦି ଆପଣ ଶୋଭିକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଦେଖନ୍ତି, ତେବେ ଆପଣ ଜାଣିବେ ଯେ ସେ ବହୁତ ପାର୍ଟି କରୁଥିଲେ । ତାଙ୍କର ଅଧିକାଂଶ ଫଟୋ ପାର୍ଟି କରିବା ସମୟର ହିଁ ଫଟୋ । ସେ ପ୍ରାୟତଃ ନିଜ ସାଙ୍ଗମାନଙ୍କ ସହିତ ଜୋରଦାର ପାର୍ଟି କରୁଥିବା ଦେଖାଯାଉଥିଲା । ଶୌଭିକ୍ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି । କିନ୍ତୁ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହ କିଛି କମ୍ପାନୀରେ ଅଂଶୀଦାର ବି ଅଛନ୍ତି । ରିୟା ଚକ୍ରବର୍ତ୍ତୀ ମଧ୍ୟ ତାଙ୍କ ସାକ୍ଷାତକାରରେ ନିଜ ଭାଇ ଓ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କ ବିଷୟରେ କହିଥିଲେ । ରିୟା କହିଥିଲେ ଯେ ବେଳେବେଳେ ତାଙ୍କୁ ଲାଗୁଥିଲା ଯେମିତି ତାଙ୍କ ଭାଇ ହିଁ ତାଙ୍କ ସଉତୁଣୀ । କିନ୍ତୁ ବର୍ତ୍ତମାନ ଶୌଭିକଙ୍କ ନାମ ମୁଖ୍ୟତଃ ଜଣେ ଡ୍ରଗ୍ କିଣାଳୀ ଭାବରେ ସାମନାକୁ ଆସିଛି ।ଶୌଭିକ୍ ଗିରଫ ହେବା ପରେ ଆହୁରି ଅନେକ ରହସ୍ୟ ଖୋଲିବ ବୋଲି କୁହାଯାଉଛି । ରିୟାଙ୍କ ପରିବାର ଲୋକଙ୍କ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କର ଶେଷ କଥାବାର୍ତ୍ତା ମଧ୍ୟ ରିୟାଙ୍କ ଭାଇ ଶୌଭିକଙ୍କ ସହ ହୋଇଥିଲା ।