ମହିଳାମାନଙ୍କ ପୋଷାକ ବିଷୟରେ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନଙ୍କ (Pakistan PM Imran Khan) ବକ୍ତବ୍ୟ ସବୁଆଡ଼େ ସମାଲୋଚିତ ହୋଇଛି । ଇମରାନ୍ ଖାନ୍ ବଢ଼ିଚାଲିଥିବା ଯୌନ ଅପରାଧ (sex crimes) ପାଇଁ ମହିଳାମାନଙ୍କ ପୋଷାକ ଓ ଅଶ୍ଳୀଳତା ଦାୟୀ ବୋଲି କହି ପୁରୁଷମାନଙ୍କୁ ଉତ୍ତେଜିତ ହେବାରୁ ରୋକିବା ପାଇଁ ପୁଣି ପରଦା ପ୍ରଥାର ପ୍ରଚଳନ ହେବା ଉଚିତ ବୋଲି କହିଥିଲେ । ତାଙ୍କ ପ୍ରଥମ ପତ୍ନୀ ଜେମିମା ଗୋଲ୍ଡସ୍ମିଥ (Jemima Goldsmith) ବି ଏହି ମନ୍ତବ୍ୟ ପାଇଁ ଇମରାନଙ୍କୁ ଅନେକ କଟୁ କଥା କହିଛନ୍ତି । (ଫାଇଲ୍ ଫଟୋ)
ଦିନେ ପ୍ରସିଦ୍ଧ ଟେନିସ୍ ତାରକା ଥିବା ମାର୍ଟିନା ନାଭ୍ରାଟିଲୋଭା (Martina Navratilova) ଇମରାନ ଖାନଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, ‘‘ଶେମ୍ ଅନ୍ ୟୁ ।’’ (ତୁମକୁ ଲଜ୍ଜା ଲାଗିବା ଉଚିତ) । ବାସ୍ତବରେ ଆମମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଇମ୍ରାନ ଖାନ୍ ଯେତେବେଳେ ଏକ ସମୟରେ ଲଣ୍ଡନରେ ରହୁଥିଲେ ତାଙ୍କ ଜୀବନ ବିଶୃଙ୍ଖଳାରେ ପରିପୂର୍ଣ୍ଣ ଥିଲା । ସେତେବେଳେ ସେ ନିଜ ଜୀବନକୁ ରକ୍ ଆଣ୍ଡ୍ ରୋଲ୍ ସଂସ୍କୃତି ଅନୁସାରେ ବିତାଉଥିଲେ, ଯେଉଁଥି ପାଇଁ ସେ ଏବେ ମହିଳାମାନଙ୍କୁ ଦାୟୀ କରୁଛନ୍ତି ।
ଇମ୍ରାନ ଖାନ୍ ସର୍ବଦା ନିଜର ରଙ୍ଗୀନ୍ ମହିଳା ବନ୍ଧୁ ଓ ଜୀବନଶୈଳୀ ପାଇଁ ଜଣାଶୁଣା ରହିଆସିଛନ୍ତି । ଜଣେ ଇଂରାଜୀ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ ମଧ୍ୟ ସେ ତାଙ୍କ ଠାରୁ ଜନ୍ମିତ ପିଲାକୁ ନିଜର ବୋଲି ଗ୍ରହଣ କରିବାକୁ ମନା କରିଦେଇଥିଲେ । ପରେ ଡି.ଏନ୍.ଏ. ପରୀକ୍ଷା ଆଧାରରେ କୋର୍ଟରେ ପ୍ରମାଣିତ ହୋଇଥିଲା ଯେ ଝିଅଟି ଇମ୍ରାନଙ୍କର । ଶେଷରେ ସେ ତାକୁ ନିଜ ଝିଅ ବୋଲି ମାନିଥିଲେ । ଇମ୍ରାନ୍ ଖାନ୍ ଯେତେବେଳେ କ୍ରିକେଟ୍ ଖେଳୁଥିଲେ ତାଙ୍କର ବିଶୃଙ୍ଖଳିତ ଜୀବନ ତଥା ଡ୍ରଗ୍ ସେବନ ଯୋଗୁଁ ସେ ଅୟାଶ୍ ବୋଲି କହୁଥିବା ଲୋକଙ୍କ ଅଭାବ ନ ଥିଲା ।
ଇମ୍ରାନ୍ ଖାନ୍ ଏକ ସମୟରେ କ୍ରିକେଟର ଅନ୍ୟତମ ବିବାଦୀୟ ବ୍ୟକ୍ତିତ୍ୱ ଥିଲେ । ସେ ଅନେକ ଅଭିଯୋଗର ସମ୍ମୁଖୀନ ହୋଇଥିଲେ ଓ କହିଥିଲେ ଯେ ସବୁ ଅଭିଯୋଗ ମିଥ୍ୟା । କିନ୍ତୁ ଯଦି ଆମେ ଇମ୍ରାନଙ୍କ ଜୀବନକୁ ଦେଖିବା, ତେବେ ଜାଣିବା ଯେ ସେ ସର୍ବଦା ଏମିତି ଜୀବନଯାପନ କରି ଆସୁଥିଲେ ଯେଉଁଥିରୁ ବିବାଦ ସୃଷ୍ଟି ହେଉଥିଲା । ଏକ ସମୟରେ ଇମ୍ରାନଙ୍କ ଅନେକ କ୍ରିକେଟ୍ ସହକର୍ମୀ ସେ ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ କରିଥିଲେ ।
୧୯୮୭ରେ ପାକିସ୍ତାନର ବରିଷ୍ଠ କ୍ରିକେଟର୍ କାସୀମ ଉମର୍ ଅଭିଯୋଗ କରିଥିଲେ ଯେ ଇମ୍ରାନ୍ ଡ୍ରଗ୍ସ ପାର୍ଟିରେ ଭାଗ ନେଉଥିଲେ ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ବାରରେ ବସୁଥିଲେ । କାସିମ୍ ଅଭିଯୋଗ କରିଥିଲେ ଯେ ସେ ନିଜେ ଇମ୍ରାନଙ୍କୁ ଡ୍ରଗ୍ସ ଯୋଗାଇ ଦେଉଥିଲେ । ଏହା ବ୍ୟତୀତ ୟୁନିସ୍ ଅହମ୍ମଦ୍ ମଧ୍ୟ ଇମ୍ରାନଙ୍କ ବିରୋଧରେ ଏପରି କିଛି ଅଭିଯୋଗ କରିଥିଲେ । (ଫାଇଲ୍ ଫଟୋ)
ଇମ୍ରାନଙ୍କ କ୍ରିକେଟ୍ ସହକର୍ମୀମାନେ ଅଭିଯୋଗ କରିଥିଲେ ଯେ ଯେତେବେଳେ ସେ ଡ୍ରଗ୍ସ ପାର୍ଟିକୁ ଯାଉଥିଲେ ତାଙ୍କ ଚାରି ପାଖରେ ଅନେକ ରଙ୍ଗୀନ୍ ଯୁବତୀ ରହୁଥିଲେ । ପରେ ଇମ୍ରାନ ଖାନଙ୍କ ଦ୍ୱିତୀୟ ପତ୍ନୀ ରେହମ୍ ନିଜ ପୁସ୍ତକରେ ଇମ୍ରାନଙ୍କୁ ଡ୍ରଗ୍ସ ସେବନ କରି ମହିଳାଙ୍କ ସହ ସମୟ ବିତାଉଥିବା ପୁରୁଷ ବୋଲି କହିଥିଲେ । ଇମ୍ରାନ୍ ପାର୍ଟିରେ ଡ୍ରଗ୍ସ ନେଉଥିଲେ ଓ ଯୁବତୀମାନଙ୍କ ସହ ନାଚୁଥିଲେ ବୋଲି ସେ ଲେଖିଛନ୍ତି । ୟୁନିସ୍ କହିଛନ୍ତି ଯେ ୧୯୮୭ରେ ଯେତେବେଳେ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଯାଇଥିଲା, ସେମାନେ ବେଙ୍ଗାଲୁରୁର ୱେଷ୍ଟ୍ ଏଣ୍ଡ୍ ହୋଟେଲରେ ଇମ୍ରାନଙ୍କୁ ସେହି ଅବସ୍ଥାରେ ଦେଖିଥିଲେ ।
ଯେତେବେଳେ ଇମ୍ରାନ୍ ଖାନ୍ କେମ୍ବ୍ରିଜ ୟୁନିଭରସିଟିରେ ପଢୁଥିଲେ ଓ ପଢ଼ା ପରେ କ୍ରିକେଟ୍ ଖେଳୁଥିଲେ, ତାଙ୍କର ଭାବମୂର୍ତ୍ତି ପ୍ଲେ-ବୟ ପରି ଥିଲା । ତାଙ୍କୁ ଲଣ୍ଡନର ନାଇଟ୍ କ୍ଲବରେ ଅଧିକ ଥର ଦେଖିବାକୁ ମିଳୁଥିଲା । ଇମ୍ରାନଙ୍କ ଜୀବନରେ ଅନେକ ଯୁବତୀ ଆସିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଜଣେ ଇଂରାଜୀ ଯୁବତୀ ବି ଥିଲେ ଯିଏ ତାଙ୍କୁ କେବଳ କୋର୍ଟକୁ ଟାଣି ନ ଥିଲେ ବରଂ ତାଙ୍କ ଝିଅକୁ ଇମ୍ରାନ ନିଜ ଝିଅ ଭାବରେ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ସେ ଥିଲେ ବ୍ରିଟେନର ଧନୀ ବ୍ୟକ୍ତି ଗର୍ଡି ହ୍ୱାଇଟଙ୍କ ଝିଅ ସୀଟା ହ୍ୱାଇଟ୍ । ତାଙ୍କ ସହ ଇମ୍ରାନଙ୍କ ରୋମାନ୍ସ ବହୁତ ଜୋରଦାର୍ ଥିଲା ।
୧୯୯୨ରେ ସିଟା ନିଜ ଝିଅ ଟିରେନକୁ ଜନ୍ମ ଦେଇଥିଲେ । ସେ ଚାହୁଁଥିଲେ ଇମ୍ରାନ୍ ତାଙ୍କୁ ବିବାହ କରନ୍ତୁ, କିନ୍ତୁ ଇମ୍ରାନ୍ ସମ୍ପୂର୍ଣ୍ଣ ମନା କରି ଦେଇଥିଲେ । ୪୩ ବର୍ଷ ବୟସରେ ସିଟା ହ୍ୱାଇଟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ କୋର୍ଟର ଆଶ୍ରୟ ନେଇଥିଲେ ଓ ଆବେଦନ କରିଥିଲେ ଯେ ଇମ୍ରାନ ତାଙ୍କ ଝିଅର ପିତା ହୋଇଥିବାରୁ ତାକୁ ଗ୍ରହଣ କରିବା ଉଚିତ୍ । କିନ୍ତୁ କୋର୍ଟରେ ଇମ୍ରାନ ଏହାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଥିଲେ । କୋର୍ଟ ତାଙ୍କୁ ତିନି ଥର ପରୀକ୍ଷା କରିବାକୁ କହିଥିଲେ, କିନ୍ତୁ ଇମ୍ରାନ ଥରେ ବି କରି ନ ଥିଲେ । ଶେଷରେ କୋର୍ଟରେ ପ୍ରମାଣିତ ହୋଇଥିଲା ଯେ ଇମ୍ରାନ ହିଁ ଟିରେନଙ୍କ ପିତା ।
ଇମ୍ରାନଙ୍କ ମହିଳା ବନ୍ଧୁମାନେ ପ୍ରାୟତଃ ବ୍ରିଟିଶ ମହିଳା ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ MTV ଆଙ୍କର୍ କ୍ରିଷ୍ଟିନା ବେକର୍ । ସେ ଲକ୍ଷ ଲକ୍ଷ ଯୁବକଙ୍କୁ ନିଜ ଶୈଳୀ ଯୋଗୁଁ ପାଗଳ କରିଦେଇଥିଲେ । ସେ ସେତେବେଳର ଷ୍ଟାର୍ କ୍ରିକେଟର୍ ଇମ୍ରାନଙ୍କ ପ୍ରେମରେ ଏମିତି ପଡି଼ଥିଲେ ଯେ ତାଙ୍କୁ ବିବାହ କରିବାକୁ ବି ସ୍ୱପ୍ନ ଦେଖୁଥିଲେ । ଇମ୍ରାନ୍ ମଧ୍ୟ ତାଙ୍କ ଫ୍ଲାଟରେ ଦୀର୍ଘ ସମୟ ଧରି ରହୁଥିଲେ । କୁହାଯାଏ ଯେ କ୍ରିଷ୍ଟିନା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ଓ ଏଥି ପାଇଁ ସେ ଧର୍ମ ପରିବର୍ତ୍ତନ କରିବାକୁ ବି ପ୍ରସ୍ତୁତ ଥିଲେ । କିନ୍ତୁ ବୋଧହୁଏ ଇମ୍ରାନ୍ ସେହି ସମୟରେ ବିବାହ କରିବାକୁ ଚାହୁଁ ନ ଥିଲେ । (ଫାଇଲ୍ ଫଟୋ)
ୟୁରୋପୀୟ ସୁନ୍ଦରୀ ଏମା ସର୍ଜେଣ୍ଟଙ୍କ ପାଇଁ ବି ଇମ୍ରାନଙ୍କ ହୃଦୟ ଧକ୍ ଧକ୍ ହୋଇଥିଲା । ନିରୀହ ସୌନ୍ଦର୍ଯ୍ୟର ଅଧିକାରୀ ଏମାଙ୍କ ବିଷୟରେ ଇମ୍ରାନ କହିଥିବା ଶୁଣିବାକୁ ମିଳିଥିଲା, ‘‘ସେ ହିଁ ସେହି ଝିଅ ଯାହାଙ୍କ ସହ ମୁଁ ପ୍ରେମରେ ପଡି଼ଛି ।’’ ଝିଅମାନେ ତାଙ୍କ ଜୀବନରେ ଆସୁଥିଲେ ଯାଉଥିଲେ । ସୁଜନ୍ କନଷ୍ଟାଣ୍ଟିନ୍ ଓ ଷ୍ଟିଫେନ୍ ବେଚାନଙ୍କ ଠାରୁ ଆରମ୍ଭ କରି ଗୋଲ୍ଡି ହନ୍ ପର୍ଯ୍ୟନ୍ତ ସୁନ୍ଦରୀ ଯୁବତୀମାନଙ୍କ ସହ ଇମ୍ରାନଙ୍କ ନାମ ଯୋଡ଼ାଯାଇଥିଲା । ଋତୁ ବଦଳିବା ପରି ଇମ୍ରାନଙ୍କ ଗର୍ଲଫ୍ରେଣ୍ଡମାନେ ବଦଳୁଥିଲେ ।
ଇମ୍ରାନଙ୍କ ନାଁ ପାକିସ୍ତାନୀ ଫିଲ୍ମ ଅଭିନେତ୍ରୀ ମୀରାଙ୍କ ସହ ବି ଯୋଡ଼ାଯାଇଥିଲା । ମୀରା ଇମ୍ରାନ୍ ଖାନଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ପାକିସ୍ତାନର ସବୁ ଖବରକାଗଜ ମୀରାଙ୍କ ଏହି ପ୍ରେମ ଅନୁରୋଧକୁ ହେଡଲାଇନରେ ପ୍ରକାଶ କରିଥିଲେ । କିନ୍ତୁ ଇମ୍ରାନ୍ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ । ଇମ୍ରାନଙ୍କ ନାଁ ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତି ତଥା ନୱାଜ ସରିଫଙ୍କ ଘନିଷ୍ଠ ବିଶ୍ୱାସୀ ମିଆନ୍ ମନାଶାଙ୍କ ଭାଣିଜୀ ସହ ବି ଯୋଡ଼ାଯାଇଥିଲା ।
ଭାରତୀୟ ଅଭିନେତ୍ରୀ ଜୀନତ ଅମନଙ୍କ ସହ ବି ଇମ୍ରାନ୍ ଖାନଙ୍କ ପ୍ରେମ ସମ୍ପର୍କ ଥିଲା । ୧୯୮୦ ଦଶକରେ ଇମ୍ରାନ୍ ପାକିସ୍ତାନୀ କ୍ରିକେଟ୍ ଦଳର ଅଧିନାୟକ ଭାବରେ ଭାରତ ଆସିଥିଲେ । ସେହି ସମୟରେ ସେ ଜୀନତ୍ ଅମାନଙ୍କୁ ଭେଟିଥିଲେ । ଜୀନତ୍ ସେହି ସମୟରେ ବଲିଉଡର ସର୍ବୋତ୍ତମ ଅଭିନେତ୍ରୀ ଥିଲେ । ସେ ଲସ୍-ଏଞ୍ଜେଲସରେ ଶିକ୍ଷା ଲାଭ କରିଥିଲେ । ତାଙ୍କ ପିତା ମୁସଲମାନ୍ ଓ ମା’ ଆଙ୍ଗ୍ଲୋ-ଇଣ୍ଡିଆନ୍ ଥିଲେ । ସେ ୧୯୭୦ରେ ମିସ୍ ଇଣ୍ଡିଆ ପାସିଫିକ୍ ପୁରସ୍କାର ପାଇଥିଲେ ଓ ତା’ପରେ ମଡେଲିଂ ଆରମ୍ଭ କରିଥିଲେ । କୁହାଯାଏ ଯେ ଜୀନତ୍ ଓ ଇମ୍ରାନ୍ ଲଣ୍ଡନରେ ଅନେକ ଥର ପରସ୍ପରକୁ ଭେଟିଥିଲେ । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଜୀନତ୍ ଇମ୍ରାନଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ଇମ୍ରାନଙ୍କର ସେମିତି କୌଣସି ଉଦ୍ଦେଶ୍ୟ ନ ଥିଲା ।