ଆଜିହିଁ ଝିଅ ନାମରେ ଖୋଲନ୍ତୁ ଏହି ଆକାଉଣ୍ଟ; ୨୧ ବର୍ଷ ବୟସରେ ଆକାଉଣ୍ଟରେ ଥିବ ୬୪ ଲକ୍ଷ ଟଙ୍କା
Daughters Day 2020- ପ୍ରତିବର୍ଷ ସେପ୍ଟେମ୍ବର ମାସର ଚତୁର୍ଥ ରବିବାର ଦିନ ଝିଅ ଦିବସ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ଝିଅ ଦିବସ (Daughter's Day) ୨୭ ସେପ୍ଟେମ୍ବର ଅର୍ଥାତ ଆଜି ପାଳନ କରାଯାଉଛି । ଏହି ଦିନ ଲୋକମାନେ ସେମାନଙ୍କର ଝିଅ ମାନଙ୍କୁ ଉପହାର, ଚକୋଲେଟ୍ ଦେଇ ସେମାନଙ୍କୁ ଅନୁଭବ କରାନ୍ତି ଯେ ଝିଅ ମାନେ କେତେ ମୂଲ୍ୟବାନ । ସେଥିପାଇଁ ଆଜି ଆମେ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏକ ସରକାରୀ ଯୋଜନା ବିଷୟରେ କହୁଅଛୁ ।

ନୂଆ ଦିଲ୍ଲୀ: ଝିଅମାନଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ୨୦୨୦ (Sukanya Samriddhi Scheme 2020) ଏକ ଉପଯୋଗୀ ଅଟେ । ସୁକନ୍ୟା ସମୃଦ୍ଧି ଯୋଜନାରେ ବିନିଯୋଗ କରି ଆପଣ ସହଜରେ ଆପଣଙ୍କ ଝିଅର ଉଚ୍ଚଶିକ୍ଷା ଓ ବିବାହ ଖର୍ଚ୍ଚ ପୂରଣ କରିପାରିବ । ଯେଉଁଥିରେ ଆପଣ ନିଶ୍ଚିତ ଲାଭ ପାଇବେ ।

ଯଦି ଆପଣ ଝିଅଙ୍କର କମ ବୟସରୁ ଏହି ଯୋଜନାରେ ବିନିଯୋଗ ଆରମ୍ଭ କରି ଦିଅନ୍ତି ତେବେ ଆପଣ ଏହି ଯୋଜନାରେ ୧୫ ବର୍ଷ ପାଇଁ ବିନିଯୋଗ କରିପାରିବ । ଆସନ୍ତୁ ଜାଣିବା ଆପଣ କିପରି ଝିଅ ପାଇଁ ୬୪ ଲକ୍ଷ ଟଙ୍କା ଜମା କରିପାରିବେ ।

ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ସ୍କିମ୍ ୨୦୨୦ ଜମା - ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେକୌଣସ ଆକାଉଣ୍ଟରେ ଜମା କରାଯାଇପାରିବ । ଏଥି ସହିତ ଆର୍ଥିକ ବର୍ଷରେ ସର୍ବନିମ୍ନ ଜମା ରାଶି ହେଉଛି ୨୫୦ ଟଙ୍କା । ଏହାର ଅର୍ଥ ହେଉଛି ଆପଣ ଆର୍ଥିକ ବର୍ଷରେ ଗୋଟିଏ ଆକାଉଣ୍ଟରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଓ ସର୍ବନିମ୍ନ ୨୫୦ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ଯଦି କୌଣସି ବ୍ୟକ୍ତି ହଠାତ୍ ଏହି ଆକାଉଣ୍ଟରେ ୧.୫ ଲକ୍ଷରୁ ଅଧିକ ଟଙ୍କା ଜମା କରନ୍ତି ତେବେ ଏହି ରାଶି ସୁଧ ପାଇଁ ହିସାବ କରାଯିବ ନାହିଁ । ଏଥିସହ ଏହି ରାଶି ଜମାକାରୀଙ୍କ ଆକାଉଣ୍ଟକୁ ଫେରସ୍ତ କରି ଦିଆଯିବ । ଏହି ଆକାଉଣ୍ଟକୁ ୧୫ ବର୍ଷ ପର୍ଯ୍ୟନ୍ତ ଜମା କରାଯାଇପାରିବ ।

କେତେ ମିଳୁଛି ସୁଧ - ସୁକନ୍ୟା ସମୃଦ୍ଧି ଯୋଜନା ବର୍ତ୍ତମାନ ୭.୬ ପ୍ରତିଶତ ହାରରେ ସୁଧ ମିଳୁଛି । ଏହି ଯୋଜନାରେ ଖାତା ଖୋଲିବା ସମୟରେ ସୁଧ ହାର ରହିଥାଏ ଓ ସେହି ସମାନ ହାରରେ ସମଗ୍ର ବିନିଯୋଗ ଅବଧି ମଧ୍ୟରେ ସୁଧ ପ୍ରାପ୍ତ ହୁଏ । ଡାକଘର ସେଭିଂ ଆକାଉଣ୍ଟ ସମେତ ସମସ୍ତ କ୍ଷୁଦ୍ର ସଞ୍ଚୟ ଯୋଜନାରେ ବିନିଯୋଗ ଉପରେ ସରକାର ଜୁଲାଇ-ସେପ୍ଟେମ୍ବର ତିନିମାସ ପାଇଁ ସୁଧ ହାରରେ ପରିବର୍ତ୍ତନ କରି ନାହାଁନ୍ତି ।

ପରିପକ୍ୱତାରେ ମିଳିବ ୬୪ ଲକ୍ଷ ଟଙ୍କା - ବର୍ତ୍ତମାନର ସୁଧ ହାର ଅନୁଯାୟୀ ଯଦି ପ୍ରତ୍ୟେକ ଆର୍ଥିକ ବର୍ଷରେ ୧୫ ବର୍ଷ ପାଇଁ ୧.୫ ଲକ୍ଷ ଟଙ୍କା ଜମା କରାଯାଏ ତେବେ ଆପଣଙ୍କ ଦ୍ୱାରା ଜମା ହୋଇଥିବା ସମୁଦାୟ ପରିମାଣ ୨୨,୫୦,୦୦୦ ଟଙ୍କା ହେବ ଓ ଏହା ଉପରେ ସୁଧ ୪୧,୩୬,୫୪୩ ହେବ । ଯଦିଓ ଏହି ଆକାଉଣ୍ଟ ୨୧ ବର୍ଷ ପୂରଣ ହେବା ପରେ ପରିପକ୍ୱ ହେବ । ଏପରି ପରିସ୍ଥିତିରେ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ପ୍ରଦାନ କରାଯିବ । ୨୧ ବର୍ଷ ପରେ ଏହାର ସୁଧ ବଢି଼ ପ୍ରାୟ ୬୪ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଯିବ । ଆପଣଙ୍କୁ ମନେ ରଖିବାକୁ ହେବ ଯେ କେନ୍ଦ୍ର ସରକାର ପ୍ରତି କ୍ୱାର୍ଟରରେ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ମିଳୁଥିବା ସୁଧରାକୁ ସ୍ଥିର କରିଥାନ୍ତି । ଏପରି ପରିସ୍ଥିତିରେ ପରିପକ୍ୱତା ପର୍ଯ୍ୟନ୍ତ ସୁଧ ହାର ଅନେକ ଥର ପରିବର୍ତ୍ତନ କରାଯାଇପାରେ ।

କେଉଁ ପ୍ରମାଣପତ୍ର ଗୁଡ଼ିକ ଆବଶ୍ୟକ: ସୁକନ୍ୟା ସମୃଦ୍ଧି ଖାତା ଖୋଲିବାକୁ ଫର୍ମ । ଶିଶୁର ଜନ୍ମ ପ୍ରମାଣପତ୍ର, ଜମାକାରୀଙ୍କ ପରିଚୟ କାର୍ଡ (ପିତାମାତା କିମ୍ବା ଅଭିଭାବକ) ଯେପରିକି ପାନ୍ କାର୍ଡ, ରେସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଇତ୍ୟାଦି । ପାସପୋର୍ଟ, ରାସନ କାର୍ଡ, ବିଦ୍ୟୁତ୍ ବିଲ୍, ଟେଲିଫୋଲ୍ ବିଲ୍ ଇତ୍ୟାଦି ଜମାକାରୀଙ୍କ ଠିକଣାର ପ୍ରମାଣପତ୍ର ଆପଣ ଟଙ୍କା ଜମା କରିବା ପାଇଁ ନେଟ-ବ୍ୟାଙ୍କିଙ୍ଗ ମଧ୍ୟ ବ୍ୟବହାର କରିପାରିବେ । ଯେତେବେଳେ ଆକାଉଣ୍ଟ ଖୋଲାଯାଏ, ଡାକଘର କିମ୍ବା ବ୍ୟାଙ୍କ ଯେଉଁଥିରେ ଆପଣ ଆକାଉଣ୍ଟ ଖୋଲିଛନ୍ତିସେ ଆପଣଙ୍କୁ ଏକ ପାସବୁକ୍ ଦେଇଥାଏ ।

କିଏ ଏକ ଖାତା ଖୋଲିପାରିବ: ଆପଣ ଏହି ଖାତା ସେତେବେଳେ ଖୋଲିପାରିବେ ଯେତେବେଳେ ଆପଣ ଝିଅର ପ୍ରାକୃତିକ କିମ୍ବା ଆଇନଗତ ଅଭିଭାବକ ହୋଇଥିବେ । ଆପଣ ଗୋଟିଏ ଝିଅର ନାମରେ ଏପରି ଏକ ଆକାଉଣ୍ଟ ଖୋଲିପାରିବେ । ସର୍ବମୋଟ ଆପଣ ଦୁଇ ଝିଅଙ୍କ ନାମରେ ଏହି ଆକାଉଣ୍ଟ୍ ଖୋଲିପାରିବେ କିନ୍ତୁ ଦ୍ୱିତୀୟ ଝିଅର ଜନ୍ମ ସମୟରେ ଯଦି ଆପଣଙ୍କର ଯାଆଁଳା ଝିଅ ଅଛି ତେବେ ଆପଣ ମଧ୍ୟ ଏକ ତୃତୀୟ ଆକାଉଣ୍ଟ୍ ଖୋଲିପାରିବେ ।