ନୀତା ଅମ୍ବାନୀ (Nita Ambani) ଏବଂ ମୁକେଶ ଅମ୍ବାନୀଙ୍କ (Mueksh Ambani) ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ। ୩୮ ବର୍ଷ ପୂର୍ବେ ଅମ୍ବାନୀ ପରିବାରର ବୋହୂ ସାଜି ଆସିଥିବା ନୀତା ପିଲାଦିନରୁ ଶାସ୍ତ୍ରୀୟ ନୃତ୍ୟକୁ ଭଲ ପାଉଥିଲେ, ତାଙ୍କ ମା' ସର୍ବଦା ଚାହୁଁଥିଲେ ଯେ ତାଙ୍କ ଝିଅ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୁଅନ୍ତୁ। ନୀତା ଅମ୍ବାନୀ କିନ୍ତୁ ଇଣ୍ଟେରିୟର ଡିଜାଇନିଂରେ ନିଜର କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। (ଫଟୋ ସୌଜନ୍ୟ-ଜୀ ମିଡ଼ିଆ)
ଏକ ସାକ୍ଷାତକାରରେ କୁହାଯାଇଛି ଯେ ନୀତା ଅମ୍ବାନୀ ମଧ୍ୟ ସେହି ଫୋନ ଉଠାଇଥିଲେ। ଧୀରୁଭାଇ ଅମ୍ବାନୀ ଫୋନର କରିଛନ୍ତି ବୋଲି ଶୁଣି ଏହାକୁ ବିଶ୍ବାସ କରିପାରିନଥିଲେ ଏବଂ ଭୁଲ ନମ୍ବରକୁ କଲ କରିଛନ୍ତି ବୋଲି କହି ହୋଲ୍ଡ କରିଦେଇଥିଲେ। ସେ ଥରେ ନୁହେଁ ବରଂ ଦୁଇଥର ଏମିତି କରିଥିଲେ। ଯେତେବେଳେ ସେ ତୃତୀୟ ଥର ପାଇଁ କଲ ପାଇଲେ ସେତେବେଳେ ସେ ନିଶ୍ଚିତ ହୋଇଥିଲେ ଧୀରୁଭାଇ ଅମ୍ବାନୀ ସତରେ ତାଙ୍କୁ ଫୋନ କରିଛନ୍ତି।
ମୁକେଶ ଅମ୍ବାନୀ (Mukesh Ambani Nita Ambani Love Story) ନୀତାଙ୍କୁ ଏକ ନିଆରା ଶୈଳୀରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ମୁକେଶ ଏବଂ ନୀତା କାରରେ ଡ୍ରାଇଭ୍ ପାଇଁ ବାହାରକୁ ଯାଇଥିଲେ। ତା’ପରେ କାରଟି ଏକ ସିଗନାଲରେ ଅଟକାଇଥିଲେ ମୁକେଶ, ଆଉ ସେହି ସମୟରେ ସେ ନୀତାଙ୍କୁ ତାଙ୍କୁ ବିବାହ କରିବେ କି ନାହିଁ ପଚାରିଥିଲେ। ହେଲେ ସିଗନାଲ୍ ଗ୍ରୀନ ହେବା ପରେ ପଛରେ ଥିବା ସମସ୍ତ ଲୋକ ନିଜ ନିଜ ଗାଡି ହର୍ଣ୍ଣ ମାରିଥିଲେ। ନୀତା ଗାଡି ଚଳାଇବାକୁ କହିଥିଲେ, କିନ୍ତୁ ମୁକେଶ ଅମ୍ବାନୀ ସ୍ଥିର କଲେ ଯେ ସେ ଉତ୍ତର ଶୁଣିବା ପରେ ହିଁ ଗାଡ଼ି ଚଲାଇବେ। ତା’ପରେ ନୀତା ବିବାହ ପାଇଁ ହଁ କହିଥିଲେ।