ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗୋଟିଏ ପାର୍ଶ୍ୱରେ ରାଜନୀତି ଓ ସ୍ୱାଧୀନତା ପାଇଁ ଲଢ଼େଇ କରୁଥିଲେ ଓ ଅନ୍ୟ ପାର୍ଶ୍ୱରେ ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ମଧ୍ୟ ଥିଲେ। ସେ ପ୍ରତିଦିନ ଯୋଗ ଅଭ୍ୟାସ କରୁଥିଲେ। ତାଙ୍କ କିଶୋର ଜୀବନ ଆଧ୍ୟାତ୍ମିକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲା। ଆଜାଦ ହିନ୍ଦ ଫୌଜ ପ୍ରତିଷ୍ଠା ସମୟରେ ଯେତେବେଳେ ସେ ଜାପାନରେ ଥିଲେ। ସେତେବେଳେ ପ୍ରତିଦିନ ନିଜ କୋଠରୀରେ ଯୋଗ ଅଭ୍ୟାସ କରୁଥିଲେ। ଏହା ପରେ ସେ ଏକାକୀ ରହିବାକୁ ପସନ୍ଦ କଲେ। ଯଦିଓ ସେ ସର୍ବଦା ଲୋକଙ୍କ ମଧ୍ୟରେ ଥିଲେ କିନ୍ତୁ ରାତିରେ ଏକୁଟିଆ ରହିବା ମାତ୍ରେ ସେ ଧ୍ୟାନରେ ଅବତୀର୍ଣ୍ଣ ହୋଇଯାଉଥିଲେ।
ସଶସ୍ତ୍ର ଯୁଦ୍ଧ ବଳରେ ଭାରତକୁ ସ୍ବାଧୀନତା ପ୍ରଦାନ କରିବା ଲାଗି ସୁନିୟୋଜିତ ସଂଗ୍ରାମ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଗାନ୍ଧିଙ୍କ ଅହିଂସା ଉପାୟରେ ଭାରତୀୟମାନେ ସ୍ବାଧୀନତାର ସ୍ବାଦ ଚାଖିଲେ ସତ, କିନ୍ତୁ ସ୍ବାଧୀନତା ହାସଲରେ ନେତାଜୀଙ୍କ ସଂଘର୍ଷର ଭୂମିକା କିଛି କମ୍ ନୁହେଁ। ୧୮୯୭ ଜାନୁଆରୀ ୨୩ ତାରିଖରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ଗ୍ରହଣ କରିଥିଲେ।
ସେ ପଢିବାକୁ ବହୁତ ଭଲ ପାଉଥିଲେ। ଜେଲରେ ରହିବା ସମୟରେ ସେ ବିଭିନ୍ନ ପ୍ରକାରର ପୁସ୍ତକ ପଢୁଥିଲେ। ସେ ସମସ୍ତ ବିଷୟ ପ୍ରତି ଆଗ୍ରହୀ ଥିଲେ। ବିଶେଷକରି ସାରା ବିଶ୍ୱରେ କ’ଣ ଘଟୁଛି ତାହା ଜାଣିବାକୁ ସେ ବହୁତ ଆଗ୍ରହୀ ଥିଲେ। ସେ ଯେତିକି ପଢୁଥିଲେ ସେତିକି ମଧ୍ୟ ଲେଖୁଥିଲେ ଓ ସମସ୍ତ ବିଷୟ ଉପରେ ବିଶ୍ଳେଷଣ ଧାରଣ କରିଥିବା ପ୍ରବନ୍ଧ ମଧ୍ୟ ଲେଖିଥିଲେ। ତାଙ୍କର ପ୍ରବନ୍ଧଗୁଡ଼ିକ ସେତେବେଳେ ଅନେକ ଦେଶ ତଥା ବିଦେଶୀ ଖବରକାଗଜରେ ପ୍ରକାଶିତ ହୋଇଥିଲା।
ସୁଭାଷ ଚନ୍ଦ୍ର ବୋଷ ମା' କାଳୀଙ୍କ ଭକ୍ତ ଥିଲେ। ଏହା ମଧ୍ୟ କୁହାଯାଏ ଯେ ସେ ତନ୍ତ୍ର ସାଧନା ଶକ୍ତି ଉପରେ ବିଶ୍ୱାସ କରୁଥିଲେ। ଯେତେବେଳେ ସେ ମିଆଁମାରରେ ମଣ୍ଡଳା ଜେଲରେ ଥିଲେ ସେତେବେଳେ ସେ ତନ୍ତ୍ର-ମନ୍ତ୍ର ସମ୍ବନ୍ଧୀୟ ଅନେକ ପୁସ୍ତକ ମଗାଇ ପଢୁଥିଲେ। ଲିଓନାର୍ଡ ଗାର୍ଡେନ୍ ନିଜ ପୁସ୍ତକରେ କହିଛନ୍ତି ଯେ ଯଦିଓ ସୁଭାଷ ଧର୍ମ ଉପରେ କୌଣସି ବିୟାନ ଦେଇନାହାଁନ୍ତି ହିନ୍ଦୁ ଧର୍ମ ତାଙ୍କ ପାଇଁ ଭାରତୀୟ ଧର୍ମର ଏକ ଅଂଶ ଥିଲା। ଗାର୍ଡେନ୍ ଏହି ପୁସ୍ତକରେ ଲେଖିଥିଲେ ଯେ ସୁଭାଷ ବୋଷ ମା' ଦୁର୍ଗା ଓ କାଳୀଙ୍କ ଭକ୍ତ ଥିଲେ। ଯାହା ସୁଭାଷଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ସେ ଦୁହିଁଙ୍କର ଉପାସକ ଥିଲେ। ସେ କୋଲକାତାର ଦୁର୍ଗା ପୂଜାକୁ ସର୍ବଦା ଅପେକ୍ଷା କରୁଥିଲେ।