ନେହା କକ୍କଡ଼ଙ୍କ ଠାରୁ କାଜଲ ଅଗ୍ରୱାଲ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ପ୍ରଥମ ଥର ପାଳିଲେ କରୱା ଚୌଥ
ସାରା ଦେଶରେ କରୱା ଚୌଥ (Karva Chauth) ପର୍ବ ପାଳନ କରାଯାଉଛି । ମୁମ୍ବାଇ ସିନେମା ଜଗତରେ ଏ ବର୍ଷ ବିବାହ କରିଥିବା ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦାର ଅନେକ ଅଭିନେତ୍ରୀ ପ୍ରଥମ ଥର ପାଇଁ ଏହି ପର୍ବ ପାଳନ କରିଛନ୍ତି ।

ଏ ବର୍ଷ ବିବାହ କରିଥିବା ଅନେକ ଅଭିନେତ୍ରୀ ପ୍ରଥମ ଥର ପାଇଁ କରୱା ଚୌଥ (Karva Chauth) ପର୍ବ ପାଳନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କାଜଲ ଅଗ୍ରୱାଲ, ଗାୟିକା ନେହା କକ୍କଡ଼, ପ୍ରୀତି ତେହଲାନ, ପୂଜା ବାନାର୍ଜୀ ଓ ମିହିକା ବଜାଜ । (ଫଟୋ ସୌଜନ୍ୟ: Instagram @kitchlug/@nehakakkar)

କାଜଲ ଅଗ୍ରୱାଲ:<br />ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ (Kajal Aggarwal) ନିକଟରେ ନିଜ ବୟଫ୍ରେଣ୍ଡ୍ ଗୌତମ କିଚଲୁଙ୍କ ସହ ବିବାହ ବନ୍ଧନରେ ବନ୍ଧା ହୋଇଛନ୍ତି । ସେ ଚଳିତ ବର୍ଷ ତାଙ୍କର ପ୍ରଥମ କରୱା ଚୌଥ ଉପବାସରେ ରଖିଛନ୍ତି । (ଫଟୋ ସୌଜନ୍ୟ: Instagram @kitchlug)

ନେହା କକ୍କଡ଼:<br />୨୪ ଅକ୍ଟୋବରରେ ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ (Neha Kakkar) ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂଙ୍କୁ (Rohanpreet Singh) ବିବାହ କରିଥିଲେ । ନେହା ବି ଏ ବର୍ଷ ପ୍ରଥମ ଥର ନିଜ ସ୍ୱାମୀଙ୍କ ପାଇଁ କରୱା ଚୌଥ ଉପବାସ କରୁଛନ୍ତି । (ଫଟୋ ସୌଜନ୍ୟ: Instagram @nehakakkar)

ପ୍ରାଚୀ ତେହଲାନ୍:<br />ଦିୟା ଔର୍ ବାତୀ ହମ୍ (Diya Aur Baati Hum) ସିରିଏଲର ଆରଜୁ ରାଠୀ ଅର୍ଥାତ୍ ପ୍ରାଚୀ ତେହଲାନ୍ (Prachi Tehlan) ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଦିଲ୍ଲୀର ବ୍ୟବସାୟୀ ରୋହିତ ସରୋହାଙ୍କ (Rohit Saroha) ସହ ସାତ ଫେରା ନେଇଥିଲେ । ପ୍ରୀତି ବି ଏ ଥର ପ୍ରଥମ ଥର ପାଇଁ କରୱା ଚୌଥ କରୁଛନ୍ତି । (ଫଟୋ ସୌଜନ୍ୟ: Instagram @prachitehlan)

ପୂଜା ବାନାର୍ଜୀ:<br />ପ୍ରଥମ ଥର ପାଇଁ ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ପୂଜା ବାନାର୍ଜୀ (Puja Banerjee) ସ୍ୱାମୀ କୁଣାଲ ବର୍ମାଙ୍କ ପାଇଁ କରୱା ଚୌଥ ଉପବାସ ରଖିଛନ୍ତି । (ଫଟୋ ସୌଜନ୍ୟ: Instagram @banerjeepuja)