ଏକ ବିବ୍ରତ ଓ ଚକିତ କରିଦେବା ପରି ଘଟଣାରେ ମହାରାଷ୍ଟ୍ରର ଜଣେ ପନିପରିବା ବିକ୍ରେତାଙ୍କୁ ପୋଲିସ କୁକୁରମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଗିରଫ କରିଛି । (ପ୍ରତୀକାତ୍ମକ ଛବି)
ଖବର ଅନୁଯାୟୀ ଅହମ୍ମଦ ଶାହି ନାମକ ଏହି ପନିପରିବା ବିକ୍ରେତା ମୁମ୍ବାଇର ଅନ୍ଧେରିରେ ପ୍ରାୟ ୩୦ଟି ସ୍ଥାନୀୟ କୁକୁରଙ୍କ ସହ ଯୌନ ସମ୍ପର୍କ ରଖିଥିଲେ । (ପ୍ରତୀକାତ୍ମକ ଛବି)
ମୁମ୍ବାଇର ଡି.ଏନ୍. ନଗର୍ ଥାନା ୬୦ ବର୍ଷୀୟ ଅହମ୍ମଦ ଶାହିଙ୍କ ବିରୁଦ୍ଧରେ ଆସିଥିବା ଏମିତି ଅଭିଯଓଗର ତଦନ୍ତ ପରେ ଅଭିଯୋଗ ସତ୍ୟ ବୋଲି ଜାଣିବାକୁ ପାଇଥିଲା । (ପ୍ରତୀକାତ୍ମକ ଛବି)
ଅସଲରେ ଏହି କୁକୃତ୍ୟ ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ ବମ୍ବେ ଆନିମଲ୍ ରାଇଟ୍ସ (BAR) ନାମକ ଏକ ପଶୁ ଅଧିକାର ଏନ୍.ଜି.ଓ.ର ଜଣେ ସ୍ୱେଚ୍ଛାସେବୀ ଅହମ୍ମଦ ଶାହି ଅନ୍ଧେରୀ ୱେଷ୍ଟରେ ଏକ କୁକୁରକୁ ପ୍ରଲୋଭନ ଦେଖାଇ ପାଖକୁ ନେବା ପରେ ତା’ ସହ ଯୌନ ସମ୍ପର୍କ ରଖୁଥିବା ଘଟଣାର ଏକ ଭିଡିଓ ବନେଇଥିଲେ । ସେ ପୋଲିସ୍ ନିକଟରେ ସେହି ଭିଡିଓ ଦାଖଲ କରିଥିଲେ । (ପ୍ରତୀକାତ୍ମକ ଛବି)
ପୋଲିସ ଅହମ୍ମଦ ଶାହିଙ୍କୁ ଗିରଫ କରି କୋର୍ଟକୁ ଆଣିଥିଲା । ତାଙ୍କ ବିରୁଦ୍ଧରେ ଆଇପିସିର ଦଫା ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ) ଓ ୪୨୯ (ପଶୁମାନଙ୍କୁ କ୍ଷତି ପହଞ୍ଚାଇବା) ଓ ଦଫା (୧୧) (୧) (କ) (ପଶୁ ନିର୍ଯ୍ୟାତନା ରୋକିବା) ଲଗାଯାଇଥିଲା । ତାଙ୍କୁ ଦୁଇ-ଦିନିଆ ପୋଲିସ ହାଜତକୁ କୋର୍ଟ ପଠାଇଛନ୍ତି । (ପ୍ରତୀକାତ୍ମକ ଛବି)