ନୂଆ ଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ଏକ ସଫଳ ଇନିଂସ ଖେଳି ସାରିବା ପରେ ବର୍ତ୍ତମାନ ଏମଏସ ଧୋନି ଅର୍ଗାନିକ କୃଷି ବ୍ୟବସାୟରେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ଧୋନିଙ୍କ କ୍ଷେତର ଅର୍ଗାନିକ ପନିପରିବା ବର୍ତ୍ତମାନ ବଜାରରେ ବିକ୍ରି ହେବା ଆରମ୍ଭ କରିଛି । ଗ୍ରାହକମାନେ ମଧ୍ୟ ଏହି ପନିପରିବାକୁ ହୁତ ପସନ୍ଦ କରୁଛନ୍ତି । ଯଦିଓ ଧୋନି ନିଜର ବ୍ୟବସାୟ ପ୍ରତିଷ୍ଠା ପାଇଁ ବଜାର ଦରଠାରୁ ବହୁତ କମ୍ ଦରରେ ତାଙ୍କ ଉତ୍ପାଦ ବିକ୍ରି କରୁଛନ୍ତି । ରାଞ୍ଚିର ଫଳ ବଜାରଠାରୁ ଅଳ୍ପ ଦୂରରେ ଧୋନିଙ୍କ ନାମରେ ଷ୍ଟଲ ଲଗାଯାଇ ତାଙ୍କ କ୍ଷେତର ପନିପରିବାକୁ ବିକ୍ରି କରାଯାଉଛି । କୋବି ୧୦ ଟଙ୍କା ପ୍ରତି କିଲୋଗ୍ରାମ ଓ ଟମାଟୋ ପ୍ରତି କିଲୋଗ୍ରାମରେ ୩୦ ଟଙ୍କାରେ ବିକ୍ରି କରାଯାଉଛି ଓ ହୋଲସେଲ ପରିମାଣରେ କିଣିଲେ ଆହୁରି ଶସ୍ତାରେ ବିକ୍ରି କରାଯାଉଛି । ଧୋନିଙ୍କ ଚାଷ ରାଞ୍ଚିରେ ମୋଟ ୫୫ ଏକର ଜାଗା ଉପରେ ବ୍ୟାପିଛି ।