ପଡ଼ୋଶୀମାନେ ଦୌଡ଼ି ଆସି ପ୍ରଧାନ ସୋୟକୁ ଅଟକାଇଥିଲେ ଓ ତାକୁ ଏକ ଖୁଣ୍ଟରେ ବାନ୍ଧିପକାଇ ଥିଲେ । ସେମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଆସି ତାକୁ ଗିରଫ କରି ନେଇଯାଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରଧାନ ସୋୟ ଚାରି ବର୍ଷ ତଳେ ନିଜ ବାପାଙ୍କୁ ବି ହତ୍ୟା କରିଥିଲା ଓ ସେଥି ପାଇଁ କିଛି ଦିନ ଜେଲରେ ରହିବା ପରେ ବେଲରେ ବାହାରକୁ ଆସିଥିଲା । (ସବୁ ଛବି ପ୍ରତୀକାତ୍ମକ)