ମାଛ ତରକାରୀରେ ବିଷାକ୍ତ ଥାଲିୟମ୍ (thallium) ମିଶାଇ ନିଜ ସ୍ତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ ଦେଇଥିଲା ଏହି ବ୍ୟକ୍ତି । ସେହି ମାଛ ତରକାରୀ ଖାଇ ତାଙ୍କ ଶାଶୁ ଓ ଶାଳୀଙ୍କ ମୃତ୍ୟୁ ହୋଇଛି । ଏମିତି ଉପାୟ ଅଭିଯୁକ୍ତ ୩୭-ବର୍ଷୀୟ ବରୁଣ ଅରୋଡ଼ା ଇରାକର ଡିକ୍ଟେଟର୍ ସଦ୍ଦାମ ହୁସେନଙ୍କ (Saddam Hussain) ବିଷୟରେ ଏକ ବହି ପଢ଼ି ଜାଣିଥିଲା ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଛି । ନିଜ ରାଜନୈତିକ ବିରୋଧୀମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ସଦ୍ଦାମ ହୁସେନ୍ ସ୍ଲୋ ପଏଜନ୍ ଥାଲିୟମ୍ ବ୍ୟବହାର କରୁଥିଲେ । (ଫଟୋରେ ଅଭିଯୁକ୍ତଙ୍କ ପତ୍ନୀ ଦିବ୍ୟା)
ଏହି ଜଘନ୍ୟ ହତ୍ୟାକାଣ୍ଡର ଅନୁସନ୍ଧାନରୁ ଜଣାପଡି଼ଛି ଯେ ଦିଲ୍ଲୀର ଗ୍ରୋଟର୍ କୈଳାଶରେ ରହୁଥିବା ଓ ରିୟଲ୍ ଇଷ୍ଟେଟ୍ କାରବାର କରୁଥିବା ବରୁଣ ଅରୋଡ଼ା (Varun Arora) ନିଜ ପତ୍ନୀ ଓ ଶାଶୁଙ୍କୁ ଦେଇଥିବା ଖାଦ୍ୟରେ ବିଷାକ୍ତ ଥ୍ୟାଲିୟମ୍ ମିଶାଇଥିଲେ (Delhi thallium murders) । ବରୁଣଙ୍କ ତାଙ୍କ ଘରୁ ଗିରଫ କରାଯାଇଛି । ସେ ନିଜ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ଠାରୁ ପାଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ସେମାନଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । (ଫଟୋରେ ବାମ ପଟେ ଉପରେ ଅଭିଯୁକ୍ତଙ୍କ ଶାଳୀ ପ୍ରିୟଙ୍କା ଓ ତଳେ ଶାଶୁ ଅନୀତା ଦେବୀ ଶର୍ମା)
ବରୁଣ ଅରୋଡ଼ାଙ୍କ ଶାଶୁ ଅନୀତା ଦେବୀ ଶର୍ମାଙ୍କ ମୃତ୍ୟୁ ପରେ ଫରେନସିକ୍ ରିପୋର୍ଟରୁ ତାଙ୍କ ଦେହରେ ଥ୍ୟାଲିୟମର କିଛି ଚିହ୍ନ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶୀଘ୍ର ଜଣାପଡି଼ଥିଲା ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ତାଙ୍କ ପତ୍ନୀଙ୍କ ରକ୍ତରେ ବି ସେହି ବିଷାକ୍ତ ପଦାର୍ଥର ଚିହ୍ନ ମିଳିଛି । ବରୁଣଙ୍କ ଶାଶୁ ଅନୀତା ଦେବୀ ଶର୍ମା ଓ ତାଙ୍କ ଶାଳୀ ପ୍ରିୟଙ୍କା ଉଭୟଙ୍କର ହସପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । (ଫଟୋରେ ଶ୍ୱଶୁର ଦେବେନ୍ଦ୍ର ମୋହନ ଶର୍ମା)
ଅଧିକ ଅନୁସନ୍ଧାନରୁ ଜଣା ପଡି଼ଥିଲା ଯେ ପ୍ରିୟାଙ୍କାଙ୍କର ଥାଲିୟମ୍ ପଏଜନିଂର ଲକ୍ଷଣ ରହିଥିଲା । ତାଙ୍କ କେଶ ହ୍ରାସ ପାଉଥିଲା ଓ ପାଦରେ ଜଳିବା ପରି ଅନୁଭବ ହେଉଥିଲା । ତାଙ୍କ ବାପା ମୋହନ ଶର୍ମାଙ୍କଠାରେ ମଧ୍ୟ ଥାଲିୟମ୍ ପଏଜନିଂର ଲକ୍ଷଣ ଦେଖିବାକୁ ମିଳିଥିଲା । ଏପରିକି ତାଙ୍କ ଘରେ କାମ କରୁଥିବା ଚାକରାଣୀଠାରେ ବି ଏକା ପ୍ରକାରର ଲକ୍ଷଣ ଥିବା ପୋଲିସ ଜାଣିବାକୁ ପାଇଥିଲା । ତା’ ପରେ ପୋଲିସ ଅଭିଯୁକ୍ତ ବରୁଣ ଅରୋଡ଼ାଙ୍କ ଘରକୁ ଏକ ଫରେନସିକ୍ ଟିମ୍ ପଠାଇଥିଲା ଓ ସେଠାରେ ଥାଲିୟମ୍ ପାଇଥିଲା । (ଫଟୋରେ ଶାଶୁ ଅନୀତା ଦେବୀ ଶର୍ମା)
ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ ଅରୋଡ଼ା ଜାନୁଆରୀ ମାସର ଶେଷରେ ନିଜ ଶ୍ଶୁର ଘରକୁ ଯାଇଥିଲେ ଓ ସେମାନଙ୍କ ପାଇଁ ମାଛ ତରକାରୀ ନେଇଥିଲେ । ପଚରାଉଚରା ପରେ ସେ ଏହି ଅପରାଧ ସ୍ୱୀକାର କରିଛନ୍ତି ବୋଲି ପୋଲିସ କହିଛି । ବରୁଣ ଅରୋଡ଼ା ଥାଲିୟମ୍ କିଣି ତାକୁ ମାଛ ତରକାରୀରେ ମିଶାଇ ନିଜ ଶାଶୁ, ଶ୍ୱଶୁର, ପତ୍ନୀ, ଓ ଶାଳୀଙ୍କୁ ଖାଇବାକୁ ଦେଇଥିଲେ ବୋଲି ସ୍ୱୀକାର କରିଛନ୍ତି । (ଫଟୋରେ ଅଭିଯୁକ୍ତଙ୍କ ଶାଳୀ ପ୍ରିୟଙ୍କା)