ମଲାଇକା ଅରୋଡ଼ା କେମିତି ପାଇଲେ ଏତେ ସୁନ୍ଦର ସ୍ଲିମ୍-ଟ୍ରିମ୍ ଦେହ? ଜାଣନ୍ତୁ ତାଙ୍କ ଫିଟ୍ନେସ୍ ରହସ୍ୟ
ଅଭିନେତ୍ରୀ ମଲାଇକା ଆରୋଡ଼ାଙ୍କ (Malaika Arora) ଫ୍ୟାନମାନେ ତାଙ୍କ ରୂପ ସହ ତାଙ୍କ ସୁଗଠିତ ପତଳା ଶରୀର ଓ ଫିଟନେସକୁ ପସନ୍ଦ କରନ୍ତି । ମଲାଇକା ପ୍ରତି ଦିନ ଯୋଗ ଓ ବ୍ୟାୟାମ କରନ୍ତି । ନିଜକୁ ପତଳା ରଖିବା ପାଇଁ ସେ ଏକ ନିୟମିତ ଫିଟନେସ୍ ରେଜିମ୍ ଅନୁସରଣ କରନ୍ତି ।

ମଲାଇକା ଅରୋଡ଼ାଙ୍କ (Malaika Arora) ନାଁ ଶୁଣାବା ମାତ୍ରେ ପୁରୁଷମାନଙ୍କ ଆଖିରେ ଏକ ହଜାର ୱାଟର ଆଲୁଅ ଝଲକି ଉଠେ । ସେମାନେ ତାଙ୍କର କୌଣସି ଫଟୋ ମିସ୍ କରନ୍ତି ନାହିଁ ।

ମଲାଇକାଙ୍କ ପ୍ରଶଂସକମାନେ ତାଙ୍କ ସୌନ୍ଦର୍ଯ୍ୟ ସହ ତାଙ୍କ ସୁଗଠିତ ପତଳା ଶରୀର ଓ ଫିଟନେସକୁ ପସନ୍ଦ କରନ୍ତି । ଅସଲରେ ମଲାଇକା ଆରୋଡ଼ା ପ୍ରତି ଦିନ ଯୋଗ ଓ ବ୍ୟାୟାମ କରନ୍ତି ।

ମଲାଇକା ନିଜକୁ ପତଳା ରଖିବା ପାଇଁ ଏକ ଯୋଗ ଓ ବ୍ୟାୟାମର ଏକ ନିୟମିତ ଫିଟନେସ୍ ରେଜିମ୍ ସହ ଏକ ସୁଚିନ୍ତିତ ଡାଏଟ୍ ପ୍ଲାନ୍ ଅନୁସରଣ କରନ୍ତି (Malaika Arora fitness regime) ।

ଫିଟ୍ ରହିବା ପାଇଁ ମଲାଇକା କେବେ ବି ଡାଏଟିଂ କରନ୍ତି ନାହିଁ ଓ ଖାଇବା ବନ୍ଦ୍ କରନ୍ତି ନାହିଁ । ସେ ତାଙ୍କର ଡାଏଟ୍ ଯୋଜନାକୁ ଅନେକ ଭାଗରେ ବିଭକ୍ତ କରିଛନ୍ତି (Malaika Arora fitness mantra)।

ଜଳଖିଆରେ ସେ ଗୋଟିଏ ଗୋଚିଏ ତାଟିଆ ସତେଜ ଫଳ, ଇଡଲି, ପୋହା, ଉପମା, ମଲ୍ଟିଗ୍ରେନ୍ ଟୋଷ୍ଟ ସହିତ ଅଣ୍ଡାର ଧଳା ଅଂଶ ଖାଆନ୍ତି ।

ମଧ୍ୟାହ୍ନ ଭୋଜନରେ ସେ ଦୁଇଟି ରୋଟି, ଭାତ, ପନିପରିବା ତରକାରୀ, ଚିକେନ୍ ଓ ସ୍ପ୍ରାଉଟ୍ସ ଖାଇବାକୁ ପସନ୍ଦ କରନ୍ତି ।

ମଲାଇକା ବାଦାମ ଓ କମଳା ଖାଇବାକୁ ବି ଭଲ ପାଆନ୍ତି । ଯେତେବେଳେ ବି ସେ ରାତିରେ ଭୋକିଲା ଅନୁଭବ କରନ୍ତି, ସେ ବାଦାମ ଖାଆନ୍ତି ।

ସେ ପ୍ରତି ଦିନ ୨୦ ମିନିଟ୍ କାର୍ଡିଓ କରନ୍ତି । ସପ୍ତାହରେ ତିନି ଥର ୩୦ ମିନିଟ୍ ଧରି ସେ ଓଜନ ଉଠାଇବା (ୱେଟ୍ ଲିଫ୍ଟିଂ) କରନ୍ତି ।

ମଲାଇକା ସନ୍ଧ୍ୟା ସାଢ଼େ ସାତଟା ସୁଦ୍ଧା ଡିନର୍ କରନ୍ତି । ଫିଟ୍ ରହିବାକୁ ହେଲେ ଅନ୍ୟମାନେ ହି ଏହା କରିବା ଉଚିତ ବୋଲି ସେ କହନ୍ତି ।

ଫିଟ୍ ରହିବାକୁ ଚାହୁଁଥିବା ଲୋକଙ୍କ ଜଳଖିଆ ସବୁ ବେଳେ ଭାରୀ ଓ ରାତ୍ରୀ ଭୋଜନ ହାଲୁକା ହେବା ଉଚିତ୍ ବୋଲି ସେ କହନ୍ତି ।