ଏହି ପରିବର୍ତ୍ତନ ଅନଲାଇନ୍ ଦୋକାନୀମାନଙ୍କ ପାଇଁ। ଜୁଲାଇ ୧ରୁ, ଅନଲାଇନ୍ ସପିଂ କମ୍ପାନୀ, ବ୍ୟବସାୟୀ ଓ ପେମେଣ୍ଟ ଗେଟୱେ ସେମାନଙ୍କ ପ୍ଲାଟଫର୍ମରେ ସୁରକ୍ଷିତ ଭାବରେ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ ତଥ୍ୟ ସଂରକ୍ଷଣ କରିବାରେ ସମର୍ଥ ହେବେ ନାହିଁ। ଗ୍ରାହକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଆରବିଆଇ ଜୁଲାଇ ୧ ତାରିଖରୁ କାର୍ଡ଼ ଟୋକେନାଇଜେସନ୍ ସିଷ୍ଟମ ଆରମ୍ଭ କରିବାକୁ ଯାଉଛି। ଏହି ସିଷ୍ଟମରେ, କାର୍ଡ଼ର ସବିଶେଷ ତଥ୍ୟ ଟୋକେନରେ ରୂପାନ୍ତରିତ ହେବ।