କୋଏମ୍ବାଟୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଈଶା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମହାଶିବରାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ଈଶା ଫାଉଣ୍ଡେସନରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରଥମେ ଆଳତି କରିଥିଲେ । ପରେ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନିଆଯାଇଥିଲା । ସଦଗୁରୁ ଜଗି ବାସୁଦେବ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଅଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ହାତରେ ବାବାଙ୍କ ବ୍ରତ ଧାରଣ କରିବା ସହ ପ୍ରସାଦ ଗ୍ରହଣ କରିଛନ୍ତି ।