ଗର୍ଭବତୀ (pregnant) ହେବା ପରଠାରୁ ଅଭିନେତ୍ରୀ ଲିସା ହେଡନ୍ (Lisa Haydon) ସୋସିଆଲ୍ ମିଡି଼ଆରେ ନିଜ ଶିଶୁ ଫୁଲା (baby bump) ଦେଖାଇ ଗ୍ଲାମରସ୍ ଷ୍ଟାଇଲରେ ଫଟୋ ଶେୟାର୍ କରୁଛନ୍ତି । ପୁଣି ଥରେ ସେ ନିଜର କେତେକ ଫଟୋ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି । ଏକ ସବୁଜ ରଙ୍ଗର ପୋଷାକରେ ଲିସା ହେଡେନ୍ ସୁନ୍ଦର ଦିଶୁଛନ୍ତି । ଏହି ଅଭିନେତ୍ରୀ ନିଜ ବଡ଼ ପୁଅ ସହିତ ଏକ ସୁନ୍ଦର ଫଟୋ ଶେୟାର୍ କରିଛନ୍ତି ଓ ଲେଖିଛନ୍ତି, ‘‘ମୁଁ ତିନି ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ପୋଷାକ ପିନ୍ଧାଯାଏ ।’’