ପ୍ରିୟଙ୍କା ରାଧାକୃଷ୍ଣନଙ୍କ ପରିବାର କେରଳରୁ ଆସିଥାନ୍ତି । ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଛନ୍ତି । ତାଙ୍କର ବୟସ ୪୧ ବର୍ଷ । ତାଙ୍କ ପିତାମାତା ସିଙ୍ଗାପୁର ଚାଲି ଯାଇଥିଲେ ଓ ସେଠାରେ ସେ ବଢ଼ିଥିଲେ । ପ୍ରିୟଙ୍କାଙ୍କ ପିତା ହେଉଛନ୍ତି ମାଧବନପର୍ମ୍ବୁ ରମଣ ରାଧାକ୍ରିଷ୍ଣନ୍ ଓ ମାତାଙ୍କ ନାମ ଉଷା ଅଟେ । ସେ କେରଳର ପେରାଭୁରରୁ ଆସିଛନ୍ତି । ତାଙ୍କର ଅଧିକାଂଶ ସମ୍ପର୍କୀୟ ଚେନ୍ନାଇରେ ରୁହନ୍ତି । ତାଙ୍କ ଜେଜେ ବାପା କେରଳର ବାମପନ୍ଥୀ ରାଜନୀତି ସହ ଜଡିତ ଅଛନ୍ତି ।
ସେମାନେ ସାଧାରଣତ ନ୍ୟୁଜିଲ୍ୟାଣ୍ଡରେ ବଞ୍ଚିତ ଲୋକଙ୍କ ସ୍ୱର ଉତ୍ତୋଳନ କରନ୍ତି । ଯେଉଁଥିରେ ଘରୋଇ ହିଂସାର ଶିକାର ହୋଇଥିବା ମହିଳା, ଶୋଷଣର ଶିକାର ହୋଇଥିବା ପ୍ରବାସୀ ଶ୍ରମିକମାନେ ମଧ୍ୟ ଅଛନ୍ତି । ସେ ପ୍ରଥମେ ଲେବର ପାର୍ଟିରୁ ନିର୍ବାଚନ କରି ସେପ୍ଟେମ୍ବର ୨୦୧୭ ରେ ସଂସଦରେ ପହଞ୍ଚିଥିଲେ । ୨୦୧୯ ରେ ତାଙ୍କୁ ସଂସଦରେ ଅନୁସୂଚିତ ଜାତି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କରାଯାଇଥିଲା । ଭଲ କାମ କରି ସେ ନିଜର ଛାପ ସୃଷ୍ଟି କରିଥିଲେ । ଏହା ତାଙ୍କୁ ମନ୍ତ୍ରୀ କରିବାରେ ସାହାଯ୍ୟ କଲା ।