କିମ୍ କର୍ଦାଶିଆନ୍ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ମାଗିବା ପରେ ସଦ୍ୟ ଟପ୍ଲେସ୍ ଫଟୋ ଶେୟାର୍ କଲେ
ନିଜ ସ୍ୱାମୀ ତଥା ଆମେରିକୀୟ ରାପର୍ କୈନି ୱେଷ୍ଟଙ୍କ ଠାରୁ ଛାଡ଼ପତ୍ର ମାଗିଥିବା ଗୁଜବ ଯୋଗୁଁ ପୁଣି ଚର୍ଚ୍ଚାକୁ ଆସିଥିଲେ କିମ୍ କର୍ଦାଶିଆନ୍ । ମାତ୍ର ସବୁ ଗୁଜବର ଅନ୍ତ କରି ସେ ବିବାହର ସାତ ବର୍ଷ ପରେ ଛାଡ଼ପତ୍ର ମାଗିଥିବା ସ୍ପଷ୍ଟ କରିଛନ୍ତି ।

ପ୍ରସିଦ୍ଧ ରିଆଲିଟି ଟିଭି ତାରକା ତଥା ଉଦ୍ୟୋଗୀ କିମ୍ କର୍ଦାଶିଆନ୍ (Kim Kardashian) ନିକଟରେ ନିଜ ଟପଲେସ୍ ଫଟୋ ଦ୍ୱାରା ଇଣ୍ଟରନେଟର ଉତ୍ତାପ ବଢ଼ାଇ ଦେଇଛନ୍ତି ।

ପ୍ରସିଦ୍ଧ ରିଆଲିଟି ଟିଭି ତାରକା ତଥା ଉଦ୍ୟୋଗୀ କିମ୍ କର୍ଦାଶିଆନ୍ (Kim Kardashian) ନିକଟରେ ନିଜ ଟପଲେସ୍ ଫଟୋ ଦ୍ୱାରା ଇଣ୍ଟରନେଟର ଉତ୍ତାପ ବଢ଼ାଇ ଦେଇଛନ୍ତି ।

କିମ୍ ଇନଷ୍ଟାଗ୍ରାମରେ ନିଜ ବ୍ରାଣ୍ଡ୍ SKIMର ଟାଇଟ୍ସ ଡ୍ରେସ୍ ସହିତ ଏକ ଫଟୋ ପୋଷ୍ଟ କରିଥିଲେ । (Kim Kardashian topless photo)

ସେହି ଫଟୋରେ କିମ୍ ନିଜର ଉନ୍ମୁକ୍ତ ବକ୍ଷକୁ ନିଜ ହାତରେ ଆଚ୍ଛାଦନ କରିଥିଲେ । ତାଙ୍କ ଆଖିରେ ଥିଲା ଧୂଆଁର ମେକ୍-ଅପ୍ ଓ ତାଙ୍କ ଓଠ ବିନା ଲିପଷ୍ଟିକରେ ଥିଲା । (Kim Kardashian topless photo)

୪୦ ବର୍ଷ ବୟସ୍କା ରିୟଲିଟି ଟିଭି ତାରକା କିମ୍ କର୍ଦାଶିଆନ୍ ନିଜ ସ୍ୱାମୀ ତଥା ଆମେରିକୀୟ ରାପର୍ କୈନି ୱେଷ୍ଟଙ୍କ (Kanye West) ଠାରୁ ଛାଡ଼ପତ୍ର ମାଗିଥିବା ଗୁଜବ ଯୋଗୁଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ମାତ୍ର ଅଳ୍ପ ଦିନ ପରେ ସବୁ ଗୁଜବର ଅନ୍ତ କରି କିମ୍ (Kim Kardashian) ବିବାହର ସାତ ବର୍ଷ ପରେ କୈନି ୱେଷ୍ଟଙ୍କ ଠାରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ସ୍ପଷ୍ଟ କରିଥିଲେ ।

କିମ୍ ୨୦୦୭ରେ ବିଶ୍ୱରେ ଘରେ ଘରେ ପରିଚିତ ହୋଇଥିଲେ ଯେତେବେଳେ ତାଙ୍କ ପରିବାର ଉପରେ ଆଧାରିତ ରିଆଲିଟି ସିରିଜ୍ ‘‘କିପିଙ୍ଗ୍ ଅପ୍ ୱିଥ୍ ଦି କର୍ଦାଶିଆନ୍ସ’ରେ (Keeping Up With The Kardashians) ସେ ଅଭିନୟ କରିଥିଲେ ।

ଏହି ଶୋ’ ଖୁବ୍ ଲୋକପ୍ରିୟ ହୋଇ ରହିଛି । ସିରିଜର ଅନ୍ତିମ ସିଜିନ୍ ଆସନ୍ତା ବର୍ଷ ଟେଲିକାଷ୍ଟ୍ ହେବାର କାର୍ଯ୍ୟକ୍ରମ ଅଛି ।

୨୦୧୦ରେ ଶୋ’ରେ କୈନି ୱେଷ୍ଟ୍ ଦେଖାଦେଇଥିଲେ । ପୂର୍ବରୁ କିମଙ୍କ ସହ ଭଲ ବନ୍ଧୁ ଥିବା କୈନି ଏହି ଶୋ’ ପରେ ତାଙ୍କ ସହ ବିବାହ କରିଥିଲେ । ଏହି ଦମ୍ପତି ମେ ୨୦୧୪ରେ ଇଟାଲୀରେ ବିବାହ କରିଥିଲେ ।

ଏହି ବିବାହ ପୂର୍ବରୁ କିମ୍ ଦୁଇ ଥର ବିବାହ କରିଥିଲେ । ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସଙ୍ଗୀତ ନିର୍ମାତା ଡେମନ୍ ଥୋମାସଙ୍କୁ ବିବାହ କରିଥିଲେ । ତା’ ପରେ ସେ ୨୦୧୧ରେ ବାସ୍କେଟବଲ୍ ଖେଳାଳି କ୍ରିସ୍ ହାମଫ୍ରିଙ୍କୁ ବିବାହ କରିଥିଲେ, ହେଲେ ମାତ୍ର ୭୨ ଦିନ ପରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ୨୦୧୩ରେ ସେମାନଙ୍କ ଛାଡ଼ପତ୍ର ଚୂଡାନ୍ତ ହୋଇଥିଲା ।

କିମ କର୍ଦାଶିଆନ୍ ସୋସିଆଲ୍ ମିଡ଼ିଆରେ ଖୁବ୍ ଲୋକପ୍ରିୟ । ତାଙ୍କର ଟ୍ୱିଟର୍ ଓ ଇନଷ୍ଟାଗ୍ରାମରେ ନିୟୁତ ନିୟୁତ ଫଲୋଅର୍ ଅଛନ୍ତି ।

କିମଙ୍କ ଉଭୟ ସମାଲୋଚକ ଓ ପ୍ରଶଂସକମାନେ ତାଙ୍କୁ କେବଳ ପ୍ରସିଦ୍ଧ ହେବା ପାଇଁ ପ୍ରସିଦ୍ଧ ହେବାର ଏକ ସର୍ବୋତ୍ତମ ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି ।

୨୦୧୫ରେ ବିଶ୍ୱର ସର୍ବାଧିକ ପାରିଶ୍ରମିକ ପାଉଥିବା ରିଅଲିଟି ଟେଲିଭିଜନ ଷ୍ଟାର୍ ଥିଲେ କିମ୍ କର୍ଦାଶିଆନ୍ । ସେତେବେଳେ ତାଙ୍କର ଆନୁମାନିକ ଆୟ ୫୩ ନିୟୁତ ଆମେରିକୀୟ ଡଲାରରୁ ଅଧିକ ଥିଲା ।