ମାନସିକ ଅବସାଦ ଅଭିନେତ୍ରୀ ଜୟଶ୍ରୀଙ୍କ ପାଇଁ କାଳ ହେଲା; ୭ ମାସ ପୂର୍ବେ ଲେଖିଥିଲେ: ‘I quit.’
ମାନସିକ ଅବସାଦ (depression) ସହ ଲଢ଼େଇ କରୁଥିବା ବିଷୟରେ ଜୟଶ୍ରୀ ନିଜେ ଜଣେଇବା ପର ଠାରୁ ଚର୍ଚ୍ଚାରେ ଥିଲେ । ଏହା ପୂର୍ବରୁ ସେ ଫେସବୁକରେ ‘‘ମୁଁ ଛାଡ଼ିଦେଲି/ମୁଁ ହାରିଗଲି’’ (I quit.) ଲେଖି ଏକ ପୋଷ୍ଟ କରିଥିଲେ । ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ।

ନିଜ ସୌନ୍ଦର୍ଯ୍ୟ ଓ ଅଭିନୟ ପ୍ରତିଭା ପାଇଁ ଜଣାଶୁଣା ଯୁବା ଅଭିନେତ୍ରୀ ଜୟଶ୍ରୀ ରାମୈୟା (Jayashree Ramaiah) ବେଙ୍ଗାଲୁରୁରେ ଏକ ମନରୋଗ ହସପିଟାଲରେ ଜାନୁଆରୀ ୨୨ ତାରିଖ ଦିନ ନିଜ ବେକରେ ଦଉଡ଼ି ଲଗେଇ ଆତ୍ମହତ୍ୟା କରିଥିଲେ ।

ଜୟଶ୍ରୀ ରାମୈୟା (Jayashree Ramaiah) ନିକଟରେ ବିଗ୍ ବସର (Big Boss) କନ୍ନଡ଼ କାର୍ଯ୍ୟକ୍ରମରେ ଭାଗ ନେଇ ଅଧିକ ଖ୍ୟାତି ଅର୍ଜନ କରିଥିଲେ ।

ଏହା ପୂର୍ବରୁ ସେ ଫେସବୁକରେ ‘‘ମୁଁ ଛାଡ଼ିଦେଲି’’ (I quit.) ଲେଖି ଏକ ପୋଷ୍ଟ କରିଥିଲେ, ଯାହା ପରେ ସେ ଆତ୍ମହତ୍ୟା କରିପାରନ୍ତି ବୋଲି ଅନେକ ଲୋକ ଆଶଙ୍କା କରିଥିଲେ । ସେହି ପୋଷ୍ଟ୍ ତାଙ୍କ ପରିବାର ଓ ଶୁଭେଚ୍ଛୁମାନଙ୍କୁ ଖୁବ୍ ଚିନ୍ତାରେ ପକାଇଥିଲା ।

ଗତ ବର୍ଷ ଜୁନ୍ ୨୪ରେ ଶେୟାର୍ କରିଥିବା ସେହି ପୋଷ୍ଟରେ ଜୟଶ୍ରୀ ଲେଖାଥିଲେ, ‘‘ମୁଁ ଛାଡି଼ଦେଲି। ଏହି f *****g ଦୁନିଆ ଓ ଉଦାସୀନତାକୁ ବିଦାୟ।’’ (I quit. Goodbye to this f*****g world and depression.)

ହେଲେ ଜୟଶ୍ରୀ ପରେ ସେହି ପୋଷ୍ଟକୁ ଡିଲିଟ କରି ଦେଇଥିଲେ ଓ ଏକ ନୂଆ ଅପଡେଟ୍ ଶେୟାର କରି ଲେଖିଥିଲେ, ‘‘ମୁଁ ଠିକ୍ ଅଛି ଓ ନିରାପଦ ଅଛି!! ମୁଁ ଆପଣ ସମସ୍ତଙ୍କୁ ଭଲ ପାଏ ।’’

ଜୟଶ୍ରୀଙ୍କୁ ବେଙ୍ଗାଲୁରୁର ମାଗାଡି଼ ରୋଡ଼ରେ ଥିବା ସନ୍ଧ୍ୟା କିରଣ ଆଶ୍ରମରେ ମାନସିକ ଅବସାଦର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଓ ସେ ସେଇଠି ରହୁଥିଲେ ।

ବିଗ୍ ବସର କନ୍ନଡ଼ ସିଜିନ ୩ରେ ଭାଗ ନେବା ପରେ ବି ତାଙ୍କୁ ବେଶ୍ କିଛି ଫିଲ୍ମ ବା ଡିଭି ସିରିଏଲରେ ଅଭିନୟ କରିବାର ସୁଯୋଗ ନ ମିଳିବାରୁ ସେ ମାନସିକ ସ୍ତରରେ ଅଧିକ ଦୁର୍ବଳ ହୋଇପଡ଼ିଥିଲେ ବୋଲି କୁହାଯାଉଛି ।

ତା’ ପରେ ତାଙ୍କ ବନ୍ଧୁମାନେ ଆଶ୍ରମ ସହିତ ଯୋଗାଯୋଗ କରିଥିଲେ । ଆଶ୍ରମର କର୍ତ୍ତୃପକ୍ଷ ଜୟଶ୍ରୀଙ୍କ କୋଠରୀକୁ ଯାଇ ଦେଖିବା ବେଳକୁ ତାଙ୍କ ମୃତ ଦେହ ପଙ୍ଖାରୁ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଜୟଶ୍ରୀଙ୍କ ମୃତ୍ୟୁକୁ ନେଇ ଏକ ଅପମୃତ୍ୟୁ ମାମଲା ଥାନାରେ ରୁଜୁ ହୋଇଛି । ପୋଲିସ ଏହି ମାମଲାର ଅନୁସନ୍ଧାନ କରୁଛି । ଏହି ମାମଲାରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଉଛି ।

ଜୟଶ୍ରୀ ୨୦୧୭ରେ ଇମ୍ରାନ ସର୍ଦ୍ଦାରଙ୍କ ନିର୍ଦ୍ଦେଶନାରେ ଆସିଥିବା ଚଳଚ୍ଚିତ୍ର ‘ଉପପୁ ହୁଲି କରା’ ମାଧ୍ୟମରେ ସିନେ ଜଗତରେ ପ୍ରବେଶ କରିଥିଲେ ।

ମାତ୍ର ତିନି ବର୍ଷର ଅଭିନୟ ଯାତ୍ରା ପରେ ଦୁନିଆର ରଙ୍ଗମଞ୍ଚରୁ ଜୟଶ୍ରୀଙ୍କ ଏମିତି ବିଦାୟ ତାଙ୍କ ଫ୍ୟାନମାନଙ୍କୁ ସ୍ତମ୍ବୀଭୁତ କରିଛି ।

ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।