କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା
କଙ୍ଗନା ରାଣାୱତ (Kangana Ranawat) ବଲିଉଡର ଦାମୀ ଓ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ମୁମ୍ବାଇ ସହିତ ମନାଲିରେ ବି କୋଟି କୋଟି ଟଙ୍କା ଦାମର ବିଳାସପୂର୍ଣ୍ଣ ବଙ୍ଗଳା ଅଛି । ତାଙ୍କ ପାଖରେ ବିଶ୍ୱର ଅନେକ ଦାମୀ କାର୍ ବି ଅଛି ।

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ କଙ୍ଗନା ରାଣାୱତ (Kangana Ranawat) ଅନ୍ୟତମ । କୃଷକ ଆନ୍ଦୋଳନ (Farmer Protest) ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା କଙ୍ଗନା ନିଜ ଭାଇଭଉଣୀଙ୍କ ପାଇଁ ଚାରିଟି ଫ୍ଲାଟ୍ ଉପହାର ଦେଇ ପୁଣି ଚର୍ଚ୍ଚାରେ ଅଛନ୍ତି । ମାତ୍ର ୧୫ ବର୍ଷର ଅଭିନୟ କରିଅରରେ କଙ୍ଗନା ଜାତୀୟ ପୁରସ୍କାର ସମେତ ଅନେକ ସମ୍ମାନଜନକ ଫିଲ୍ମ ସମ୍ମାନ ଲାଭ କରିଛନ୍ତି । ତାଙ୍କୁ ‘ବଲିଉଡର ରାଣୀ’ କୁହାଯାଏ । ଆପଣ ଜାଣନ୍ତି କି ଯେ ତାଙ୍କର ଖାଲି ମୁମ୍ବାଇରେ ନୁହେଁ, ମନାଲିରେ ବି କୋଟି କୋଟି ଟଙ୍କା ମୂଲ୍ୟର ଆଲିଶାନ୍ ବଙ୍ଗଳା ଅଛି?

କଙ୍ଗନା ରାଣାୱତ ନିଜ ଭଉଣୀ ରଙ୍ଗୋଲି, ଭାଇ ଅକ୍ଷତ ଓ ଆଉ ଦୁଇ ଜଣ ସମ୍ପର୍କୀୟଙ୍କ ପାଇଁ ଚଣ୍ଡିଗଡ଼ରେ ଚାରିଟି ଫ୍ଲାଟ୍ କିଣିଛନ୍ତି । ଏହି ଚାରୋଟି ଫ୍ଲାଟ୍ ବହୁତ ବିଳାସପୂର୍ଣ୍ଣ ବୋଲି । ଏହି ଫ୍ଲାଟଗୁଡି଼କ ବିମାନବନ୍ଦରର ଅତି ନିକଟରେ ଓ ସେଠାକୁ ଭଲ ସଡ଼କ ସଂଯୋଗ ଅଛି । ତା’ ଆଖପାଖରେ ଭଲ ମଲ୍ ଓ ରେସ୍ତୋରାଁ ବି ଅଛି ।

କଙ୍ଗନା ନିଜ ପରିବାରକୁ ବହୁତ ସାହାଯ୍ୟ କରନ୍ତି । ସେ ଗତ ବର୍ଷ ମନାଲିରେ ନିଜ ପାଇଁ ଏକ ଆଲିଶାନ୍ ବଙ୍ଗଳା ନିର୍ମାଣ କରାଇଥିଲେ । ମନାଲିରେ ସେହି ଘର ପାଇଁ କଙ୍ଗନା ପ୍ରାୟ ୧୦ କୋଟି ଟଙ୍କାରେ ଜମି କିଣିଥିଲେ । ବଙ୍ଗଳାଟିର ନିର୍ମାଣ ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ମନାଲିର ସେହି ବିଳାସପୂର୍ଣ୍ଣ ବଙ୍ଗଳାରେ କଙ୍ଗନା ଆଠଟି ଶୟନ କକ୍ଷ (ବେଡ ରୁମ୍) ନିର୍ମାଣ କରାଇଛନ୍ତି । ଏହା ବ୍ୟତୀତ ସେଥିରେ ଡାଇନିଂ ରୁମ୍, ଅଗ୍ନି ସ୍ଥାନ (ଫାୟାର୍ ପ୍ଲେସ୍), ଜିମ୍ ଓ ଯୋଗ କୋଠରୀ ବି ଅଛି । ଏହି ବଙ୍ଗଳାକୁ ଭିଣ୍ଟେଜ୍ ଶୈଳୀରେ ପ୍ରସ୍ତୁତ କରାଯାଇଛି ।

ମୁମ୍ବାଇରେ କଙ୍ଗନା ରାଣାୱତଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି, ଯାହାର ମୂଲ୍ୟ ୪୮ କୋଟି ଟଙ୍କା । ଏହା ମୁମ୍ବାଇର ପାଲି ହିଲରେ ଅବସ୍ଥିତ ।

କଙ୍ଗନାଙ୍କ ଭାଇ ଅକ୍ଷତଙ୍କ ବିବାହ ନିକଟରେ ହୋଇଛି । ଭାଇଙ୍କ ବିବାହରେ କଙ୍ଗନା ଗୁଜୁରାଟୀ ବନ୍ଧନୀ ଲେହେଙ୍ଗା ପିନ୍ଧିଥିଲେ । ତା’ର ଦାମ୍ ପ୍ରାୟ ୧୮ ଲକ୍ଷ ଟଙ୍କା ଥିଲା । ତାଙ୍କର ସେହି ଲେହେଙ୍ଗା ବନେଇବାକୁ ପୂରା ୧୪ ମାସ ଲାଗିଥିଲା । କଙ୍ଗନାଙ୍କ ପାଇଁ ଏହାକୁ ଅନୁରାଧା ୱକୀଲ୍ ତିଆରି କରିଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କଙ୍ଗନା ସେହି ଲେହେଙ୍ଗା ସହିତ ପ୍ରାୟ ୪୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧିଥିଲେ । ପ୍ରସିଦ୍ଧ ଡିଜାଇନର୍ ସାବ୍ୟାସାଚୀ ଖୁବ୍ କମ୍ ସମୟ ମଧ୍ୟରେ ସେ ସବୁ ଗହଣା ପ୍ରସ୍ତୁତ କରିଥିଲେ । କଙ୍ଗନାଙ୍କ ଚାହିଦା ଅନୁଯାୟୀ ଉଦୟପୁରର ହୋଟେଲ ଲୀଲା ପ୍ୟାଲେସକୁ ରାଜୱାଡି଼ ଥିମରେ ସଜାଯାଇଥିଲା ।

କଙ୍ଗନାଙ୍କ ପାଖରେ ବଡ଼ ଓ ପ୍ରସିଦ୍ଧ ବ୍ରାଣ୍ଡର ଅନେକ କାର୍ ଅଛି । ସେ ଏକ BMW 7 ସିରିଜ୍ ଓ ଏକ ମର୍ସିଡିଜ୍ ବେଞ୍ଜ୍ GLE SUVର ମାଲିକାଣୀ । ବି.ଏମ୍.ଡବ୍ଲୁ. 7 ସିରିଜର ଦାମ୍ ୧.୩୫ କୋଟି ଟଙ୍କାରୁ ଆରମ୍ଭ ହୁଏ । ମର୍ସିଡିଜ୍ ବେଞ୍ଜ୍ ଜି.ଏଲ୍.ଇ. ଏସ୍.ୟୁ.ଭି.ର ଦାମ୍ ଭାରତରେ ୭୩ ଲକ୍ଷ ଟଙ୍କା । ଏ ସବୁ ବ୍ୟତୀତ କଙ୍ଗନାଙ୍କର ଅନେକ କାର୍ ଅଛି ।

କଙ୍ଗନା ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ୧୧ କୋଟି ଟଙ୍କା ନିଅନ୍ତି । ଏହା ବ୍ୟତୀତ ସେ ବିଜ୍ଞାପନରେ ବି କାମ କରନ୍ତି, ଯାହା ପାଇଁ ସେ ୧ କୋଟିରୁ ୨ କୋଟି ଟଙ୍କା ନିଅନ୍ତି ।