
ନୂଆ ଦିଲ୍ଲୀ: ଭାରତ ବିପକ୍ଷରେ ଦ୍ୱିଶତକ ସ୍କୋର କରି ଇଂଲଣ୍ଡକୁ ଚେନ୍ନାଇ ଟେଷ୍ଟରେ ଜିତାଇଥିବା ରୁଟଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ କୌତୁହଳପ୍ରଦ । ୩୦ ବର୍ଷୀୟ ରୁଟ୍ ନିଜର ନିଆରା ଷ୍ଟିଲ ପାଇଁ ଜଣାଶୁଣା । ରୁଟ୍ ଇଂଲଣ୍ଡର ସର୍ବକାଳୀନ ମହାନ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ । ଟେଷ୍ଟ ଓ ODI କ୍ରିକେଟ୍ ରେ ରୁଟ୍ ବ୍ୟାଟିଂ ହାରାହାରି ୫୦ ରୁ ଅଧିକ । ରୁଟ୍ ଇଂଲଣ୍ଡର ପ୍ରଥମ କ୍ରିକେଟର ଯିଏକି ୧୦୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଓ ଆଇସିସି ODI ବିଶ୍ୱକପ ବିଜେତା ଦଳର ସଦସ୍ୟ ମଧ୍ୟ ରହିଛନ୍ତି । ରୁଟଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ରୋମାଣ୍ଟିକ୍ ରହିଛି । (ଫଟୋ ସୌଜନ୍ୟ- root66)

ଜୋ ରୁଟ୍ ନିଜ ଗର୍ଲଫ୍ରେଣ୍ଡ କେରୀ କୋଟେରେଲଙ୍କୁ (Carrie Cotterell) ୨୦୧୮ ରେ ବିବାହ କରିଥିଲେ । ରୁଟ୍ ଓ କେରୀ ସେତେବଳେ ପ୍ରଥମେ ଲାଇମଲାଇଟରେ ଆସିଥିଲେ ଯେତବେଳେ ଟି -୨୦ ବିଶ୍ୱକପ୍ (2016) ଚାଲିଥିଲା । ରୁଟ୍ ଆଣ୍ଠୁମାଡି କରି କେରୀଙ୍କୁ ପ୍ରପୋଜ କରିଥିଲେ । ଏହା ପରେ ଦୁହେଁ ୨ ବର୍ଷ ଧରି ଡେଟିଂ କରିଥିଲେ । (ଫଟୋ ସୌଜନ୍ୟ- root66)

କେରୀ କୋଟ୍ରେଲ କ୍ରିକେଟକୁ ଭଲ ପାଆନ୍ତି । ସେ ରୁଟଙ୍କ ପାଇଁ ଇଂଲଣ୍ଡର ବାର୍ମି ଆର୍ମି ସହିତ ଗ୍ରାଉଣ୍ଡକୁ ଯାତ୍ରା ମଧ୍ୟ କରିଛନ୍ତି । କେରୀ ଦି ଆର୍କ ଅଫ୍ ଲିଡ୍ସର ଏକ ବାରରେ କାମ କରୁଥିଲେ । ସେ ଏଠାରେ ରୁଟଙ୍କୁ ଭେଟିଥିଲେ । ୟର୍କସାୟାର କାଉଣ୍ଟି କ୍ରିକେଟ୍ ପାଇଁ ଖେଳୁଥିବା ରୁଟ୍ ଏହିଠାରୁ ଆସିଛନ୍ତି । ରୁଟ୍ ଓ କେରୀ ପ୍ରାୟତ ଏହି ବାରରେ ଜିନ ପିଉଥିଲେ ଓ ଏକତ୍ର ପୁଲ୍ ଖେଳୁଥିଲେ । (ଫଟୋ ସୌଜନ୍ୟ- root66)

ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କର ମଧ୍ୟ ୨ ଟି ସନ୍ତାନ ଅଛନ୍ତି । ପୂର୍ବ ବର୍ଷ ତାଙ୍କ ପତ୍ନୀ କେରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହାପୂର୍ବରୁ ରୁଟ୍ ବିନା ବିବାହ କରି ପିତା ହୋଇଥିଲେ । ମାର୍ଚ୍ଚ ୨୦୧୬ ରେ ରୁଟ୍ ଓ କେରୀ ନିର୍ବନ୍ଧ ହୋଇଥିଲା । ଏହା ପରେ ୭ ଜାନୁଆରୀ ୨୦୧୭ ରେ କେରୀ କୋଟ୍ରେଲ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ଦମ୍ପତି ୧ ଡିସେମ୍ବର ୨୦୧୮ ରେ ରୀତିନୀତି ଅନୁସାରେ ବିବାହ କରିଥିଲେ । (ଫଟୋ ସୌଜନ୍ୟ- root66)