ଇଶାନ କିଶନ (Ishan Kishan) ନିଜ ଡେବ୍ୟୁ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ T-20 ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଷ୍ଟାର ହୋଇଯାଇଛନ୍ତି । ତାଙ୍କ ବ୍ୟାଟିଂକୁ ସବୁଆଡ଼ୁ ପ୍ରଶଂସା କରାଯାଉଛି । ଦ୍ୱିତୀୟ ମ୍ୟାଚରେ ଶିଖର ଧାୱନଙ୍କ ସ୍ଥାନରେ ଓପନିଂକୁ ଆସିଥିବା ଇଶାନ ୩୨ ବଲରେ ୫୬ ରନର ଚମତ୍କାର ଇନିଂସ ଖେଳିଥିଲେ । (ଫଟୋ- AFP) ଇଶାନ କିଶନ ପାଞ୍ଚଟି ଚୌକା ଓ ଚାରିଟି ଛକ୍କା ମାରିଥିଲେ । ନିଜ ଡେବ୍ୟୁ ମ୍ୟାଚରେ ହିଁ ଇଶାନ କିଶନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ମ୍ୟାଚ୍ ପରେ ଇଶାନ୍ ପ୍ରକାଶ କହିଛନ୍ତି ଯେ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମା ତାଙ୍କ ସହ ଆଇପିଏଲ୍ ବିଷୟରେ କିଛି କଥା ହୋଇଥିଲେ, ଯାହା ତାଙ୍କ ଉତ୍ସାହକୁ ବଢ଼ାଇ ଦେଇଥିଲା । (ଫଟୋ- AFP) ‘‘ମ୍ୟାଚ୍ ପୂର୍ବରୁ ରୋହିତ ଭାଇ ମୋତେ କହିଥିଲେ ଯେ ମୁଁ ଓପନିଂ କରିବି । ସେ ମୋତେ କହିଥିଲେ ଯେମିତି ମୁଁ ଆଇପିଏଲରେ ଖୋଲାଖୋଲି ଭାବେ ଖେଳେ ସେମିତି ଏଇଠି ମୁଁ ଖେଳିବା ଦରକାର,’’ କହିଛନ୍ତି ଇଶାନ । ଇଶାନ୍ କହିଛନ୍ତି ଯେ ସେ ମ୍ୟାଚ୍ ଆରମ୍ଭରେ ଟିକିଏ ନର୍ଭସ ଥିଲେ । ‘‘କିନ୍ତୁ ଯେତେବେଳେ ତୁମେ ତିରଙ୍ଗା ଥିବା ଜାତୀୟ ଜର୍ସି ପିନ୍ଧିଛ, ତୁମେ ନିଜର ସର୍ବୋତ୍ତମ ଦେବାକୁ ଚାହିଁବ,’’ କହିଛନ୍ତି ଇଶାନ । (ଫଟୋ କ୍ରେଡିଟ୍: ଆଦିତ୍ୟ ହୁନ୍ଦିଆ ଇନଷ୍ଟାଗ୍ରାମ୍)