
ନୂଆ ଦିଲ୍ଲୀ: ବିରାଟ କୋହଲି (Virat Kohli) ଯେତେବେଳେ ବି ପଡ଼ିଆରେ ଅବତରଣ କରନ୍ତି କିଛି ନା କିଛି ନୂଆ ରେକର୍ଡ ସୃଷ୍ଟି ହୋଇଥାଏ ଓ କାହାର ନା କାହାର ରେକର୍ଡ ଭାଙ୍ଗିଥାଏ । ବିରାଟ କୋହଲି ମଧ୍ୟ ଆଇପିଏଲ୍ ୨୦୨୦ ର ୩୧ତମ ମ୍ୟାଚ୍ ରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ହୋଇଯାଇଛନ୍ତି ଯିଏ ଗୋଟିଏ ଦଳ ପାଇଁ ସର୍ବାଧିକ ଦ୍ୱିଶତକ ମ୍ୟାଚ ଖେଳି ସାରିଛନ୍ତି ।

କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ପଡିଆକୁ ଓଲ୍ହାଇବା ପରେ ବିରାଟ କୋହଲି ଆରସିବି ପାଇଁ ୨୦୦ଟି ମ୍ୟାଚ୍ ଖେଳିଥିଲେ । ସେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଥିଲେ ଯିଏ ଗୋଟିଏ ଦଳ ପାଇଁ ୨୦୦ଟି ମ୍ୟାଚ୍ ଖେଳିଥିଲେ । ବିରାଟ କୋହଲି ଆରସିବି (RCB) ପାଇଁ ୧୮୫ଟି ଆଇପିଏଲ୍ ମ୍ୟାଚ୍ ଓ ୧୫ଟି ଚାମ୍ପିଅନ୍ସ ଲିଗ୍ ମ୍ୟାଚ୍ ଖେଳିଛନ୍ତି ।

ବିରାଟ କୋହଲି (Virat Kohli) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ମାତ୍ର ୪ଟି ମ୍ୟାଚ୍ ମିସ କରିଛନ୍ତି । ସେ ଆଇପିଏଲ୍ ୨୦୦୮ ମସିହାରେ ଗୋଟିଏ ମ୍ୟାଚ୍ ଖେଳି ନଥିଲେ ଓ ୨୦୧୭ ମସିହାରେ ସେ ୩ଟି ମ୍ୟାଚ୍ ଖେଳି ନଥିଲେ । ବିରାଟ କୋହଲି ଆରସିବି ପାଇଁ ସର୍ବାଧିକ ୬୦୯୨ ରନ୍ ସଂଗ୍ରହ କରିଛନ୍ତି ।