ବାସ୍ତବରେ ଚେନ୍ନାଇ ସୁପର କିଙ୍ଗ୍ସର ୱେବସାଇଟରୁ ସୁରେଶ ରାଇନାଙ୍କ ନାମ ହଟାଇ ଦିଆଯାଇଛି । ଦଳର ଏହି ସିଜିନରେ ସମସ୍ତ ଖେଳାଳିଙ୍କ ନାମ ଅଛି କିନ୍ତୁ ରାଇନାଙ୍କ ନାମ ସେଠାରେ ନିଖୋଜ ଅଛି । ଏଥିରୁ ଏହା ଜଣାପଡିଲା ଯେ ରାଇନା ଏହି ସିଜିନରେ ଆଉ ଦଳକୁ ଫେରିବେ ନାହିଁ । ଶୁକ୍ରବାର ଦିନ ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଦାବି କରିଥିଲେ । (CSK)