IND VS ENG: ଜୋ ରୁଟ୍ ୮ ରନ୍ ଦେଇ ୫ ୱିକେଟ୍ ନେଇ ରଚିଲେ ଇତିହାସ; କୌଣସି ସ୍ପିନର ଏହା କରିନାହାନ୍ତି
ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳର ମଧ୍ୟମ ଓ ନିମ୍ନ କ୍ରମକୁ ନିଜ ସ୍ପିନ ବୋଲିଂରେ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛନ୍ତି । ସେ ସମୁଦାୟ ପାଞ୍ଚଟି ୱିକେଟ୍ ନେଇଛନ୍ତି ।

ନୂଆ ଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ଏକ ବଡ଼ ଅଗ୍ରଣୀ ନେବା ପରି ମନେ ହେଉଥିଲା କିନ୍ତୁ ଦ୍ୱିତୀୟ ଦିନର ପ୍ରଥମ ସେସନରେ ଆଉ କିଛି ଘଟିଥିଲା । ଭାରତୀୟ ଦଳ ଦ୍ୱିତୀୟ ଦିନରେ ୩ଟି ୱିକେଟ୍ ହରାଇ ୯୯ ରନରୁ ନିଜ ଖେଳ ଆରମ୍ଭ କରିଥିଲା କିନ୍ତୁ ମାତ୍ର ୪୫ ରନ୍ ଯୋଡି ଦଳ ଅଲଆଉଟ ହୋଇଯାଇଥିଲା । ଭାରତର ଶେଷ ୭ଟି ୱିକେଟ୍ ତାସର ପତା ପରି ପଡ଼ିଯାଇଥିଲା ଓ ଏଥିରେ ସବୁଠାରୁ ବଡ ହାତ ଥିଲା ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କର ଯିଏ ମାତ୍ର ୮ ରନ୍ ଦେଇ ୫ ଟି ୱିକେଟ୍ ନେଇଥିଲେ । (PC-AFP)

ପାର୍ଟ ଟାଇମ୍ ଅଫ୍ ସ୍ପିନର ଜୋ ରୁଟ୍ ଋଷଭ ପନ୍ତ, ୱାଶିଂଟନ୍ ସୁନ୍ଦର, ଅକ୍ଷାର ପଟେଲ, ଆର ଅଶ୍ୱିନ୍ ଓ ଜସପ୍ରୀତ ବୁମ୍ରାଙ୍କ ୱିକେଟ୍ ନେଇଥିଲେ । ରୁଟ୍ ୬.୨ ଓଭରରେ ମାତ୍ର ୮ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ ଓ ଏହା ସହ ସେ ଇତିହାସ ମଧ୍ୟ ସୃଷ୍ଟି କରିଥିଲେ । (ଫଟୋ-ଜୋ ରୁଟ ଇନଷ୍ଟାଗ୍ରାମ)

ରୁଟ୍ ୮ ରନ୍ ଦେଇ ୫ ୱିକେଟ୍ ନେଇଥିବା ପ୍ରଥମ ସ୍ପିନ୍ ବୋଲର ଥିଲେ । ଏହାପୂର୍ବରୁ ୧୯୯୨-୯୩ ମସିହାରେ ଅଷ୍ଟ୍ରେଲିଆର ଟିମ୍ ମେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ମାଇକେଲ କ୍ଲାର୍କ ୨୦୦-୦୫ ମସିହାରେ ଭାରତ ବିପକ୍ଷରେ ୯ ରନ୍ ପାଇଁ ୬ ଟି ୱିକେଟ୍ ନେଇଥିଲେ । (ଫଟୋ-ଜୋ ରୁଟ ଇନଷ୍ଟାଗ୍ରାମ)<br />

ଜୋ ରୁଟ୍ ସବୁଠୁ କମ ରନ ଖର୍ଚ୍ଚ କରି ୫ଟି ୱିକେଟ୍ ନେଇଥିବା ବିଶ୍ୱର ଦ୍ୱିତୀୟ ଅଧିନାୟକ ଅଟନ୍ତି । ଏହାପୂର୍ବରୁ ଇଂଲଣ୍ଡର ଆର୍ଥର୍ ଗିଲିଗାନ୍ ୧୯୨୪ ମସିହାରେ ୭ ରନ୍ ଖର୍ଚ୍ଚ କରି ୬ଟି ୱିକେଟ୍ ନେଇଥିଲେ । ବର୍ତ୍ତମାନ ଜୋ ରୁଟ୍ ୮ ରନ୍ ଦେଇ ୫ଟି ୱିକେଟ୍ ଏହି କାରନାମା କରିଛନ୍ତି । (ଫଟୋ-ଜୋ ରୁଟ ଇନଷ୍ଟାଗ୍ରାମ)<br />