ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
1/ 4

ନୂଆ ଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ନିରାଶ ଜନକ ରହିଛି । ଚଳିତ ବର୍ଷ ସେ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ଶତକ ହାସଲ କରିପାରି ନାହାଁନ୍ତି । ମାର୍ଚ୍ଚ ମାସରେ କରୋନା ମହାମାରୀ କାରଣରୁ ଲକଡାଉନ ହେବା ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲା ଓ ଏହି ଗସ୍ତରେ ମଧ୍ୟ ତାଙ୍କ ବ୍ୟାଟରୁ କୌଣସି ଶତକ ଦେଖିବାକୁ ମିଳିନଥିଲା । (ଫଟୋ-ଏପି)
2/ 4

ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ସେ ୨୧, ୮୯ ଓ ୬୩ ରନ ଲେଖାଏଁ ସ୍କୋର କରିଥିବାବେଳେ ୩ଟି ମ୍ୟାଚ୍ ଟି -୨୦ ସିରିଜରେ ସେ ୯, ୪୦ ଓ ୮୫ ରନ୍ ଲେଖାଏଁ ସ୍କୋର କରିଛନ୍ତି ।<br />
3/ 4

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ଚଳିତ ବର୍ଷ ନିଜର ପ୍ରଥମ ଆନ୍ତର୍ଜାତୀୟ ଶତକ ହାସଲ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ଆଡିଲେଡ ଟେଷ୍ଟର ପ୍ରଥମ ଇନିଂସରେ ୭୪ ରନ୍ ଓ ଦ୍ୱିତୀୟ ଇନିଂସରେ ୪ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ ।<br />