ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ୫ ଫେବୃଆରୀରୁ ଆରମ୍ଭ ହେବ । ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଯଦି ଆମେ ଟେଷ୍ଟ କ୍ରିକେଟରେ ଭାରତ ଓ ଇଂଲଣ୍ଡର ରେକର୍ଡ ବିଷୟରେ କହିଥାଉ । ତେବେ ଉଭୟ ଦଳ ଏପର୍ଯ୍ୟନ୍ତ ୧୨୨ ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ସେଥିମଧ୍ୟରୁ ୪୭ ଟି ମ୍ୟାଚରେ ଇଂଲଣ୍ଡ ଜିତିଥିବା ବେଳେ ଭାରତ ୨୬ ଟି ମ୍ୟାଚରେ ବିଜୟ ହାସଲ କରିଛି ଓ ୪୯ ଟି ଟେଷ୍ଟ ମ୍ୟାଚ ଡ୍ର ରହିଛି । ଶେଷ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ୨୦୧୬–୧୭ ରେ ଇଂଲଣ୍ଡ ମାଟିରେ ଖେଳାଯାଇଥିଲା । ଏହି ସିରିଜକୁ ଇଂଲଣ୍ଡ ୪–୦ ଜିତି ନେଇଥିଲା । ତେବେ ଗତ କିଛି ବର୍ଷ ହେବ ଇଂଲଣ୍ଡର ବୋଲରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ୍ମାନେ ପ୍ରାଧାନ୍ୟ ବିସ୍ତାର କରିଆସୁଛନ୍ତି । ନଜର ପକାନ୍ତୁ କେଉଁ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିଛନ୍ତି । (Sachin, Virat/Instagram, Rahul-BCCI/Twitter)
ରାହୁଲ ଦ୍ରାବିଡ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ରାହୁଲ ଦ୍ରାବିଡ ମିଳିତ ଭାବେ ସର୍ବାଧିକ ଶତକ ହାସଲ କରିଛନ୍ତି । ନିଜର ୧୬୪ ଟି ଟେଷ୍ଟ ମ୍ୟାଚ୍ କରିୟରରେ ଦ୍ରାବିଡ ଇଂଲଣ୍ଡ ବିପକ୍ଷରେ ସାତଟି ଶତକ ହାସଲ କରିଛନ୍ତି । ରାହୁଲ ଟେଷ୍ଟ କ୍ରିକେଟରେ ୧୩୦୦୦ ରନ୍ ସଂଗ୍ରହ କରିଛନ୍ତି । ସର୍ବକାଳୀନ ଭଲ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚିତ ହୋଇଥିବା ଦ୍ରାବିଡ ଇଂଲଣ୍ଡ ବିପକ୍ଷ ୨୧ ଟି ମ୍ୟାଚରେ ହାରାହାରି ୬୦ ରେ ୧୯୫୦ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଏହା ମଧ୍ୟରେ ଏକ ଦ୍ୱି ଶତକ ମଧ୍ୟ ରହିଛି (BCCI/Twitter)
ସଚିନ ତେନ୍ଦୁଲକର: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଇଂଲଣ୍ଡ ବିପକ୍ଷରେ ସାତୋଟି ଶତକ ହାସଲ କରିଛନ୍ତି । ଯାହା ରାହୁଲ ଦ୍ରାବିଡଙ୍କ ରେକର୍ଡଙ୍କ ସହ ସମାନ । ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ସଚିନ୍ ନିଜ କରିୟରରେ ଇଂଲଣ୍ଡ ବିପକ୍ଷରେ ୨୫୩୫ ରନ୍ ସ୍କୋର କରିଛନ୍ତି । ଶତକ ବ୍ୟତୀତ ତାଙ୍କର ୧୩ ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି । ସଚିନ ତେନ୍ଦୁଲକର ଭାରତରେ ଇଂଲଣ୍ଡ ବିପକ୍ଷ ୧୫ ଟି ମ୍ୟାଚରେ ୯୬୦ ରନ୍ ସଂଗ୍ରହ କରିଛନ୍ତି । (Sachin Tendulkar/instagram)<br />
ମହମ୍ମଦ ଅଜହରୁଦ୍ଦିନ: ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ସେ ଇଂଲଣ୍ଡ ବିପକ୍ଷ ୧୫ଟି ଟେଷ୍ଟରେ ୬ ଶତକ ହାସଲ କରିଛନ୍ତି । ଅଜରୁଦ୍ଦିନ ୫୮ ହାରାହାରିରେ ୧୫ ଟି ମ୍ୟାଚରେ ୬ ଟି ଶତକ ଓ ୩ ଟି ଅର୍ଦ୍ଧଶତକ ସହ ମୋଟ ୧୨୭୮ ରନ୍ ସଂଗ୍ରହ କରିଛନ୍ତି । (Mohammed Azharuddin/Instagram)
ଚେତେଶ୍ୱର ପୂଜାରା: ମର୍ଡନ ୱାଲ କୁହାଯାଉଥିବା ଚେତେଶ୍ୱର ପୂଜାରା ଏହି କ୍ରମରେ ଚତୁର୍ଥ ସ୍ଥାନରେ ଅଛନ୍ତି । ପୂଜାରା ଇଂଲଣ୍ଡ ବିପକ୍ଷରେ ୧୮ ଟି ମ୍ୟାଚରେ ପାଞ୍ଚଟି ଶତକ ହାସଲ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ତାଙ୍କର ରେକର୍ଡ ଅତ୍ୟନ୍ତ ଭଲ ରହିଛି । ସେ ୧୩୩୯ ରନ୍ ସ୍କୋର କରିଛନ୍ତି । ଏଥି ସହିତ ପୂଜାରା ଭାରତରେ ଇଂଲଣ୍ଡ ବିପକ୍ଷରେ ୯ ଟି ଟେଷ୍ଟ ମ୍ୟାଚ ଖେଳି ମୋଟ ୮୩୯ ରନ୍ ସଂଗ୍ରହ କରିଛନ୍ତି । ସେ ଆଗାମୀ ଟେଷ୍ଟ ସିରିଜରେ ଭାରତ ପାଇଁ ସଫଳତାର ଚାବିକାଠି ହୋଇପାରନ୍ତି । (Cheteshwar Pujara/AP)<br />
ବିରାଟ କୋହଲି: ବର୍ତ୍ତମାନର ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ଆଧୁନିକ କ୍ରିକେଟ୍ ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚିତ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ୧୯ ଟି ମ୍ୟାଚରେ ୫ ଶତକ ହାସଲ କରିଛନ୍ତି । ସେ ହାରାହାରି ୪୯.୦୬ ରେ ୧୫୭୦ ରନ୍ କରିଛନ୍ତି । ଭାରତରେ ଇଂଲଣ୍ଡ ବିପକ୍ଷରେ ୯ ଟି ଟେଷ୍ଟ ମ୍ୟାଚ ଖେଳି ବିରାଟ ୮୪୩ ରନ୍ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଚମତ୍କାର ରହିଛି । (PIC: AP)<br />