ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
IND vs ENG: ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତରେ ପହଞ୍ଚିଲା ଇଂଲଣ୍ଡ ଟିମ୍
ଭାରତ ଓ ଇଂଲଣ୍ଡ (India vs England) ମଧ୍ୟରେ ଚାରି ମ୍ୟାଚ ଟେଷ୍ଟ ସିରିଜ୍ ଆସନ୍ତା ୫ ଫେବୃଆରୀରୁ ଚେନ୍ନାଇରେ ଆରମ୍ଭ ହେବ । ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଚେନ୍ନାଇରେ ଓ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ।
1/ 5

ଚେନ୍ନାଇ: ଅଧିନାୟକ ଜୋ ରୁଟଙ୍କ ସମେତ ଇଂଲଣ୍ଡ କ୍ରିକେଟ୍ ଦଳର ଅନ୍ୟ ସଦସ୍ୟମାନେ ଭାରତ ବିପକ୍ଷରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଖେଳିବା ପାଇଁ ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି ।
2/ 5

ରୁଟ୍ ଓ ତାଙ୍କ ଟିମ୍ ଶ୍ରୀଲଙ୍କାରୁ ସକାଳ ୧୦.୩୦ ରେ ଆସି ଭାରତରେ ପହଞ୍ଚିବା ପରେ ସିଧା ହୋଟେଲକୁ ଯାଇଥିଲେ । ଯେଉଁଠାରେ ଭାରତ ଓ ଇଂଲଣ୍ଡ ଦଳ ପାଇଁ ଏକ ବାୟୋ ବବଲ୍ ତିଆରି କରାଯାଇଛି ।<br />
3/ 5

ଉଭୟ ଦଳ ହୋଟେଲ ଲୀଲା ପ୍ୟାଲେସରେ ରହିଛନ୍ତି ଯେଉଁଠାରେ ବାୟୋ ବବଲ୍ ପ୍ରସ୍ତୁତ କରାଯାଇଛି । ଏହି ଦଳମାନେ ୬ ଦିନ ବିଚ୍ଛିନ୍ନ ରହିବା ପରେ ୨ ଫେବୃଆରୀରୁ ଅଭ୍ୟାସ ଆରମ୍ଭ କରିବେ । ଉଭୟ ଦଳର ଖେଳାଳୀ ମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ।<br />
4/ 5

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଚେନ୍ନାଇରେ ୫ ଫେବୃଆରୀରୁ ଆରମ୍ଭ ହେବ । ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଚେନ୍ନାଇରେ ଓ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ ।<br />