ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
IND vs AUS: ଋଷଭ ପନ୍ତ କଲେ ଚମତ୍କାର; ଭାଙ୍ଗିଲେ ଏମଏସ ଧୋନିଙ୍କ ବଡ଼ ରେକର୍ଡ
ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ଋଷଭ ପନ୍ତ (Rishabh Pant) ବ୍ରିସବେନ ଟେଷ୍ଟର ପଞ୍ଚମ ଦିନରେ ୧୦୦ ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ସହ ପନ୍ତ ଏକ ହଜାର ଟେଷ୍ଟ ରନ୍ ସ୍କୋର କରିବାରେ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇପାରିଛନ୍ତି ।
1/ 4

ନୂଆ ଦିଲ୍ଲୀ: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏକ ଚମତ୍କାର କରିଛନ୍ତି । ସେ ଚମତ୍କାର ବ୍ୟାଟିଂ କରି ଦ୍ୱିତୀୟ ଇନିଂସରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ।<br />
2/ 4

ହଜାରେ ଟେଷ୍ଟ ରନ୍ ସ୍କୋର କରିବାରେ ପନ୍ତ ଦ୍ରୁତତମ ଭାରତୀୟ ୱିକେଟ୍ କିପର ହୋଇପାରିଛନ୍ତି । ସେ ଏହି କାରନାମା କରିବାରେ ପୂର୍ବତନ ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନିଙ୍କୁ ପଛକୁ ପକାଇ ଦେଇଛନ୍ତି । ପନ୍ତ ୨୭ଟି ଇନିଂସରେ ଏହି ସଫଳତା ହାସଲ କରିଥିବାବେଳେ ଧୋନି ୩୨ ଟି ଇନିଂସରେ ଏହି କାରନାମା କରିଥିଲେ । (ଫଟୋ କ୍ରେଡିଟ୍: ବିସିସିଆଇ ଟ୍ୱିଟର ହ୍ୟାଣ୍ଡେଲ)<br />
3/ 4

ଟେଷ୍ଟ କ୍ରିକେଟରେ ଏକ ହଜାର ରନ୍ ପୂରଣ ମାମଲାରେ ପନ୍ତ କ୍ଲବରେ ଶୀର୍ଷରେ ପହଞ୍ଚିଛନ୍ତି । ଏହି ତାଲିକାରେ ପନ୍ତ ଓ ଧୋନିଙ୍କ ପରେ ଫାରୁଖ ଇଞ୍ଜିନିୟର ୩୬ଟି ଇନିଂସ ସହ ତୃତୀୟ, ରିଦ୍ଧିମାନ ସାହା ୩୭ଟି ଇନିଂସ ସହ ଚତୁର୍ଥ ଓ ନୟନ ମୋଙ୍ଗିଆ ୩୯ଟି ଇନିଂସ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।<br />