ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
Ind vs Aus: ଋଷଭ ପନ୍ତ ଅଷ୍ଟ୍ରେଲିଆରେ ଏକ ବିଶେଷ ସଫଳତା ହାସଲ କଲେ; ସାର୍ ଭିଭିଆନ୍ ରିଚାର୍ଡସଙ୍କୁ ମଧ୍ୟ ପଛରେ ପକାଇଲେ
ଋଷଭ ପନ୍ତ (Rishabh Pant) ପ୍ରାୟ ୫୦ ଆଭେରେଜରେ ଅଷ୍ଟ୍ରେଲିଆରେ ରନ୍ ସ୍କୋର କରିଛନ୍ତି । ମାତ୍ର ୯ଟି ମ୍ୟାଚରେ ସେ ଏହି ସଫଳତା ହାସଲ କରି ସାର୍ ଭିଭିଆନ୍ ରିଚାର୍ଡସଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।
1/ 5

ନୂଆ ଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଋଷଭ ପନ୍ତ ନିଜ ନାମରେ ଏକ ବିଶେଷ ସଫଳତା ହାସଲ କରିଛନ୍ତି । ଭାରତ ତୃତୀୟ ଦିନର ଦ୍ୱିତୀୟ ଇନିଂସରେ ମାତ୍ର ୨୪୪ ରନ କରି ଅଲଆଉଟ ହୋଇଯାଇଛି ।
2/ 5

ଏହା ସହ ପନ୍ତ ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟରେ ୪୦୦ ରନ୍ ପୂରଣ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ରନ୍ ଅଭେରେଜ ୫୦ ରୁ ଅଧିକ ଥିଲା । (ଫଟୋ କ୍ରେଡିଟ୍: ବିସିସିଆଇ ଟ୍ୱିଟର ହ୍ୟାଣ୍ଡେଲ)
3/ 5

ଅଷ୍ଟ୍ରେଲିଆରେ ପନ୍ତ କ୍ରମାଗତ ନଅଟି ଟେଷ୍ଟ ଇନିଂସରେ ୨୫ କିମ୍ବା ତାଠାରୁ ଅଧିକ ରନ୍ ଖେଳିଥିଲେ । ପୂର୍ବ ଟେଷ୍ଟରେ ମଧ୍ୟ ସେ ୨୯ ରନ୍ ସ୍କୋର କରିଥିଲେ । (ଫଟୋ କ୍ରେଡିଟ୍: ବିସିସିଆଇ ଟ୍ୱିଟର ହ୍ୟାଣ୍ଡେଲ)
4/ 5

ଏହା ସହ ସେ ଅଷ୍ଟ୍ରେଲିଆରେ କ୍ରମାଗତ ନଅଟି ଇନିଂସରେ ୨୫ କିମ୍ବା ତାଠାରୁ ଅଧିକ ରନ୍ ସ୍କୋର କରିଥିବା ପ୍ରଥମ ବିଦେଶୀ ଖେଳାଳି ହୋଇପାରିଛନ୍ତି । ୱାଲି ହାମଣ୍ଡ, ରୁସି ସୁରଟି ଓ ଭିଭିଆନ୍ ରିଚାର୍ଡସ ୮ଟି ଇନିଂସରେ ଏହା କରିଛନ୍ତି ।