ଏ ହେଉଛି ୧୯୬୨ ମସିହାରେ କାବୁଲର ମେଡିକାଲ କଲେଜର ଏକ ଚିତ୍ର। ଯେଉଁଠାରେ ଦୁଇଜଣ ମହିଳା ଛାତ୍ର ସେମାନଙ୍କ ଶିକ୍ଷକଙ୍କଠାରୁ କିଛି ବୁଝୁଥିବାର ଦେଖା ଯାଉଛି। ସେମାନଙ୍କ ଆତ୍ମବିଶ୍ୱାସୀ ବ୍ୟକ୍ତ କରୁଛି କି ଯେ ସେହି ଦିନମାନଙ୍କରେ ଆଫଗାନିସ୍ତାନର ମୁଖ୍ୟ ସ୍ରୋତରେ ନିଜକୁ ପ୍ରବେଶ କରିବାରେ ସେମାନେ କେତେ ଆତ୍ମବିଶ୍ୱାସୀ ଥିଲେ। ୬୦ ଦଶକରେ ଆଫଗାନିସ୍ତାନର ବହୁ ସଂଖ୍ୟକ ଡାକ୍ତର ଓ ଇଞ୍ଜିନିୟର କଲେଜରୁ ପାଠ ପଢ଼ି ବାହାରୁ ଥିଲେ ଓ ସରକାରୀ ଚାକିରିରେ କାମ କରୁଥିଲେ।
ଏହି ଚିତ୍ର ହେଉଛି ୭୦ ଦଶକରେ କାବୁଲର ପଲିଟେକ୍ନିକାଲ ୟୁନିଭରସିଟିର। ଏହି ବିଶ୍ୱବିଦ୍ୟାଳୟରେ ବହୁ ସଂଖ୍ୟାରେ ବାଳିକା ଛାତ୍ର ଥିଲେ। ୯୦ ଦଶକରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ଶାସନ କରିବା ଆରମ୍ଭ କଲା, ସେତେବେଳେ ଏହି ମହିଳାମାନଙ୍କୁ ଚାକିରୀ ଛାଡ଼ିବାକୁ ପଡିଲା। ମହିଳାମାନଙ୍କର ଉଚ୍ଚ ଓ ବୈଷୟିକଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଆଫଗାନିସ୍ତାନର ଅଧିକାଂଶ ମହିଳା ଇଞ୍ଜିନିୟର ଓ ଡାକ୍ତରମାନେ ବିଦେଶ ଯାତ୍ରା କରିଛନ୍ତି କିମ୍ବା ନିଜ ଘରେ ଅଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହି ମହିଳାମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଇଛି। କିନ୍ତୁ ବର୍ତ୍ତମାନ ପୁନର୍ବାର ସେମାନଙ୍କର ଭବିଷ୍ୟତ ଦୁର୍ବଳ ଦେଖାଯାଉଛି।