HBD: ଉର୍ବଶୀ ରାଉତେଲା ୧୭ ବର୍ଷ ବୟସରେ ହୋଇଥିଲେ 'ମିସ୍ ୟୁନିଭର୍ସ ଇଣ୍ଡିଆ'; ଦେଖନ୍ତୁ ତାଙ୍କର ୧୦ଟି ସୁନ୍ଦର ଫଟୋ
ସମ୍ପ୍ରତି ସମୟରେ ଉର୍ବଶୀ ରାଉତେଲା (Urvashi Rautela) ଦୁନିଆର 'ଟପ୍ ୧୦ ସେକ୍ସି ସୁପରମୋଡେଲ୍ ୨୦୨୧' ତାଲିକାରେ ସ୍ଥାନ ପାଇଛନ୍ତି । ସେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ।

ନୂଆ ଦିଲ୍ଲୀ: ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କୁ ଗଣାଯାଏ । ନିଜର ସୌନ୍ଦର୍ଯ୍ୟ ଓ ବୋଲ୍ଡ ଷ୍ଟାଇଲ୍ ଯୋଗୁଁ ସେ ପ୍ରାୟତଃ ହେଡଲାଇନରେ ରହିଥାନ୍ତି । (ଫଟୋ ସୌଜନ୍ୟ/ Instagram/urvashirautela)

ଉର୍ବଶୀ ରାଉତେଲା ଆକ୍ସନ୍-ରୋମାନ୍ସ ଆଧାରିତ ଫିଲ୍ମ 'ସିଂ ସାହବ ଦି ଗ୍ରେଟ୍' ସହିତ ନିଜ କରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ସନ୍ନି ଦେଓଲଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ । ଏହା ପରେ ଅଭିନେତ୍ରୀ ରାପର୍ ହନି ସିଂଙ୍କ ଭିଡିଓ ଆଲବମ୍ 'ଲଭ୍ ଡୋଜ'ରେ ନଜର ଆସିଥିଲେ । (ଫଟୋ ସୌଜନ୍ୟ/ Instagram/urvashirautela)

ସମ୍ପ୍ରତି ସମୟରେ ଉର୍ବଶୀଙ୍କୁ ବିଶ୍ୱର ଶ୍ରେଷ୍ଠ ୧୦ ସେକ୍ସି ସୁପରମୋଡେଲ ୨୦୨୧ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ସେ ହେଉଛନ୍ତି ପ୍ରଥମ ଏସୀୟ ମହିଳା ଯିଏକି ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । (ଫଟୋ ସୌଜନ୍ୟ/ Instagram/urvashirautela)

ଉର୍ବଶୀ 'ସନମ ରେ', 'ଗ୍ରେଟ୍ ଗ୍ରାଣ୍ଡ ମସ୍ତି', 'ହେଟ ଷ୍ଟୋରି ୪' ଓ 'ପାଗଳପନ୍ଥୀ' ଭଳି ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ଉର୍ବଶୀ ରାଉତେଲାଙ୍କ ଶେଷ ଫିଲ୍ମ 'ଭର୍ଜିନ ଭାନୁପ୍ରିୟା' ୨୦୨୦ ମସିହାରେ ରିଲିଜ କରିଥିଲା । (ଫଟୋ ସୌଜନ୍ୟ/ Instagram/urvashirautela)

ଉର୍ବଶୀ ରାଉତେଲାଙ୍କ ସୌନ୍ଦର୍ଯ୍ୟକୁ ନେଇ କେବଳ ଆଲୋଚନା ହୁଏ ନାହିଁ ବରଂ ଏଥିପାଇଁ ସେ ଅନେକ ଆଖ୍ୟା ମଧ୍ୟ ପାଇଛନ୍ତି । ଉର୍ବଶୀ ରାଉତେଲା ମାତ୍ର ୧୭ ବର୍ଷ ବୟସରେ ମିସ୍ ୟୁନିଭର୍ସ ଇଣ୍ଡିଆର ମୁକୁଟ ପିନ୍ଧିଥିଲେ । ତା’ପରେ ୨୦୧୧ ରେ ତାଙ୍କୁ ମିସ୍ ଟୁରିଜିମ୍ କୁଇନ୍ ଅଫ୍ ଦି ଇୟର ଆଖ୍ୟା ଦିଆଯାଇଥିଲା । (ଫଟୋ ସୌଜନ୍ୟ/ Instagram/urvashirautela)

୨୦୧୧ ମସିହାରେ ଅଭିନେତ୍ରୀ ମିସ୍ ଏସିଆନ୍ ସୁପରମୋଡେଲ୍ ଟାଇଟଲ୍ ମଧ୍ୟ ପାଇଥିଲେ । (ଫଟୋ ସୌଜନ୍ୟ/ Instagram/urvashirautela)

ବଲିଉଡର ଜଣେ ଜଣାଶୁଣା ସିଙ୍ଗର ଉର୍ବଶୀ ରାଉତଙ୍କ ଉପରେ ଫିଦା ଥିଲେ । ସେ ଉର୍ବଶୀଙ୍କୁ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତା’ପରେ ଏପରି କିଛି ଘଟିଗଲା ଯାହାପରେ ଏହି ସମ୍ପର୍କ ଆଗକୁ ବଢିନଥିଲା । (ଫଟୋ ସୌଜନ୍ୟ/ Instagram/urvashirautela)

ଅଭିନେତ୍ରୀ ଉର୍ବଶୀ ରାଉତେଲା ଏକଦା ବଲିଉଡର ପ୍ରସିଦ୍ଧ ଗାୟକ ମୀଖା ସିଂଙ୍କ ହୃଦୟ ଜିତିଥିଲେ । ଏକ ସାକ୍ଷାତକାର ସମୟରେ ଯେତେବେଳେ ମୀଖାଙ୍କୁ ବିବାହ ବିଷୟରେ ପଚରାଗଲା କାହା ସହିତ ସେ ବିବାହ କରିବାକୁ ଚାହୁଁଛନ୍ତି । ତେବେ ଏହା ଉପରେ ସେ କହିଥିଲେ ଯେ ସେ 'ସନମ ରେ' ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । (ଫଟୋ ସୌଜନ୍ୟ/ Instagram/urvashirautela)

ବିବାହ ବିଷୟରେ କଥାବାର୍ତ୍ତା କରି ଅଭିନେତ୍ରୀ ଉର୍ବଶୀ ରାଉତେଲା କହିଛନ୍ତି ଯେ ମୋର ସମ୍ପର୍କୀୟ ଓ ଭଉଣୀମାନେ ବିବାହ କଲେ ମୁଁ ବିବାହ କରିବି । ମୋତେ ବର୍ତ୍ତମାନ ମୋ କରିୟର ଉପରେ ଧ୍ୟାନ ଦେବାକୁ ପଡିବ । ଯେତେବେଳେ ସମୟ ଆସିବ ମୁଁ ସମସ୍ତଙ୍କୁ ନିଶ୍ଚିତ କହିବି । ତେବେ ପରେ ଏହି ରିପୋର୍ଟଗୁଡ଼ିକୁ କେବଳ ଗୁଜବ କୁହାଯାଉଥିଲା । (ଫଟୋ ସୌଜନ୍ୟ/ Instagram/urvashirautela)