
ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଚକଚକିଆ ଜିନିଷକୁ ବିଶେଷ କରି ହୀରାକୁ ବହୁତ ଭଲ ପାଆନ୍ତି । ଯେତେବେଳେ ସେ ଏକ ଇଭେଣ୍ଟ କିମ୍ବା ପାର୍ଟୀରେ ନଜର ଆସନ୍ତି, ସେତେବେଳେ ତାଙ୍କର ଏହି ଅବତାର ନିଆରା ଦୃଶ୍ୟମାନ ହୋଇଥାଏ । (Instagram)<br />

ହାର୍ଦ୍ଦିକ ବର୍ତ୍ତମାନ ୟୁଏଇରେ ଅଛନ୍ତି ଯେଉଁଠାରେ ସେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ହାର୍ଦ୍ଦିକ ଏହି ସମୟ ମଧ୍ୟରେ ଏକ ସ୍ୱତନ୍ତ୍ର ଫଟୋସୁଟର ଚିତ୍ର ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ଏହି ଫଟୋ ଗୁଡ଼ିକରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୁଖ୍ୟ ଜିନିଷ ହେଉଛି ତାଙ୍କର ହାତ ଘଣ୍ଟା । (Instagram)<br />

ପାଣ୍ଡ୍ୟା ପାଟେକ ଫିଲିପେ ବ୍ରାଣ୍ଡ ଘଣ୍ଟାର ସଂଗ୍ରହ ରଖିବାକୁ ଭଲ ପାଆନ୍ତି । ଫଟୋ ସୁଟ୍ ରେ ପାଣ୍ଡ୍ୟା ରୋଜ୍ ଗୋଲ୍ଡରେ ପାଟେକ ଫିଲିପେଙ୍କ ନାଟିଲସ୍ କ୍ରୋନୋଗ୍ରାଫ୍ ୫୯୮୦/ ୧୦R-୦୧୦ ପିନ୍ଧିଥିବାର ନଜର ଆସିଥିଲେ । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପାଣ୍ଡ୍ୟାଙ୍କ ସବୁଠାରୁ ମହଙ୍ଗା ଘଣ୍ଟା ବୋଲି ବିବେଚନା କରାଯାଏ । (patek phlip website)<br />

ଏହି ଘଣ୍ଟାର ଉପରିଭାଗରେ ୯ ଟି ହୀରା ଅଛି, ଏହା ବ୍ୟତୀତ ଡାଏଲରେ ୩୨ ଟି ହୀରା ଓ ଉଭୟ ପାର୍ଶ୍ୱରେ ଥିବା ଛଅଟି ହୀରା ଖଞ୍ଜିତ ହୋଇଛି । ଏହା ବ୍ୟତୀତ ଏଥିରେ ରୁବିଜ ମଧ୍ୟ ଲାଗିଛି । ମୋଟ ଉପରେ ଏହି ଘଣ୍ଟାର ମୂଲ୍ୟ ହେଉଛି $ ୨୨୫,୦୦୦ ଅର୍ଥାତ୍ ୧.୬୫ କୋଟି ଟଙ୍କା । (Instagram)<br />