ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ
ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଆନ୍ସି ନତାଶା ଷ୍ଟାନକୋଭିଚ୍ ବର୍ତ୍ତମାନ ଗର୍ଭବତୀ ଅଛନ୍ତି । ସେ ଖୁବ୍ ଜଲଦି ମା’ ହେବାକୁ ଯାଉଛନ୍ତି । ଉଭୟ ହାର୍ଦ୍ଦିକ ଓ ନତାଶା ପ୍ରଥମ ଥର ପାତାମାତା ହେବାର ଆଶା ଓ ଖୁସିରେ ମସଗୁଲ୍ ।

ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଆନ୍ସି ନତାଶା ଷ୍ଟାନକୋଭିକ୍ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଶୀଘ୍ର ଏକ ମା ହେବାକୁ ଯାଉଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟାନକୋଭିଚ୍ ଉଭୟ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରହନ୍ତି । ସେମାନେ ନିଜ ପ୍ରଶଂସକଙ୍କ ସହ ପ୍ରତ୍ୟେକ ସୂଚନା ସେୟାର କରନ୍ତି।

ନତାଶା ଇନଷ୍ଟାଗ୍ରାମରେ ନିଜର ଗର୍ଭବତୀ ଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ କଳା ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି ଓ ଖୁବ୍ ସୁନ୍ଦର ଲାଗୁଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ସାଧାରଣ ଜୀବନଯାପନ କରନ୍ତୁ। ପ୍ରେମ ବିସ୍ତାର କରନ୍ତୁ ଓ ଶିଖିବା ଜାରି ରଖନ୍ତୁ।’’

ନତାଶା ଜଣେ ସର୍ବିଆନ୍ (ସର୍ବିଆ ଦେଶର) ମଡେଲ । ସେ ବିଗ୍ ବସ୍ (Big Boss) ଓ ନାଚ୍ ବାଲିୟେ (Nach Baliye)ରେ ଭାଗ ନେଇସାରିଛନ୍ତି । ସେ ବଲିଉଡ ଫିଲ୍ମରେ ଆଇଟମ୍ ନମ୍ବର ଓ ଭୂମିକା ମଧ୍ୟ କରିଛନ୍ତି ।

ହାର୍ଦ୍ଦିକ ଓ ନତାଶା ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ ୩୧ ଡିସେମ୍ବର ୨୦୧୯ରେ ନିଜ ସମ୍ପର୍କକୁ ସାର୍ବଜନୀନ କରିଥିଲେ । ତା’ ପର ଦିନ ଅର୍ଥାତ୍ ୧ ଜାନୁୟାରୀ ୨୦୨୦ରେ ଦୁହିଙ୍କର ନିର୍ବନ୍ଧ ହୋଇଥିଲା ।

ନିକଟରେ ହାର୍ଦ୍ଦିକ ଗର୍ଭବତୀଥିବା ନତାଶାଙ୍କ ସହ ନିଜର ଓ ନିଜ କୁକୁରମାନଙ୍କର ଏକ ସୁନ୍ଦର ପାରିବାରିକ ଫଟୋ ସେୟାର କରିଥିଲେ ।