Rashmika Mandanna ଙ୍କୁ ଗୁଗୁଲ୍ ବଡ଼ ଉପହାର ଦେଲା; ଦେଖନ୍ତୁ ସାଉଥର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ଫଟୋ
କନ୍ନଡ ସିନେମାର ସୁନ୍ଦର ତଥା ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ (Rashmika Mandanna) ସେହି ସମୟରେ ଏକ ବଡ଼ ସରପ୍ରାଇଜ ମିଳିଲା ଯେତେବେଳେ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ତାଙ୍କୁ ନ୍ୟାସନାଲ କ୍ରସ୍ ଅଫ୍ ଇଣ୍ଡିଆ ୨୦୨୦ (National Crush Of India 2020 Female) ଘୋଷଣା କରିଥିଲା ।

ମୁମ୍ବାଇ: କନ୍ନଡ ଫିଲ୍ମର ସୁନ୍ଦର ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ (Rashmika Mandanna) ଗୁଗୁଲ ଏକ ଦମଦାର ସରପ୍ରାଇଜ ଦେଇଛି । ଏହା ଏପରି ଏକ ସରପ୍ରାଇଜ ଥିଲା ଯାହା ବିଷୟରେ ରଶ୍ମିକା ମନ୍ଦନା ଜାଣି ମଧ୍ୟ ବହୁତ ଖୁସି ହୋଇଥିଲେ । ବାସ୍ତବରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ରଶ୍ମିକା ମନ୍ଦନାଙ୍କୁ ନ୍ୟାସନାଲ୍ କ୍ରସ୍ ଅଫ୍ ଇଣ୍ଡିଆ ୨୦୨୦ (National Crush Of India 2020 Female) ଭାବରେ ଘୋଷଣା କରିଛି । ଗୁଗୁଲରେ ନ୍ୟାସନାଲ୍ କ୍ରସ୍ ଲେଖି ସର୍ଚ୍ଚ କରିବା ପରେ ଏହାର ଫଳାଫଳରେ ପ୍ରଥମ ନାମ ରଶ୍ମିକା ମନ୍ଦନାଙ୍କ ଆସୁଛି। (ଫଟୋ କ୍ରେଡିଟ୍: instagram/@rashmika_mandan

ଗୁଗୁଲ୍ ତରଫରୁ ରଶ୍ମିକାଙ୍କୁ National Crush Of India 2020 Female ଭାବରେ ଘୋଷଣା କରିବା ପରଠାରୁ ନ୍ୟାସନାଲ୍ କ୍ରସ୍ ହ୍ୟାସଟ୍ୟାଗ୍ ସହ ଟ୍ୱିଟରରେ ଟ୍ରେଣ୍ଡ କରୁଛି । (ଫଟୋ କ୍ରେଡିଟ୍: instagram/@rashmika_mandanna)

ରଶ୍ମିକା ଏତେ ଖୁସି ହୋଇଯାଇ ଥିଲେ ଯେ ସେ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ସ୍କ୍ରିନସଟ ସେୟାର କରିଥିଲେ । (ଫଟୋ କ୍ରେଡିଟ୍: instagram/@rashmika_mandanna)<br />

ଏହା ସହିତ ରଶ୍ମିକା ମଧ୍ୟ ନିଜ ପ୍ରଶଂସକଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି ଓ ତାଙ୍କୁ ଭଲପାଇବା ଦେଇଥିବାରୁ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । (ଫଟୋ କ୍ରେଡିଟ୍: instagram/@rashmika_mandanna)

ରଶ୍ମିକା ଲେଖିଛନ୍ତି - ମୋର ଲୋକମାନେ ପ୍ରକୃତରେ କିମ୍ବଦନ୍ତୀ ଅଟନ୍ତି । ସେମାନେ ବହୁତ ସୁନ୍ଦର ... ନୁହେଁ କି? ମୋର ହୃଦୟ ସେହି ସମସ୍ତଙ୍କ ସହିତ ଅଛି । (ଫଟୋ କ୍ରେଡିଟ୍: instagram/@rashmika_mandanna)