ଟଙ୍କା ପଠାଇବା ଠାରୁ ଆରମ୍ଭ କରି ଟ୍ରେନ ଯାତ୍ରା ପର୍ଯ୍ୟନ୍ତ; ଆଜିଠୁ ଆପଣଙ୍କ ଜୀବନରେ ହେବାକୁ ଯାଉଛି ଏହି ୫ଟି ବଡ଼ ପରିବର୍ତ୍ତନ
01st December 2020: ଆଜି (୧ ଡିସେମ୍ବର ୨୦୨୦) ସାଧାରଣ ଲୋକଙ୍କ ଜୀବନ ସହ ଜଡିତ ଅନେକ ପ୍ରକର ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ RTGS, ରେଳ ଓ ଗ୍ୟାସ୍ ସିଲିଣ୍ଡର ସହିତ ଜଡିତ ଅନେକ ନିୟମ ପରିବର୍ତ୍ତନ ହୋଇଯିବ । ଯାହା ଆପଣଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ ।

ଆଜି ଅର୍ଥାତ ୧ ଡିସେମ୍ବର ୨୦୨୦ ଠାରୁ ସାଧାରଣ ଲୋକଙ୍କ ସହ ଜଡିତ ଅନେକ ପରିବର୍ତ୍ତନ ଘଟିବାକୁ ଯାଉଛି । ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପାଣ୍ଠି ସ୍ଥାନାନ୍ତର ଠାରୁ ଏଲପିଜି ଓ ବୀମା ସମେତ ମୋଟ ୫ଟି ଏପରି ପରିବର୍ତ୍ତନ ହେଉଛି ଯାହା ଆପଣଙ୍କୁ ଜାଣିବା ଆବଶ୍ୟକ । ଜାଣନ୍ତୁ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ…<br />

୧. RTGS ସୁବିଧାର ଲାଭ: ଟଙ୍କା ଟ୍ରାନ୍ସଫର ସହ ଜଡିତ ନିୟମରେ ଆଜିଠାରୁ ପରିବର୍ତ୍ତନ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ (RBI) ରିଅଲ ଟାଇମ ଗ୍ରୋସ ସେଟଲମେଣ୍ଟ (RTGS) ୨୪x୭x୩୬୫ ଉପଲବ୍ଧ କରିବାକୁ ଘୋଷଣା କରିଥିଲା । ଏହାର ଅର୍ଥ ହେଉଛି ବର୍ତ୍ତମାନ ଆପଣ RTGS ମାଧ୍ୟମରେ ଘଣ୍ଟା ଘଣ୍ଟା ଟଙ୍କା ଟ୍ରାନ୍ସଫର କରିପାରିବେ । ସମ୍ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ ସପ୍ତାହର ସମସ୍ତ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୬ଟା ପର୍ଯ୍ୟନ୍ତ RTGS ବ୍ୟବସ୍ଥା ଉପଲବ୍ଧ ରହିବ ।

୨. PNB ATM ରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ: PNB 2.0 (PNB, eOBC, eUNI) ୧ ଡିସେମ୍ବରରୁ ୱାନ ଟାଇମ୍ ପାସୱାର୍ଡ (OTP) ଆଧାରିତ ନଗଦ ଉଠାଣ ସୁବିଧା କାର୍ଯ୍ୟକାରୀ କରିବାକୁ ଯାଉଛି । ୧ ଡିସେମ୍ବରରୁ ରାତି ୮ଟାରୁ ନେଇ ସକାଳ ୮ଟା ମଧ୍ୟରେ PNB 2.0 ATM ରୁ ଏକ ସମୟରେ ୧୦,୦୦୦ ରୁ ଅଧିକ ଟଙ୍କା ନଗଦ ଟଙ୍କା ଉଠାଇବା ବର୍ତ୍ତମାନ OTP ଆଧାରିତ ହେବ । ଅର୍ଥାତ୍ PNB ଗ୍ରାହକଙ୍କୁ ରାତି ସମୟରେ ୧୦,୦୦୦ ରୁ ଅଧିକ ଟଙ୍କା ଉଠାଇବାକୁ OTP ଆବଶ୍ୟକ ହେବ । ତେଣୁ ଗ୍ରାହକମାନେ ନିଜର ମୋବାଇଲ୍ ସାଥିରେ ନେଇ ଯିବା ଆବଶ୍ୟକ ।<br />

୩. ବୀମା ପ୍ରିମିୟମରେ କରିପାରିବେ ପରିବର୍ତ୍ତନ: ବର୍ତ୍ତମାନ ୫ ବର୍ଷ ପରେ ବୀମାଭୁକ୍ତ ବ୍ୟକ୍ତି ପ୍ରିମିୟମ୍ ପରିମାଣକୁ ୫୦ ପ୍ରତିଶତ ହ୍ରାସ କରିପାରିବେ । ଅର୍ଥାତ୍ ସେ ଅଧା କିସ୍ତି ସହିତ ମଧ୍ୟ ପଲିସି ଜାରି ରଖିବାକୁ ସକ୍ଷମ ହେବେ ।<br />

୪. ୧ ଡିସେମ୍ବରରୁ ଅନେକ ନୂତନ ଟ୍ରେନ୍ ଚଳାଚଳ କରିବ: ଭାରତୀୟ ରେଳ ୧ ଡିସେମ୍ବର ରୁ ଅନେକ ନୂତନ ଟ୍ରେନ୍ ଚଳାଇବାକୁ ଯାଉଛି । କରୋନା ସଙ୍କଟ ପରଠାରୁ ରେଳବାଇ କ୍ରମାଗତ ଭାବରେ ଅନେକ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି । ବର୍ତ୍ତମାନ ୧ ଡିସେମ୍ବରରୁ କିଛି ଟ୍ରେନ୍ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଏଥିରେ ଉଭୟ ଜେଲମ୍ ଏକ୍ସପ୍ରେସ୍ ଓ ପଞ୍ଜାବ ମେଲ୍ ସାମିଲ ଅଛି । ଉଭୟ ଟ୍ରେନ୍ ସାଧାରଣ ବର୍ଗ ଅଧୀନରେ ଚାଲିଛି । ୦୧୦୭୭/୭୮ ପୁଣେ-ଜମ୍ମୁ ତାୱି ପୁଣେ ଜେଲମ୍ ସ୍ପେଶାଲ୍ ଓ ୦୨୧୩୭/୩୮ ମୁମ୍ବାଇ ଫେରୋଜେପୁର ପଞ୍ଜାବ ମେଲ୍ ସ୍ପେଶାଲ୍ ପ୍ରତିଦିନ ଚାଲିବ ।<br />