ହେମା ମାଲିନି ଠାରୁ ଜୁହି ଚାୱଲା ପର୍ଯ୍ୟନ୍ତ: ପୂର୍ବରୁ ବିବାହିତ ପୁରୁଷଙ୍କ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ
କୁହାଯାଏ ଯେ ପ୍ରେମ କୌଣସି ପ୍ରକାରର ବନ୍ଧନ ମାନେ ନାହିଁ । ବଲିଉଡରେ ମଧ୍ୟ ଆମେ ଏହା ବହୁତ ଦେଖିଛୁ । ବଲିଉଡର ଏପରି ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବିବାହିତ ପୁରୁଷଙ୍କ ପ୍ରେମ ପଡିଯାଇଥିଲେ ଓ ତା’ପରେ ସେମାନଙ୍କ ସହ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲେ । ଏହି ତାଲିକାରେ ହେମା ମାଲିନି ଠାରୁ କରୀନା କପୁରଙ୍କ ପର୍ଯ୍ୟନ୍ତ ନାମ ରହିଛି ।

ମୁମ୍ବାଇ: ଅନେକ ଥର ଲୋକମାନେ ବିବାହିତ ଲୋକଙ୍କୁ ଭଲ ପାଆନ୍ତି ଓ ଏହି ପ୍ରକ୍ରିୟା ବିବାହ ବନ୍ଧନରେ ପହଞ୍ଚେ । ଏହା କେବଳ ସାଧାରଣ ଲୋକଙ୍କ ଜୀବନରେ ନୁହେଁ । ଅନେକ ବଲିଉଡ ସେଲିବ୍ରେଟ ମଧ୍ୟ ଏହା କରିଛନ୍ତି । ବଲିଉଡରେ ଏପରି ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପୂର୍ବ ବିବାହିତ ହୋଇଥିବା ପୁରୁଷମାନଙ୍କୁ ଭଲପାଇଁ ବସିଥିଲେ ଓ ପରେ ସେମାନେ ସେମାନଙ୍କ ସହିତ ବିବାହର ବନ୍ଧନରେ ବାନ୍ଧି ହୋଇଥିଲେ । ଜାଣନ୍ତୁ ସେହି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ବିବାହିତ ପୁରୁଷମାନଙ୍କୁ ନିଜ ଜୀବନ ସାଥୀ କରିଥିଲେ । (ଫଟୋ ସୌଜନ୍ୟ: ନ୍ୟୁଜ 18)

ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ପ୍ରେମ କାହାଣୀ ପ୍ରାୟ ସମସ୍ତେ ଜାଣନ୍ତି । ଫିଲ୍ମର ସୁଟିଂ ସମୟରେ ସେମାନେ ପରସ୍ପରକୁ ଭଲ ପାଉଥିଲେ । ଧର୍ମେନ୍ଦ୍ର ବିବାହିତ ବୋଲି ଜାଣି ମଧ୍ୟ ହେମା ମାଳିନୀ ଅଟକି ନଥିଲେ ଓ ପରେ ଦୁହେଁ ବିବାହ କରିଥିଲେ । ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ନାମ ପ୍ରକାଶ କୌର । (ଫଟୋ ସୌଜନ୍ୟ: ନ୍ୟୁଜ 18)

ବୋନି କପୁର ଶ୍ରୀଦେବୀଙ୍କୁ ଭଲ ପାଉଥିଲେ । ପରେ ଶ୍ରୀଦେବୀ ମଧ୍ୟ ତାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ । ସେମାନେ ୧୯୯୬ ରେ ବିବାହ କରିଥିଲେ । ଏହି ସମ୍ପର୍କରୁ ସେମାନଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ବଡ଼ ଝିଅ ଜାହ୍ନବୀ କପୁର ଫିଲ୍ମରେ କାମ କରୁଛନ୍ତି । ବୋନି ଶ୍ରୀଦେବୀଙ୍କ ପୂର୍ବରୁ ମୋନା କପୁରଙ୍କୁ ବିବାହ କରିଥିଲେ । (ଫଟୋ ସୌଜନ୍ୟ: ନ୍ୟୁଜ 18)

ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ୍ ଅଖତର (Javed Akhtar) ନିଜ ପ୍ରଥମ ପତ୍ନୀ ହନି ଇରାନୀଙ୍କଠାରୁ ଛାଡପତ୍ର ପରେ ଜଣାଶୁଣା ଅଭିନେତ୍ରୀ ଶବାନା ଆଜମୀଙ୍କୁ ବିବାହ କରିଥିଲେ । ସେମାନେ ପରସ୍ପର ସହିତ ଏକ ସୁନ୍ଦର ସମୟ ଅତିବାହିତ କରୁଛନ୍ତି । (ଫଟୋ ସୌଜନ୍ୟ: ନ୍ୟୁଜ 18)

ଶିଳ୍ପା ଶେଟ୍ଟୀଙ୍କ ନାମ ଅନେକ କଳାକାରଙ୍କ ସହ ଜଡିତ ଥିଲା କିନ୍ତୁ ସେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ । ସେ ୨୦୦୯ ରେ ବିବାହ କରିଥିଲେ । ରାଜ ଶିଳ୍ପାଙ୍କ ପୂର୍ବରୁ କବିତା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ସେ ଶିଳ୍ପାଙ୍କୁ ବିବାହ କରିବା ପାଇଁ କବିତାଙ୍କୁ ଛାଡପତ୍ର ଦେଇଥିଲେ । (ଫଟୋ ସୌଜନ୍ୟ: ନ୍ୟୁଜ 18)

ରବୀନା ଟଣ୍ଡନ୍ ୨୦୦୩ ରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନିଲ ଥାଡାନୀଙ୍କୁ ବିବାହ କରିଥିଲେ । ରବୀନାଙ୍କୁ ବିବାହ କରିବା ପୂର୍ବରୁ ଅନିଲ ନିଜର ପ୍ରଥମ ପତ୍ନୀ ନତାଶା ସିପିଙ୍କୁ ଛାଡପତ୍ର ଦେଇଥିଲେ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ / Instagram/officialraveenatandon)

ସୈଫ ଅଲି ଖାନଙ୍କର ଦ୍ୱିତୀୟ ପତ୍ନୀ ହେଉଛନ୍ତି କରୀନା କପୁର । କରୀନାଙ୍କର ଏକ ପୁଅ ତୈମୁର ଅଲି ଖାନ ଅଛନ୍ତି ଓ ବର୍ତ୍ତମାନ ସେ ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି । (ଫଟୋ ସୌଜନ୍ୟ: ନ୍ୟୁଜ 18)

ଅନେକ ଲୋକ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଣୀ ମୁଖାର୍ଜୀ (Rani Mukerji) ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ (Aditya Chopra) ଦ୍ୱିତୀୟ ପତ୍ନୀ । ଆଦିତ୍ୟ ପ୍ରଥମେ ପାୟଲ ଖାନ୍ନା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ବର୍ତ୍ତମାନ ଆଦିରା ନାମକ ଏକ ଝିଅ ଅଛି । (ଫଟୋ ସୌଜନ୍ୟ: Instagram/aditya.chopra1)