ବିକିନି ଜାଗାରେ କେବଳ ଫୁଲ… ଇଣ୍ଟରନେଟରେ ହଙ୍ଗାମା ମଚେଇଥିବା କେତେକ ଫଟୋ
ଫିଲ୍ମ ତାରକା ଓ ସେଲିବ୍ରିଟିମାନେ ନିଜ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କ’ଣ ନ କରନ୍ତି! ଏହାର ଏକ ଉପାୟ ହେଉଛି ଗରମାଗରମ୍ ଫଟୋସୁଟ୍ । ଏମିତି ଫଟୋସୁଟ ଯୋଗୁଁ ସେମାନେ ସୋସିଆଲ ମିଡ଼ିଆରେ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହନ୍ତି ।

ବଲିଉଡ ହେଉ ବା ହଲିଉଡ, ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତ୍ୟେକ ତାରକାଙ୍କ ଷ୍ଟାର ଭ୍ୟାଲୁ ସେମାନଙ୍କ ପ୍ରଶଂସକଙ୍କ ସଂଖ୍ୟା ଉପରେ ନିର୍ଭର କରେ । ଫିଲ୍ମ ତାରକାମାନେ ନିଜ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କ’ଣ ନ କରନ୍ତି! ଏବେ ଏମିତି କିଛି ଫଟୋ ଦେଖନ୍ତୁ ଯେଉଁଗୁଡ଼ିକ ସୋସିଆଲ ମିଡ଼ିଆରେ ଜବରଦସ୍ତ ଧମାକା ମଚେଇଥିଲେ । ଚାଲନ୍ତୁ କିମ୍ କର୍ଦାଶିଆନଙ୍କ (Kim Kardashian) ଫଟୋରୁ ଆରମ୍ଭ କରିବା । ବିକିନି ପିନ୍ଧିବା କରାଣରୁ ପ୍ରସିଦ୍ଧ କିମ୍ ଏହି ଫଟୋସୁଟ୍ ପାଇଁ ନିଜ ଶରୀରରେ କେବଳ ଫୁଲ ପିନ୍ଧିଥିଲେ । ତାଙ୍କର ଏହି ଫଟୋଗୁଡ଼ିକ ଅନେକ ଦିନ ଧରି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

କିମ୍ଙ୍କ କଥା କୁହାଯାଉଛି ତ ଜାଣି ରଖନ୍ତୁ ଯେ ତାଙ୍କ ଶ୍ଟାଇଲ୍ ଏମିତି ଯେ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଆସିବା ମାତ୍ରେ ଭାଇରାଲ ହୋଇଯାଏ ।

ଯଦିଓ ଅସ୍ତ୍ରୋପଚାର କରିବା ପରେ କିମ୍ ଏକ ସୁନ୍ଦର ଶରୀର ପାଇଛନ୍ତି, କିନ୍ତୁ ସେ ନିଜ ଶରୀରକୁ ଖୁବ୍ ସୁନ୍ଦର ଭାବରେ ଷ୍ଟାଇଲ୍ କରିବା ଜାଣନ୍ତି ।

ପ୍ରସିଦ୍ଧ ୟୁ-ଟ୍ୟୁବର୍ ଭୁବନ୍ ବାମ୍ (Bhuban Bam) ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ (Alia Bhatt) ଭେଟିବା ସମୟର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଆଲିଆଙ୍କୁ ତାଙ୍କ ସହ ଡେଟରେ ଯିବାକୁ କହିଥିଲେ । ଏହି ଫଟୋ ବି ଖୁବ୍ ଟ୍ରେଣ୍ଡ କରିଥିଲା ।

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ନିଜ ସୁନ୍ଦର ଶରୀରକୁ ଦେଖାଉଥିବା ସମୟର ଏହି ଫଟୋ ବି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା ।

୩୯ ବର୍ଷୀୟା ଭାରତୀୟ ଅଭିନେତ୍ରୀ କିମ୍ ଶର୍ମାଙ୍କ (Kim Sharma) ଏହି ବିକିନି ଫଟୋ ସୋସିଆଲ ମିଡ଼ିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ହଲିଉଡ ଫିଲ୍ମ ‘ମିନ୍ ଗର୍ଲ’ର ଅଭିନେତ୍ରୀ ଲିଣ୍ଡସେ ଲୋହାନ୍ (Lindsay Lohan) ନିଜର ଏକ ନଗ୍ନ ଦର୍ପଣ ସେଲଫି (nude mirror selfie) ଶେୟାର୍ କରିଥିଲେ । ଏହି ଫଟୋ ଇଣ୍ଟରନେଟରେ ଜବରଦସ୍ତ ଧମାକା ମଚାଇଥିଲା । ସେ ନିଜ ୩୩ତମ ଜନ୍ମଦିନରେ ଏହି ଫଟୋ ଶେୟାର କରିଥିଲେ ।

ଛୁଟି ବିତାଇବା ସମୟରେ ଅଭିନେତ୍ରୀ ସୁସ୍ମିତା ସେନ୍ (Sushmita Sen) ଏହି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ । ଏହି ଫଟୋରେ ସେ ବିକିନି ପିନ୍ଧି ନିଜ ଦୁପଟ୍ଟା ହଲାଇବା ସମୟରେ ପୋଜ୍ ଦେଇଥିବା ଦେଖିବାକୁ ମିଳିଥିଲା ।

ଦୁଇ ଯାଆଁଳା ଶିଶୁ ଜନ୍ମ କରିବାର ମାସକ ପରେ ପ୍ରସିଦ୍ଧ ପଶ୍ଚିମୀ ଗାୟିକା ବିୟୋନ୍ସ (Beyonce) ଏହି ଢଙ୍ଗରେ ନିଜ ଦୁଇ ପିଲାମାନଙ୍କ ସହିତ ଗର୍ଭଧାରଣ ପରର ଏକ ଫଟୋସୁଟ କରିଥିଲେ ।

ଅଭିନେତ୍ରୀ କଟ୍ରିନା କୈଫ (Katrina Kaif) ନିଜ ବିକିନି ଫଟୋକୁ ଏମିତି ଢଙ୍ଗରେ ଶେୟାର କରିଥିଲେ ଯେ ଲୋକେ ତାକୁ ଦେଖି ଚାଲିଥିଲେ ।

ଅଭିନେତ୍ରୀ ଦିଶା ପଟାନୀଙ୍କ (Disha Patani) ଏହି ବିକିନି ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ହଇଚଇ ସୃଷ୍ଟି କରିଥିଲା । ସେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ ।

ପଶ୍ଚିମର ପ୍ରସିଦ୍ଧ ଗାୟିକା ଲେଡି ଗାଗା (Lady Gaga) ତାଙ୍କର ଏହି ଫଟୋ ଦ୍ୱାରା ଫ୍ୟାନମାନଙ୍କ ହୃଦଗତି ବଢ଼ାଇ ଦେଇଥିଲେ । ଏହି ଫଟୋରେ ତାଙ୍କ ପୋଷାକ ଠାରୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ସବୁ କିଛି ଦେଖିବା ଯୋଗ୍ୟ ଥିଲା ।

ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone) ନିଜ ଜିମ୍ ଭିତରୁ ବିନା ମେକଅପରେ ଏକ ଫଟୋ ଶେୟାର କରିଥିଲେ । ଏହି ଫଟୋଟି ଇଣ୍ଟରନେଟରେ ଅନେକ ଦିନ ଧରି ଟ୍ରେଣ୍ଡ କରିଥିଲା । (Deepika Padukone without makeup)

ପଶ୍ଚିମୀ ଗାୟିକା ରିହାନ୍ନାଙ୍କ (Rihanna) ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଉତ୍ତେଜନା ସୃଷ୍ଟି କରିଥିଲା । ସାଧାରଣତଃ ରିହାନ୍ନାଙ୍କ ସେଲଫି ବି ଭାଇରାଲ ହୋଇଯାଏ ।

ଅଭିନେତ୍ରୀ ଉର୍ବଶୀ ରାଉତେଲା (Urvashi Rautela) ନିଜ ବ୍ୟାକଲେସ୍ ଫଟୋ (ଖୋଲା ପିଠିର ଫଟୋ) ଶେୟାର କରିଥିଲେ । ଏହା ସୋସିଆଲ ମିଡ଼ିଆରେ ଆଲୋଡ଼ନ ସୃଷ୍ଟି କରିଥିଲା । (Urvashi Rautela backless photo)