ବାପା ଜେଲରେ ବନ୍ଦ; ମା' ଛାଡ଼ି ଚାଲିଗଲେ, ଫୁଟାଫଥରେ କୁକୁର ସହିତ ବାଧ୍ୟ ହୋଇ ଶୋଉଛନ୍ତି ନାବାଳକ
ଯେତେବେଳେ ନିରୀହ ପିଲାଟିକୁ ରାସ୍ତାରେ ଶୋଇଥିବା ଦେଖି ପୋଲିସ ଏହାର କାରଣ ପଚାରିଥିଲା ସେତେବେଳେ ତାଙ୍କ କାହାଣୀ ସାମ୍ନାକୁ ଆସିଥିଲା । ପିଲାଟି କହିଲା ଯେ ତାଙ୍କ ପିତା ଜେଲରେ ଅଛନ୍ତି ଓ ତାଙ୍କ ମା' ତାଙ୍କୁ ଛାଡି ଚାଲିଯାଇଛନ୍ତି ।

ମୁଜାଫରନଗର: ଉତ୍ତର ପ୍ରଦେଶର ସ୍ଥିତ ମୁଜାଫରନଗର ଜିଲ୍ଲାରେ ସ୍ଥାନୀୟ ସାମ୍ବାଦିକଙ୍କ ଦ୍ୱାରା ଉଠାଯାଇଥିବା ଏକ ଫଟୋ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଜଣେ ଅସହାୟ ପିଲା ଗୋଟିଏ ଚଟାଇ ଓ ଚାଦର ସାହାଯ୍ୟରେ ଜଡ଼ ଶୀତରେ କୁକୁର ସହିତ ରାସ୍ତାରେ ଶୋଇଥିବା ଦେଖିବାକୁ ମିଳିଛି । ଫଟୋ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ମଧ୍ୟ ଏହାର କୁମ୍ବକର୍ଣ୍ଣି ନିଦରୁ ଉଠି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଓ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସ ଏହି ଅସହାୟ ଶିଶୁକୁ ଖୋଜି ବାହାର କରିଥିଲା ।

ଯେତେବେଳେ ଅସହାୟ ପିଲାଟିକୁ ରାସ୍ତାରେ ଶୋଇଥିବା ଦେଖି ପୋଲିସ ଏହାର କାରଣ ପଚାରିଥିଲା । ଶିଶୁର ନିଜର କାହାଣୀ କହି ଏତେ ଭାବପ୍ରବଣ ହୋଇଯାଇଥିଲା ଯେ ଯାହା ଶୁଣି କାହାର ବି ହୃଦୟ କାନ୍ଦି ଉଠିବ । ପ୍ରାୟ ୯ ରୁ ୧୦ ବର୍ଷ ହେବ ଦେଖାଯାଉଥିବା ଏହି ଅସହାୟ ଶିଶୁ ତାଙ୍କ ନାମ ଅଙ୍କିତ ବୋଲି କହିଛନ୍ତି । ତାଙ୍କ କହିବାନୁସାରେ ତାଙ୍କ ପିତା ଜେଲରେ ଅଛନ୍ତି ଓ ତାଙ୍କ ମାଆ ତାଙ୍କୁ ଛାଡି ଚାଲିଯାଇଛନ୍ତି ।

ଏହି ନିରୀହ ପିଲା ଏହା ବ୍ୟତୀତ ନିଜ ପରିବାର କିମ୍ବା ଘର ବିଷୟରେ କିଛି ଜାଣି ନାହିଁ । ଏହି ନିରୀହ ପିଲାଟି ଏକ ଚା ଦୋକାନରେ କାମ କରି ଟଙ୍କା ରୋଜଗାର କରୁଥିଲା ଓ ନିଜ ସାଥୀ କୁକୁରକୁ ଖାଇବାକୁ ଦେଉଥିଲା ଯାହାକୁ ସେ ସ୍ନେହପୂର୍ଣ୍ଣ ଭାବରେ ଡାନି ବୋଲି ଡାକଥାଏ ।

ଜଣାପଡିଛି ଯେ ରାତିର ଏହି ଜଡ଼ ଶୀତରେ ସେ ମୁଜାଫରନଗରର ଶିବ ଚକ୍ ବଜାରରେ ଥିବା କୌଣସି ଦୋକାନ ଆଗରେ ତାର ବନ୍ଧୁ କୁକୁର ସହିତ ଶୋଇଯାଏ । କୁକୁରଟି ରାତିସାରା ଏହାର ମାଲିକର ଯତ୍ନ ନେଇଥାଏ ।

କିଛି ଦିନ ପୂର୍ବରୁ ନିଆଯାଇଥିବା ପିଲାଟିର ଏହି ଫଟୋ ଭାଇରାଲ ହେବା ପରେ ଜିଲ୍ଲାର ଏସଏସପି ଅଭିଷେକ ଯାଦବ ଶିଶୁଟିକୁ ଖୋଜିବା ପାଇଁ ପୋଲିସ ଟିମ୍ ଗଠନ କରିବା ପରେ ଶିଶୁଟିକୁ ସହରରୁ ପୋଲିସ ଉଦ୍ଧାର କରିଥିଲା । ବର୍ତ୍ତମାନ ଶିଶୁ ଶିଶୁ ଓ ମହିଳା କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ଅଛନ୍ତି । ଯେଉଁଠାରେ ତାଙ୍କ ରହିବା ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ଭଲ ଶିକ୍ଷା ପାଇଁ ବ୍ୟବସ୍ଥା କରିଛି ।