୫୧ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏତେ ସୁନ୍ଦର; ଫ୍ୟାନମାନଙ୍କ ହୃହୟରେ ରହିଛନ୍ତି
ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ଜେନିଫର୍ ଲୋପେଜ୍ ତାଙ୍କର ଗୋଟିଏ ଗୀତର କଭର ଆର୍ଟରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଫଟୋ ଉଠାଇଥିଲେ । ଏହାର ଉଦ୍ଦେଶ୍ୟ ତାଙ୍କ ଗୀତର ପ୍ରମୋସନ୍ ଥିଲା, କିନ୍ତୁ ପ୍ରଶଂସକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କର ଚିତ୍ତାକର୍ଷକ ଅଙ୍ଗ ସୌଷ୍ଠବ ।

ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ଜେନିଫର ଲୋପେଜ୍ (Jennifer Lopez) ୫୧ ବର୍ଷ ବୟସରେ ବି ନିଜ ଶାରୀରିକ ସୌନ୍ଦର୍ଯ୍ୟ ଯୋଗୁଁ ପ୍ରଶଂସକମାନଙ୍କର ପ୍ରିୟ ହୋଇ ରହିଛନ୍ତି ।

ଜେନିଫର ଲୋପେଜ୍, ଯାହାଙ୍କୁ ତାଙ୍କ ପ୍ରଶଂସକମାନେ ଜେ. ଲୋ, ବୋଲି ଡାକନ୍ତି, ସେ ନିକଟରେ ନିଜ ସିଙ୍ଗଲ୍ ଗୀତର କଭର ଆର୍ଟ ଶେୟାର କରିଥିଲେ, ଯେଉଁଥିରେ ତାଙ୍କୁ ଉଲଗ୍ନ ରୂପରେ ଦେଖାଯାଇଥିଲା ।

ସେହି ଫଟୋରେ ଜେନିଫର୍ ଲୋପେଜ୍ (Jennifer Lopez) ଗୋଟିଏ ପୋଜ୍ ଦେବା ପାଇଁ ନଇଁ ପଡ଼ିଛନ୍ତି ଓ ଆଣ୍ଠୁ ଉପରେ ଗୋଟିଏ ହାତ ରଖିଛନ୍ତି । ଫଟୋରେ ଗାୟିକା ଜେନିଫର୍ (Jennifer Lopez) କେବଳ ତାଙ୍କ ମଙ୍ଗେତର୍ ଆଲେକ୍ସ ରୋଡ୍ରିଗେଜ୍ ତାଙ୍କୁ ଦେଇଥିବା ଏନଗେଜମେଣ୍ଟ୍ ରିଙ୍ଗ୍ (ନିର୍ବନ୍ଧ ମୁଦି) ପିନ୍ଧିଛନ୍ତି ।

ସେହି ସିଙ୍ଗଲ୍ ଏମିତି ଗୀତର କଭର ଆର୍ଟର ଉଦ୍ଦେଶ୍ୟ ହୁଏତ ତାଙ୍କ ସଙ୍ଗୀତକୁ ପ୍ରୋତ୍ସାହିତ କରିବା, କିନ୍ତୁ ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାହା ହେଉଛି ତାଙ୍କର ଚିତ୍ତାକର୍ଷକ ମାଂସପେଶୀ ଥିବା ଅଙ୍ଗ ସୌଷ୍ଠବ । (Jennifer Lopez muscular beauty) ।

ଜେନିଫର୍ ଲୋପେଜଙ୍କ ସେହି ଗୀତଟି ହେଉଛି ‘ଇନ୍ ଦ ମର୍ଣ୍ଣିଂ’ (In the Morning) । (ସବୁ ଫଟୋ: ଇନଷ୍ଟାଗ୍ରାମ୍)

ସେହି ଫଟୋଟି ଦେଖିବା ପରେ ତାଙ୍କ ଫ୍ୟାନମାନେ ମନ୍ତବ୍ୟରେ ନିଆଁ ଇମୋଜି ଅନେକ ଥର ଦେଇଥିଲେ ଓ ଜେ.ଲୋ.ଙ୍କୁ ଅନେକ ଫ୍ୟାନ୍ ‘‘ଦେବୀ’’ ଏବଂ ‘‘ରାଣୀ’’ ବୋଲି କହିଥିଲେ ।

ଜେନିଫର୍ ଲୋପେଜ୍ (Jennifer Lopez) ନଭେମ୍ବର ୨୦୨୦ରେ ଏକ ଶକ୍ତିଶାଳୀ ଭାଷଣ ଦେଇଥିଲେ! ଏହି ଭାଷଣ ଏକ ଉତ୍ସବରେ ହୋଇଥିଲା ଯେଉଁଠି ତାଙ୍କୁ ‘୨୦୨୦ର ପିପୁଲ୍ସ ଆଇକନ୍’ ଭାବରେ ନାମିତ କରାଯାଇଥିଲା ।