Drugs Case: ଭାରତ ସିଂ ଓ ହର୍ଷ ଲିମ୍ବାଚିୟାଙ୍କୁ ବଡ଼ ଝଟକା; କୋର୍ଟ ୪ଡିସେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଲେ
ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ ଜଣେ ଡ୍ରଗ୍ସ ବେପାରୀଙ୍କ ତଥ୍ୟକୁ ଅଧାରାକରି ହାସ୍ୟ ଅଭିନେତା ଭାରତୀ ସିଂଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା । ଯେଉଁଠାରୁ ଏନସିବି ଟିମ୍ ଯାଞ୍ଚ ବେଳେ ସମୁଦାୟ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହା ପରେ ଏଜେନ୍ସି ଭାରତ ସିଂ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ କରିଥିଲା ।

ମୁମ୍ବାଇ: ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ (Narcotics Control Bureau) ଗିରଫ କରାଯିବା ପରେ ହାସ୍ୟ ଅଭିନେତା ଭାରତୀ ସିଂ (Bharti Singh) ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ (Haarsh Limbachiyaa) ଆଜି (୨୨ ନଭେମ୍ବର) କିଲା କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ କୋର୍ଟ ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କୁ ୧୪ ଦିନ ଅର୍ଥାତ୍ ୪ ଡିସେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ବଲିଉଡ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ଉଭୟଙ୍କ ରିମାଣ୍ଡରେ ନେଇଥିଲା । ତେବେ ଉଭୟ ବେଲ ପାଇଁ ଆବେଦନ କରିଛନ୍ତି ଯାହା ଆସନ୍ତାକାଲି ଅର୍ଥାତ ସୋମବାର ଶୁଣାଣି ହେବ । (ଫଟୋ କ୍ରେଡିଟ୍: ଭାଇରାଲ୍ ଭାୟାନି)

ଏନସିବି ହାସ୍ୟ ଅଭିନେତା ଭାରତୀ ସିଂଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ରବିବାର ଗିରଫ କରିନେଇଥିଲା । ଫଟୋ କ୍ରେଡିଟ୍: ଭାଇରାଲ୍ ଭାୟାନି)

ଅଧିକାରୀ କହିଛନ୍ତି ଯେ ଭାରତୀ ସିଂଙ୍କୁ ଉପାନ୍ତ ଅଞ୍ଚଳର ଆନ୍ଧେରୀସ୍ଥିତ ତାଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଶନିବାର ଗିରଫ କରାଯାଇଛି । (ଫଟୋ କ୍ରେଡିଟ୍: ଭାଇରାଲ୍ ଭାୟାନି)

ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ସିଂ ଓ ତାଙ୍କ ସ୍ୱାମୀ ଗଞ୍ଜେଇ ଖାଉଥିବା ଅଭିଯୋଗ ହୋଇଛି । (ଫଟୋ କ୍ରେଡିଟ୍: ଭାଇରାଲ୍ ଭାୟାନି)

ସେ କହିଛନ୍ତି ଯେ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣଙ୍କ ସହିତ ଦମ୍ପତିଙ୍କୁ ଡାକ୍ତରୀ ପରୀକ୍ଷା ପରେ ଏଠାରେ କୋର୍ଟରେ ହାଜର କରାଯିବ । ସେ କହିଛନ୍ତି ଯେ ନାର୍କୋଟିକ୍ସ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । (ଫଟୋ କ୍ରେଡିଟ୍: ଭାଇରାଲ୍ ଭାୟାନି)