ଅନେକ ଲୋକ ପ୍ରାୟତଃ ଉତ୍ସବ, ଖୁସି କିମ୍ବା ଭଲ ଦିନରେ ମିଠା ଖାଇବାକୁ ବେଶ୍ ପସନ୍ଦ କରନ୍ତି। ଏହି କ୍ଷେତ୍ରରେ, ମିଠା ଖାଇ ସ୍ୱାଭାବିକ କଥା ମଧ୍ୟ। ଖୁସି ଅବସରରେ ଲୋକ ପ୍ରାୟତଃ ରସଗୋଲା ଖାଆନ୍ତି, ଯାହାକୁ ମିଠାର ରାଜା କୁହାଯାଏ। ରସଗୋଲାର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ପାଟି ଲାଳ ଆସିଯାଏ। ଏହି ମିଠା ତିଆରି କରିବା କଷ୍ଟସାଧ୍ୟ ନୁହେଁ ଏବଂ ଆପଣ ଏହି ମିଠାକୁ ସହଜରେ ଦୋକାନରୁ ମଧ୍ୟ ପାଇପାରିବେ । ହେଲେ ଆପଣ ଜାଣନ୍ତି କି ରସଗୋଲାଙ୍କୁ ଇଂରାଜୀରେ କ’ଣ କୁହାଯାଏ? ଆଜି ଆମେ ଆପଣଙ୍କୁ ଏହାର ଉତ୍ତର ଦେବାକୁ ଯାଉଛୁ। ପଶ୍ଚିମ ବଙ୍ଗ ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିଲା ରସଗୋଲା ଯୁଦ୍ଧ। ପରିଶେଷରେ ଓଡ଼ିଶା ରସଗୋଲାକୁ ମିଳିସାରିଛି ଜିଆଇ ଟ୍ୟାଗ୍ ବା ଜୋଗ୍ରାଫିକାଲ୍ ଇଣ୍ଡିକେସନ୍ସ ଟ୍ୟାଗ୍ ମାନ୍ୟତା। ଏହି ମିଠା ଆଜି ସାରା ଦେଶରେ ପ୍ରସିଦ୍ଧ। ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି। ରସଗୋଲା ହେଉଛି ଭାରତୀୟ ମିଠାର ରାଜା। ଆପଣ ନିଶ୍ଚିତ ଭାବରେ ଏହାର ସ୍ବାଦ ଚାଖିଥିବେ। ଆପଣ କେବେ ଭାବିଛନ୍ତି କି ଇଂରାଜୀରେ ରସଗୋଲାକୁ କ’ଣ କୁହାଯାଏ। ୯୯% ଲୋକ ଜାଣନ୍ତି ନାହିଁ? ଆପଣ କେତେ ଇଂରାଜୀ ଶବ୍ଦ ଜାଣି ନାହାଁନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରସଗୋଲା ଇଂରାଜୀରେ 'Syrup filled roll' ଭାବରେ ଜଣାଶୁଣା। ୯୯% ଲୋକ ଏହି ନାମ ଜାଣନ୍ତି ନାହିଁ କାରଣ ଆଜି ମଧ୍ୟ ଲୋକମାନେ ଏହାର ହିନ୍ଦୀ ନାମରେ ଖୋଜନ୍ତି ଓ ଅଧିକାଂଶ ଲୋକ ଏହାକୁ ସମାନ ନାମରେ ଜାଣିଥାନ୍ତି କାରଣ ମିଠା ଦୋକାନଠାରୁ ଆରମ୍ଭ କରି ସବୁ ସ୍ଥାନକୁ ଏହି ମିଠାକୁ ରସଗୋଲା କୁହାଯାଏ।