‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’କୁ ୨୫ ପୂରିଲା; ଯାଦୁ ସେମିତି!
ପଞ୍ଜାବର ସୋରିଷ କ୍ଷେତରେ ଓ ସ୍ୱିଜରଲ୍ୟାଣ୍ଡର ଘାସଭରା ପଡ଼ିଆରେ ଏକ ଜବରଦସ୍ତ ପ୍ରେମ କାହାଣୀକୁ ଦେଖାଇଥିବା ଫିଲ୍ମ 'ଦିଲୱାଲେ ଦୁହ୍ଲନିଆ ଲେ ଜାୟେଙ୍ଗେ'ରେ ଶାହରୁଖ ଖାନ ଓ କାଜୋଲଙ୍କ ଯୋଡ଼ିର ଯାଦୁ ଆଜି ବି ଦର୍ଶକଙ୍କୁ ମତୁଆଲା କରେ ।

ମୁମ୍ବାଇ: ଭାରତର ସବୁ ଠାରୁ ସଫଳ ଚଳଚ୍ଚିତ୍ରଙ୍କ ମଧ୍ୟରେ ଅନ୍ୟତମ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଶାହରୁଖ ଖାନ ଓ କାଜୋଲ୍ । ସେ ଦୁହିଁଙ୍କ ଭିତରେ ଫିଲ୍ମର ପରଦାରେ ଦେଖାଯାଇଥିବା ପ୍ରେମ ଆଜି ବି ଆପଣଙ୍କୁ ଯେତିକି ହସାଇବ ସେତିକି କନ୍ଦାଇବ । ଶାହରୁଖ ଖାନ୍ ଓ କାଜୋଲଙ୍କ ଯୋଡ଼ିର ଯାଦୁ ଦର୍ଶକଙ୍କ ଉପରେ ତୀବ୍ର ପ୍ରଭାବ ପକାଇଥିଲା ।

ଏହି ଫିଲ୍ମର ଅନେକ ମନଲୋଭା ଗୀତ ପଞ୍ଜାବର ସୋରିଷ କ୍ଷେତରେ ଓ ସ୍ୱିଜରଲ୍ୟାଣ୍ଡର ସବୁଜ ଘାସର ପଡ଼ିଆରେ ସୁଟିଂ କରାଯାଇଥିଲା । ପ୍ରେମ କାହାଣୀକୁ ଦର୍ଶାଉଥିବା ଫିଲ୍ମ 'ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ' ୨୫ ବର୍ଷ ପୂର୍ବେ ରିଲିଜ୍ ହୋଇଥିଲା ଓ ଭାରତୀୟ ସିନେମା ଇତିହାସରେ ଏକ ଚମତ୍କାର ଫିଲ୍ମ ପ୍ରମାଣିତ ହୋଇଥିଲା ।

ଏହା ଭିତରେ ସମୟ ବିତିଛି, ହେଲେ ଏହି ଫିଲ୍ମର ଯାଦୁ କମିନାହିଁ । ଏବେ ବି ଅନେକ ଦର୍ଶକ ଏହି ଫିଲ୍ମକୁ ଆଗ୍ରହରେ ଦେଖୁଛନ୍ତି । ଏହି ଫିଲ୍ମର ପ୍ରେମ କାହାଣୀ ଏବେ ବି ସତେଜ ରହିଛି । ତଥାପି କେତେକ ବିଶ୍ୱାସ କରନ୍ତି ଯେ ଏହା ସମସାମୟିକ ସାମାଜିକ ବାସ୍ତବତା ସହିତ ମେଳ ଖାଉ ନାହିଁ ।

ରାଜ୍ ଓ ସିମରନଙ୍କ ରୋମାନ୍ସର କାହାଣୀ କହୁଥିବା ଏହି ଫିଲ୍ମ ଅକ୍ଟୋବର ୨୦, ୧୯୯୫ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମଟି ବିଦେଶରେ ରହୁଥିବା ଭାରତୀୟମାନଙ୍କର ଭାରତୀୟତା ପ୍ରସଙ୍ଗ ଉପରେ ବି ଆଲୋକପାତ କରିଛି ।

ଏହି ଫିଲ୍ମଟି ମୁମ୍ବାଇର ମରାଠା ମନ୍ଦିର ସିନେମା ହଲରେ ଗତ ୨୫ ବର୍ଷ ଧରି ଲଗାତର ଚାଲିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ-୧୯ ପାଇଁ ଲକଡାଉନ୍ ଲାଗୁ ହେବା ପର୍ଯ୍ୟନ୍ତ ଦର୍ଶକମାନେ ଏହାକୁ ଦେଖିବା ପାଇଁ ଆସୁଥିଲେ । ବରିଷ୍ଠ ଚଳଚ୍ଚିତ୍ର ସମାଲୋଚକ ଶୈବାଳ ଚାଟାର୍ଜୀଙ୍କ ଅନୁଯାୟୀ ଏହି ଫିଲ୍ମଟି ତାଜା ଦେଖାଯାଉଛି, କିନ୍ତୁ ଏଥିରେ ନୂଆ ଚମକ ସହିତ ଜୀବନଯାପନର ପୁରୁଣା ପଦ୍ଧତି ସାମିଲ୍ ହୋଇଥିଲା ।

ଏହି ଫିଲ୍ମଟି ପ୍ରସିଦ୍ଧ ଫିଲ୍ମ ନିର୍ମାତା ୟଶ୍ ଚୋପ୍ରାଙ୍କ ପୁଅ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ଥିଲା । ଏଥିରେ ଅମ୍ରିଶ ପୁରୀ, ଫରିଦା ଜଲାଲ୍ ଓ ଅନୁପମ ଖେର୍ ଚରିତ୍ର ଭୂମିକାରେ ଅଭିନୟ କରିଥିଲେ । ଭାରତ ଉଦାରୀକରଣକୁ ଗ୍ରହଣ କରିବା ଆରମ୍ଭ କରିଦେଇଥିବା ସମୟରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା ।

ଚଳଚ୍ଚିତ୍ର ସମାଲୋଚକ ଶୈବାଳ ଚାଟାର୍ଜୀ କହିଛନ୍ତି ଯେ ଏହି ଫିଲ୍ମ NRIମାନଙ୍କ ପାଇଁ ଡିଜାଇନର୍ ଫିଲ୍ମର ଯୁଗ ଆରମ୍ଭକୁ କରିଥିଲା । ଚଳଚ୍ଚିତ୍ରର କାହାଣୀ ଏକ NRI (ପ୍ରବାସୀ ଭାରତୀୟ) ଦମ୍ପତିଙ୍କ ଉପରେ ଆଧାରିତ, ଯେଉଁମାନେ ନିଜ ସର୍ତ୍ତରେ ଜୀବନଯାପନ କରୁଛନ୍ତି ହେଲେ ହୃଦୟରେ ସେମାନେ ସଂପୂର୍ଣ୍ଣ ଭାରତୀୟ ।

ଚାଟାର୍ଜୀଙ୍କ ଅନୁଯାୟୀ ହିନ୍ଦୀ ସିନେମା ଉପରେ ନିଜ ପ୍ରଭାବ ଦେଖାଇଥିବା ଫିଲ୍ମଙ୍କ ମଧ୍ୟରେ ୧୯୭୫ ମସିହାରେ ରିଲିଜ୍ ହୋଇଥିବା 'ଶୋଲେ' ପରେ 'DDLJ' ହେଉଛି ଦ୍ୱିତୀୟ ଚଳଚ୍ଚିତ୍ର । ଗତ ଦୁଇ ଦଶନ୍ଧି ମଧ୍ୟରେ ଦର୍ଶକଙ୍କ ଏକ ପୁରା ପିଢ଼ି ବୟସରେ ଆଗକୁ ବଢ଼ିଯାଇଛି, କିନ୍ତୁ କେତେକଙ୍କ ପାଇଁ ଏହି ଫିଲ୍ମର ପ୍ରାସଙ୍ଗିକତା ପ୍ରଥମ ଥର ପାଇଁ ସେମାନଙ୍କ ଫିଲ୍ମ ଦେଖିବାର ଅଭିଜ୍ଞତା ସହିତ ଜଡ଼ିତ ।

ମଥୁରାର ବାସିନ୍ଦା ପୂର୍ବତନ ବିଦ୍ୟାଳୟ ପ୍ରଧାନଶିକ୍ଷକ ୮୪ ବର୍ଷୀୟା ପ୍ରେମା ମହର୍ଷି ଯେତେବେଳେ ଏହି ଫିଲ୍ମକୁ ମନେପକାନ୍ତି ତାଙ୍କୁ ଏହାର ସବୁ ଠାରୁ ଲୋକପ୍ରିୟ ସଂଳାପ ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ’’ ପ୍ରଥମେ ମନେପଡ଼ । ସେ ହାଲୁକା ଭାବରେ କହିଛନ୍ତି, ‘‘ଗୋଟିଏ କଥା ମୋତେ ଏବେ ବି ଆଶ୍ଚର୍ଯ୍ୟ କରକେ ଯେ ଶାହରୁଖ ଟ୍ରେନ୍ ଅଟକାଇବା ପାଇଁ ଚେନ୍ କାହିଁକି ଟାଣି ନ ଥିଲେ? ଯଦି ଟ୍ରେନ୍ କାଜୋଲଙ୍କୁ ନ ନେଇ ଷ୍ଟେସନରୁ ଚାଲିଯାଇଥା’ନ୍ତା ତେବେ କ’ଣ ହୋଇଥା’ନ୍ତା? କାଜୋଲଙ୍କୁ କେତେ ଦୌଡ଼ିବାକୁ ପଡ଼ିଥାନ୍ତା!’’

ସରକାରୀ ଅଧିକାରୀ ରୋହିତ ସାଗରଙ୍କ ଅନୁଯାୟୀ ଏହି ଫିଲ୍ମ ବାସ୍ତବ ଜୀବନ ଓ କଳ୍ପନାର ଏକ ନିଆରା ମିଶ୍ରଣ । କୋଲକାତାର ବାସିନ୍ଦା ସାଗର କହିଛନ୍ତି ଯେ ସେ DDLJକୁ ୧୯୯୫ରେ ୨୦ ବର୍ଷ ପୁରୁଣା ଓ ଆଜି ୪୫ ବର୍ଷ ପୁରୁଣା ବୋଲି ଭାବନ୍ତି । ସେ କହିଛନ୍ତି, ‘‘ନୂଆ ପିଢ଼ି ଏହି ଫିଲ୍ମକୁ ଟିକେ ପୁରୁଣା ମାନସିକତାର ବୋଲି ଭାବିପାରନ୍ତି, ଯଦିଓ ଏଥିରେ ଥିବା କେତେକ କଥା ଆଜିର ସମୟରେ ବି ପ୍ରାସଙ୍ଗିକ ।’’ (ସବୁ ଫଟୋ: ନ୍ୟୁଜ୍୧୮ ନେଟୱାର୍କ)