: ଋଷଭ ପନ୍ତଙ୍କ କାରଣରୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ ଲାଇମଲାଇଟରେ ଅଛନ୍ତି। ଉର୍ବଶୀ ଗୁରୁବାର ଇନଷ୍ଟା ଷ୍ଟୋରୀରେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲର ଏକ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟ ସେୟାର କରିବା ପରେ ଲୋକମାନେ ଅନୁମାନ କରୁଛନ୍ତି ଯେ ଉର୍ବଶୀ ରୌତେଲା ଡାକ୍ତରଖାନାରେ କ୍ରିକେଟର ଋଷଭ ପନ୍ତଙ୍କୁ ଭେଟିବାକୁ ଯାଇଥିଲେ।
ବର୍ତ୍ତମାନ ଉର୍ବଶୀ ପ୍ରକୃତରେ ଋଷଭ ପନ୍ତଙ୍କୁ ଭେଟିଛନ୍ତି କି ନାହିଁ, ତାହା ନିଶ୍ଚିତ ହୋଇନାହିଁ। କିନ୍ତୁ ଯେଉଁ ଡାକ୍ତରଖାନାରେ ପନ୍ତଙ୍କୁ ଭର୍ତ୍ତି କରାଯାଇଛି, ହଠାତ୍ ସେହି ହସ୍ପିଟାଲର ଫଟୋ ଇନଷ୍ଟା ଷ୍ଟୋରୀରେ ସେୟାର କରିବା ଲୋକଙ୍କ ଦ୍ଵନ୍ଦ ବଢ଼ିଛି। ଉପଭୋକ୍ତାମାନେ ନିଶ୍ଚିତ ଯେ ଉର୍ବଶୀ ହସ୍ପିଟାଲରେ କ୍ରିକେଟରଙ୍କୁ ଭେଟିଛନ୍ତି। ଥରେ ଋଷଭ ପନ୍ତ ଓ ଉର୍ବଶୀ ରୌତେଲାଙ୍କ ସମ୍ପର୍କ ଥିବା ଖବର ଆସିଥିଲା। କିନ୍ତୁ ଉଭୟ ଏହି ସମ୍ପର୍କକୁ କଦାପି ଗ୍ରହଣ କରିନଥିଲେ। ଅପରପକ୍ଷେ, ଉଭୟଙ୍କ ଶୀତଳ ଯୁଦ୍ଧ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲା।
ଏମିତି ରେ ବି ଉର୍ବଶୀ ରୌତେଲା ଯେଉଁଆଡେ ଯାଆନ୍ତି, ସେ ଯାହା ବି ପୋଷ୍ଟ କରନ୍ତି, ଉପଭୋକ୍ତାମାନେ ଋ ଷଭପନ୍ତଙ୍କ ନାମରେ ଅଭିନେତ୍ରୀଙ୍କୁ ଟ୍ରୋଲ କରନ୍ତି। ଉର୍ବଶୀଙ୍କ ଅନେକ ପୋଷ୍ଟରୁ ଏହା ଜଣାପଡୁଛି ଯେ ସେ ନିଜେ ଟ୍ରୋଲକୁ ଆମନ୍ତ୍ରଣ କରୁଛନ୍ତି। ଯେପରି ବର୍ତ୍ତମାନ ଡାକ୍ତରଖାନାର ଫଟୋ ସେୟାର କରିବାର ଅର୍ଥ କ’ଣ? ସେହି ଡାକ୍ତରଖାନାରେ ଯେଉଁଠାରେ କ୍ରିକେଟର ପନ୍ତଙ୍କୁ ଭର୍ତ୍ତି କରାଯାଇଛି। ଉପଭୋକ୍ତାମାନେ ଏହାକୁ ଶସ୍ତା ପ୍ରଚାର ବୋଲି କହୁଛନ୍ତି।