ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
କ୍ରିକେଟର୍ ୟୁଜବେନ୍ଦ୍ର ଚହଲ ଧନଶ୍ରୀ ବର୍ମାଙ୍କୁ ନିଜ ଜୀବନ ସାଥୀ କଲେ, ଦେଖନ୍ତୁ ବିବାହର ଫଟୋ ସବୁ
ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର ୟୁଜବେନ୍ଦ୍ର ଚହଲ (Yujavendra Chahal) ଗୁରୁଗ୍ରାମରେ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ (Dhanashree Verma) ବିବାହ କରିଛନ୍ତି । ଏହି ନବ ଦମ୍ପତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜ ବିବାହ ଉତ୍ସବର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି ।
1/ 6

ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ (Yujavendra Chahal) ମଙ୍ଗଳବାର ଦିନ ଧନଶ୍ରୀ ବର୍ମାଙ୍କୁ (Dhanashree Verma) ବିବାହ କରିଛନ୍ତି । ଏହି ଦମ୍ପତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜ ବିବାହ ଉତ୍ସବର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି ।
2/ 6

ଚହଲ ଚଳିତ ବର୍ଷ ଅଗଷ୍ଟରେ ଧନଶ୍ରୀଙ୍କ ସହ ନିଜ ନିର୍ବନ୍ଧ କରାଇଥିଲେ । ଏହା ପୂର୍ବରୁ ଏହି ଯୋଡ଼ିଙ୍କୁ କେହି କେବେ ଏକାଠି ଦେଖି ନ ଥିଲେ ।
3/ 6

ନିର୍ବନ୍ଧ ପରେ ଚହଲ ଆଇପିଏଲରେ ବ୍ୟସ୍ତ ରହିଗଲେ । ଧନଶ୍ରୀ ବି ତାଙ୍କୁ ସେହି ଟୁର୍ଣ୍ଣାମେଣ୍ଟରେ ଉତ୍ସାହିତ କରିବାକୁ ୟୁଏଇ ଯାଇଥିଲେ । ଷ୍ଟାଡିୟମରେ ଧନଶ୍ରୀ ଅନେକ ଥର ଚହଲଙ୍କ ଉତ୍ସାହ ବଢ଼ାଉଥିବା ଦେଖିବାକୁ ମିଳିଥିଲା ।<br /><br />
4/ 6

ବିବାହରେ ଧନଶ୍ରୀ ଏକ ଗାଢ଼ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଚହଲ୍ ଏକ ଶେରୱାନି ସହିତ ଗାଢ଼ ଲାଲ ରଙ୍ଗର ସାଫା ପିନ୍ଧିଥିଲେ ।