ସୁନୀଲ୍ ନରେନ୍ ପିତା ହେଲେ; ପୁଅର ଫଟୋ ସୋସିଆଲ ମିଡି଼ଆରେ ଭାଇରାଲ୍ ହେଲା
କ୍ରିକେଟର୍ ସୁନୀଲ ନରେନଙ୍କ ଘରକୁ ଏକ ଖୁସି ଖବର ଆସିଛି । ତାଙ୍କ ପତ୍ନୀ ଆଞ୍ଜେଲିଆ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ‘‘ତୁ ଆମ ହୃଦୟରେ ଏମିତି ସ୍ଥାନ ପୂରଣ କରୁଛୁ ଯାହା ଖାଲି ଥିଲା ବୋଲି ଆମେ ଜାଣି ନ ଥିଲୁ,’’ ନବଜାତ ପୁତ୍ର ପାଇଁ ଲେଖିଛନ୍ତି ନରେନ୍ ।

ୱେଷ୍ଟଇଣ୍ଡିଜର ଅଫ୍-ସ୍ପିନର ସୁନୀଲ ନରେନ (Sunil Naraine) ପିତା ହୋଇଛନ୍ତି । ତାଙ୍କ ପତ୍ନୀ ଆଞ୍ଜେଲିଆ (ନନ୍ଦିତା କୁମାର) ସୋମବାର ଦିନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।

ସୁନୀଲ ନରେନ ଏହି ଖୁସି ଖବର ନିଜ ପ୍ରଶଂସକଙ୍କ ସହ ଶେୟାର୍ କରିଛନ୍ତି । ଇନଷ୍ଟାଗ୍ରାମରେ ସେ ନିଜ ନବଜାତ ପୁତ୍ରର ଏକ ଫଟୋ ପୋଷ୍ଟ କରି (Sunil Narine son photo) ଲେଖିଛନ୍ତି, ‘‘ତୁ ଆମ ହୃଦୟରେ ଏପରି ଏକ ସ୍ଥାନ ପୂରଣ କରୁଛୁ ଯାହା ଖାଲି ଅଛି ବୋଲି ଆମେ କେବେ ଜାଣି ନ ଥିଲୁ ।ତୋ’ ଛୋଟ ମୁହଁରେ ଆମେ ଈଶ୍ବରଙ୍କ ଉତ୍ତମତା ଓ କୃପା ଦେଖିଛୁ । ଆମେ ତତେ ବହୁତ ଭଲପାଉ ।’’

ଡିସେମ୍ବରରେ ସୁନୀଲ ନରେନ କହିଥିଲେ ଯେ ତାଙ୍କ ଘରକୁ ଏକ ଛୋଟ ଅତିଥି ଆସିବାକୁ ଯାଉଛି । ସେହି ଖବର ପରେ ତ୍ରିନିଦାଦ-ଟୋବାଗୋରେ ଉତ୍ସବ ପାଳନ କରାଯାଇଥିଲା । ଏହା ପରେ ନରେନ୍ ପତ୍ନୀ ଆଞ୍ଜେଲିଆ (ନନ୍ଦିତା କୁମାର)ଙ୍କ ସହ ଏକ ଫଟୋସୁଟ୍ ବି କରାଇଥିଲେ ।

ଦୁର୍ଭାଗ୍ୟବଶତଃ ସୁନୀଲ ନରେନ୍ ନିଜ ସନ୍ତାନ ଜନ୍ମ ସମୟରେ ପତ୍ନୀ ଆଞ୍ଜେଲିଆଙ୍କ ପାଖରେ ନ ଥିଲେ । ନରେନ୍ ଏବେ ଆବୁଧାବି ଟି-୧୦ ଲିଗରେ ଖେଳୁଛନ୍ତି ।

ନରେନ୍ ଡେକାନ୍ ଗ୍ଲାଡିଏଟର୍ସ ଟିମର ଏକ ଅଂଶ । ଏହି ଅଫ୍-ସ୍ପିନର ଗ୍ଲାଡିଏଟର୍ସ ପାଇଁ ତିନୋଟି ମ୍ୟାଚରେ ତିନୋଟି ୱିକେଟ୍ ନେଇ ସାରିଲେଣି । ନରେନଙ୍କର ଇକୋନୋମି ରେଟ୍ ୯.୬୭ ଅଛି ।

ସୁନୀଲ ନରେନଙ୍କୁ IPLର ୧୪ତମ ସିଜିନ ପାଇଁ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ରଖିଛନ୍ତି (ରିଟେନ୍ କରିଛନ୍ତି)।

ଆଇପିଏଲ ୨୦୨୧ ସୁନୀଲ ନରେନଙ୍କ କରିୟର ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୋଲର୍ ନିଜ ଆକ୍ସନରେ ପରିବର୍ତ୍ତନ ଆଣିଛନ୍ତି, ଯାହା ପରେ ତାଙ୍କ ବଲଗୁଡ଼ିକର ଧାର ସାମାନ୍ୟ ହ୍ରାସ ପାଇଛି । (ଫଟୋରେ ଶାହରୁଖ ଖାନଙ୍କ ସହ ନରେନ୍ ଓ ପତ୍ନୀ)

ଆଇପିଏଲ୍ ୨୦୨୦ରେ ତାଙ୍କର ପ୍ରଦର୍ଶନ କିଛି ବିଶେଷ ନ ଥିଲା, ତେଣୁ ସେ ନୂଆ ଆକ୍ସନ୍ ସହିତ ଆଗାମୀ ଆଇପିଏଲରେ ନିଜକୁ ପ୍ରମାଣ କରିବାକୁ ଚାହିୁଛନ୍ତି । (ସବୁ ଫଟୋ: ସୁନୀଲ ନରେନ୍ ଇନଷ୍ଟାଗ୍ରାମ)