ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଇଶାନ କିଶନ (Ishan Kishan) ଆଇ.ପି.ଏଲ୍. ଯୋଗୁଁ ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି । ଏବେ ସେ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଡେବ୍ୟୁ କରିଛନ୍ତି । ଇଶାନ କିଶନଙ୍କ ଡେବ୍ୟୁ ପରଠାରୁ ତାଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଶଂସକମାନଙ୍କ ଆଗ୍ରହ ଯଥେଷ୍ଟ ବୃଦ୍ଧି ପାଇଛି । ବିଶେଷକରି ଲୋକେ ସୋସିଆଲ ମିଡି଼ଆରେ ତାଙ୍କ ଗର୍ଲଫ୍ରେଣ୍ଡ ଅଦିତି ହୁନ୍ଦିଆଙ୍କୁ (Aditi Hundia) ବି ଫଲୋ କରିବା ଆରମ୍ଭ କରିଛନ୍ତି । (ଫଟୋ: ଏ.ଏଫ୍.ପି.)
୨୦୧୯ରେ ଆଇପିଏଲ୍ ଫାଇନାଲ୍ ସମୟରେ ଅଦିତି ହୁନ୍ଦିଆ ସମସ୍ତଙ୍କ ନଜରକୁ ଆସିଥିଲେ ଯେଉଁଥିରେ ମୁମ୍ବାଇ ଚେନ୍ନାଇକୁ ପରାସ୍ତ କରି ଟାଇଟଲ୍ ଜିତିଥିଲା । ଏହା ପରେ ଇଶାନଙ୍କ ନାମ ଅଦିତିଙ୍କ ସହ ଜୋଡ଼ାଯିବା ଆରମ୍ଭ ହୋଇଥିଲା । ଅଦିତି ୨୦୧୮ରେ ମିସ୍ ସୁରନ୍ୟାଚୁରାଲ୍ ଟାଇଟଲ୍ ଜିତିଥିଲେ । ସେ ମିସ୍ ୟୁନିଭର୍ସ ୨୦୧୮ ପ୍ରତିଯୋଗିତାରେ ବି ଭାଗ ନେଇଥିଲେ । (ଫଟୋ: ଅଦିତିଙ୍କ ଇନଷ୍ଟାଗ୍ରାମ୍)