ଆଫଗାନିସ୍ତାନରେ ତାଲିବାନ ସରକାରଙ୍କୁ ଚୀନ୍ ପ୍ରଥମ ସହାୟତା ପଠାଇଛି। ବେଜିଂରୁ ପଠାଯାଇଥିବା ଜରୁରୀକାଳୀନ ମାନବିକ ସହାୟତା ସାମଗ୍ରୀ ବୁଧବାର ବିଳମ୍ବିତ ରାତିରେ କାବୁଲରେ ପହଞ୍ଚିଛି। ଆଫଗାନିସ୍ତାନରେ ଚୀନ୍ର ରାଷ୍ଟ୍ରଦୂତ ୱାଙ୍ଗ ୟୁ ବୁଧବାର ରାତିରେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସାମଗ୍ରୀ ଗ୍ରହଣ କରି ଶରଣାର୍ଥୀ ବ୍ୟାପାରର କାର୍ଯ୍ୟକାରୀ ମନ୍ତ୍ରୀ ଖଲିଲ-ଉର-ରେହମାନ ହକ୍କାନିଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ସିନ୍ଧୁଆ ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ପ୍ରକାଶ ହୋଇଛି ।