ଦଶଟି ବେଜଟ ଉପସ୍ଥାପନା କରି ମୋରାରଜୀ ଦେଶାଇ ସବୁଠୁ ଅଧିକ ସଂଖ୍ୟକ ବଜେଟ ଉପସ୍ଥାପନା କରିଥିବା ଭାରତୀୟ ଅର୍ଥ ମନ୍ତ୍ରୀ ରହିଥିବା ବେଳେ ପି. ଚିଦାମ୍ବରମ ନଅଟି ଓ ପ୍ରଣବ ମୁଖାର୍ଜୀ ଆଠଟି ଲେଖାଏଁ ବଜେଟ ଉପସ୍ଥାପନା କରି ଯଥା କ୍ରମେ ତାଙ୍କ ତଳକୁ ଅଛନ୍ତି । ମୋରାରଜୀ ଦେଶାଇ ତାଙ୍କର ଦୁଇଟି ଜନ୍ମ ଦିନରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିଥିଲେ – ୧୯୬୪ ଓ ୧୯୬୮ ମସିହା ଫେବୃୟାରୀ ୨୯ ଦିନ ।
ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନର ଦଶ ଦିନ ପୂର୍ବରୁ ବଜେଟ କାଗଜପତ୍ର ସବୁ ଛପାଯାଇଥାଏ ଓ ଉପସ୍ଥାପନା ଦିନ ଏକ ‘ହାଲୱା ସେରିମନି (ଉତ୍ସବ)’ ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ଏହି କାଗଜପତ୍ର ପ୍ରସ୍ତୁତିରେ ଜଡିତ ଥିବା ଅର୍ଥ ମନ୍ତ୍ରଣାଳୟର କାର୍ଯ୍ୟକର୍ତ୍ତା ଓ ସହଯୋଗୀ କର୍ମଚ଼ାରୀଙ୍କ ପାଇଁ ଏକ ମିଠା ଥାଳି ପ୍ରସ୍ତୁତ କରାଯାଇ ସମସ୍ତକୁ ମିଠା ଖାଇବାକୁ ଦିଆଯାଇଥାଏ । ଏହି ଉତ୍ସବ ପାଳନ ହେବା ଅର୍ଥ ବଜେଟର ଗୋପନୀୟତା ରଖିବା ପାଇଁ ଲକ-ଇନ୍ ପିରିୟଡ ଆରମ୍ଭ ହେଲା, ଯାହାର ଅର୍ଥ ହେଉଛି ବଜେଟ ପ୍ରସ୍ତୁତିରେ ଜଡିତ ଥିବା ସମସ୍ତ କମର୍ଚାରୀ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନା ହେବା ପର୍ଯ୍ୟନ୍ତ ଉତ୍ତର ବ୍ଲକରେ ରହିବେ ।